୨୦ ହଜାର ଟଙ୍କା ରେଞ୍ଜରେ ଅଛି ଏହି ୪ଟି ସ୍ମାର୍ଟଫୋନ୍, ଜାଣନ୍ତୁ ଡିଟେଲ୍ସ

ଭାରତୀୟ ମାର୍କେଟରେ 5G Smartphones ର ଡିମାଣ୍ଡ ବହୁତ ବଢ଼ିଚାଲିଛି । ବର୍ତ୍ତମାନ ଲୋକମାନେ କମ୍ ପ୍ରାଇସରେ ଅଧିକ ଫିଚର୍ସ ଭଳି ସ୍ମାର୍ଟଫୋନ୍ କିଣିବାକୁ ପସନ୍ଦ କରନ୍ତି । ବର୍ତ୍ତମାନ ବର୍ଷ ଶେଷ ହେବାକୁ ଯାଉଛି, ତେବେ ଆସନ୍ତୁ ଜାଣିବା ୨୦ ହଜାର ଟଙ୍କା ରେଞ୍ଜରେ ଆସୁଥିବା କେଉଁ ସ୍ମାର୍ଟଫୋନ୍ ଆପଣଙ୍କ ପାଇଁ ଏକ ଭଲ ଅପ୍ସନ୍ ହୋଇପାରିବ । ଏହି ଲିଷ୍ଟରେ OnePlus ରୁ Redmi ସ୍ମାର୍ଟଫୋନ୍ ପର୍ଯ୍ୟନ୍ତ ସାମିଲି ଅଛି ।

Redmi Note 13 Pro 5G :
ଏହି ସ୍ମାର୍ଟଫୋନରେ ୮GB RAM ସହିତ ୧୨୮GB ର ଷ୍ଟୋରେଜ୍ ରହିଛି । ଏହାକୁ କମ୍ପାନୀର ବଜେଟ୍ ଫ୍ରେଣ୍ଡଲି ସ୍ମାଟଫୋନ୍ ଭାବରେ ମନାଯାଏ । ଏହି ସ୍ମାର୍ଟଫୋନରେ ୨୦୦ ମେଗାପିକ୍ସଲ୍ର ପ୍ରାଇମେରୀ କ୍ୟାମେରା ମଧ୍ୟ ଦେଖିବାକୁ ମିଳିବ । ଫୋନରେ ଡୁଆଲ୍ କ୍ୟାମେରା ସେଟଅପ୍ ରହିବ । ପାୱାର ପାଇଁ ଡିଭାଇସରେ ୫୧୦୦mAh ର ଦମଦାର୍ ବ୍ୟାଟେରୀ ପ୍ରଦାନ କରାଯାଇଛି । ଏହି ବ୍ୟାଟେରୀ ଫାଷ୍ଟ ଚାର୍ଜିଂକୁ ମଧ୍ୟ ସପୋର୍ଟ କରିଥାଏ ।
ଏହି ସ୍ମାର୍ଟଫୋନ୍ ସ୍ନାପଡ୍ରାଗନ୍ ଅକ୍ଟାକୋର ପ୍ରୋସେସର ସହିତ ଲ୍ୟାସ୍ ହୋଇଛି । ଏହାସହିତ ଏହି ଫୋନ୍ ଆଣ୍ଡ୍ରଏଡ୍ 13 ଅପରେଟିଂ ସିଷ୍ଟମରେ କାମ କରେ । ଏହାର ପ୍ରାଇସ୍ ବିଷୟରେ କହିବାକୁ ଗଲେ ଏହି ସ୍ମାର୍ଟଫୋନ୍ ଇ-କର୍ମସ ସାଇଟ୍ ଫ୍ଲିପକାର୍ଟରେ ୧୮,୨୨୫ ଟଙ୍କାରେ କିଣାଯାଇପାରିବ ।

OnePlus Nord CE4 Lite 5G :
OnePlus ର ଏହି ସ୍ମାର୍ଟଫୋନ୍ ମଧ୍ୟ ଏକ ଉତ୍ତମ ସ୍ମାର୍ଟଫୋନ ଭାବରେ ବିବେଚନା କରାଯାଏ । ଏହି ଫୋନରେ କମ୍ପାନୀ ୮GB RAM ସହିତ ୧୨୮GB ର ଷ୍ଟୋରେଜ୍ ଉପଲବ୍ଧ ରହିଛି । ଫୋନରେ ଡୁଆଲ କ୍ୟାମେରା ସେଟଅପ୍ ଦିଆଯାଇଛି । ଡିଭାଇସରେ ୫୦ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ଅଛି । ପାୱାର ପାଇଁ ଡିଭାଇସରେ ୫୫୦୦mAh ର ଦମଦାର ବ୍ୟାଟେରୀ କରାଯାଇଛି, ଯାହା ଫାଷ୍ଟ ଚାର୍ଜିଂକୁ ମଧ୍ୟ ସପୋର୍ଟ କରିଥାଏ ।
ସ୍ମାର୍ଟଫୋନରେ ୬.୬୭ ଇଞ୍ଚର ଡିସପ୍ଳେ ରହିଛି । ଯାହା ୧୨୦Hz ର ରିଫ୍ରେସ୍ ରେଟକୁ ସପୋର୍ଟ କରେ । ପ୍ରାଇସ ବିଷୟରେ କହିବାକୁ ଗଲେ ଏହି ସ୍ମାର୍ଟଫୋନ ଫ୍ଲିପକାର୍ଟରେ ମାତ୍ର ୧୮,୧୯୦ ଟଙ୍କାରେ ଲିଷ୍ଟ କରାଯାଇଛି । ଆପଣ ଏହାକୁ ଭଲ ଡିସକାଉଣ୍ଟରେ ମଧ୍ୟ କିଣି ପାରିବେ ।

Realme Narzo 70 Pro :
Realme ର ଏହି ଫୋନ ଷ୍ଟାଇଲିସ୍ ଡିଜାଇନ୍ ଏବଂ ଦମଦାର ଫିଚର୍ସ ସହିତ ଆସିଥାଏ । ଏଥିରେ ଅକ୍ଟା କୋର ପ୍ରୋସେସର ଦିଆଯାଇଛି । ଏହି ଫୋନ୍ ୫୦ ମେଗାପିକ୍ସେଲ୍ ପ୍ରାଇମେରୀ କ୍ୟାମେରା ସହିତ ଆସିଥାଏ । ଏହି ଫୋନ ୩୩W ଫାଷ୍ଟ ଚାର୍ଜିଂକୁ ମଧ୍ୟ ସପୋର୍ଟ କରିଥାଏ । ଫ୍ଲିପକାର୍ଟରେ ଏହି ସ୍ମାର୍ଟଫୋନକୁ ୧୭,୬୧୩ ଟଙ୍କା ପ୍ରାଇସରେ ଲିଷ୍ଟ କରାଯାଇଛି ।

iQOO Z9 :
iQOO Z9 ଗେମିଙ୍ଗ ଲର୍ଭସଙ୍କ ପାଇଁ ଏହି ସ୍ମାର୍ଟଫୋନ୍ ଭଲ ଅପ୍ସନ ହୋଇପାରିବ । ଏଥିରେ Dimensity 7200 ପ୍ରୋସେସର ପ୍ରଦାନ କରାଯାଇଛି । ଏହା ସହିତ ଫୋନରେ ୬.୬୭ ଇଞ୍ଚର ଆମଲଏଡ୍ ଡିସପ୍ଲେ ରହିଛି । ଏହି ଡିସପ୍ଲେ ୧୨୦Hz ର ରିଫ୍ରସ ରେଟକୁ ସପୋର୍ଟ କରିଥାଏ । ଏହି ଫୋନରେ ୫୦ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ସହିତ ୨ ମେଗାପିକ୍ସେଲର ଡେପ୍ଥ କ୍ୟାମେରା ଦିଆ ହୋଇଛି । ସେଦଲଫି ଏବଂ ଭିଡିଓ କଲିଂ ପାଇଁ ଫୋନରେ ୧୬ ମେଗାପିକ୍ସଲର ପ୍ରଣ୍ଟ କ୍ୟାମେରା ଉପଲବ୍ଧ ଅଛି ।

ପାୱାର ପାଇଁ ସ୍ମାର୍ଟଫୋନରେ ୫୦୦୦mAh ର ବ୍ୟାଟେରୀ ଦିଆ ହୋଇଛି, ଯାହା ୪୪W ର ଫ୍ଲସ୍ ଚାର୍ଜିଂକୁ ସପୋର୍ଟ ମରିଥାଏ । ଏହି ଫୋନର ପ୍ରାଇସ୍ Flipkart ରେ ୧୭,୯୮୬ ଟଙ୍କା ରଖାଯାଇଛି ।