ସ୍ନାପଚାଟ୍‌ ଆଣିଲା ନୂଆ ଫିଚର, ଏବେ ୟୁଜର୍ସ ସିଧାସଳଖ ୟୁଟ୍ୟୁବରୁ ସେୟାର କରିପାରିବେ ଭିଡିଓ

ସୋସିଆଲ ମିଡିଆ ନେଟଓ୍ଵାର୍କ ସ୍ନାପଚାଟ୍‌ ୟୁଜର୍ସ ଆଇଓଏସ ହେଉ ଅବା ଆଣ୍ଡ୍ରଏଡ୍‌ ଫୋନରୁ ସିଧାସଳଖ ୟୁଟ୍ୟୁବ ଭିଡିଓ ସେୟାର କରିପାରିବେ। ୨ ବିଲିଅନରୁ ଅଧିକ ଲୋକ ପ୍ରତ୍ୟେକ ମାସରେ ସ୍ନାପଚାଟ୍‌ରୁ ୟୁଟ୍ୟୁବ ଭିଡିଓ ଦେଖନ୍ତି। ଆଜିକାଲିର ଯୁବପିଢି ନୂଆ ଗୀତ ଖୋଜିବା, ବିଭିନ୍ନ କୌଶଳ ଶିଖିବା, ନ୍ୟୁଜ ପଢିବା ଏବଂ ଦେଶ ଦୁନିଆର ଖବର ରଖିବା ପାଇଁ ସ୍ନାପଚାଟ୍‌ ବ୍ୟବହାର କରନ୍ତି।

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଆଇଓଏସ୍‌ ହେଉ ଅବା ଆଣ୍ଡ୍ରଏଡ୍‌ ସମସ୍ତ ସ୍ନାପଚାଟ୍‌ ନିଜ ପସନ୍ଦ ୟୁଟ୍ୟୁବ ଭିଡିଓ ସିଧାସଳଖ ସ୍ନାପଚାଟ୍‌ କ୍ୟାମେରା ଜରିଆରେ ନିଜ ସାଙ୍ଗଙ୍କ ସହିତ ସେୟାର କରିପାରିବେ। ଆଉ ସେମାନଙ୍କୁ କପି ପେଷ୍ଟ କରିବାର ଆବଶ୍ୟକତା ନାହିଁ।

ୟୁଜର୍ସ ନିଜ ପସନ୍ଦର କ୍ଲିପ୍‌ ଏବଂ ଭିଡିଓ ପଠାଇବାର ଉପାୟ ସହଜ କରିବା ପାଇଁ ସ୍ନାପଚାଟ୍‌ ଏପରି ଆପଣାଇଛି। ୟୁଜର୍ସଙ୍କ ପାଇଁ ସେମାନଙ୍କର ପ୍ରିୟ କ୍ଲିପ୍ ଏବଂ ଭିଡିଓ ପଠାଇବାକୁ ଅଧିକ ସହଜ କରୁଛୁ ଯେଉଁଠାରେ ସେମାନେ ସ୍ନାପଚାଟରେ ନିଜ ସାଙ୍ଗମାନଙ୍କ ସହିତ କଥାବାର୍ତ୍ତା କରୁଛନ୍ତି ।

ସ୍ନାପଚାଟ୍‌ ଷ୍ଟୋରୀ ଏବଂ ଗୋଟିଏ ପରେ ଗୋଟିଏ ସ୍ନାପ୍ ପାଇଁ ୟୁଟ୍ୟୁବ୍ ଲିଙ୍କ୍ ଭିଜୁଆଲ୍ ଭାବରେ ସେୟାର ହୋଇପାରିବ।ଏବେ ବି କ୍ୟାମେରା ଏବଂ ସ୍ନାପଚାଟ୍‌ କ୍ରିଏଟିଭ ଟୁଲ୍ସକୁ ନିଜ ମନର କଥା କହିବାକୁ ପାଇଁ ଆକ୍ସେସ କରାଯାଉଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଟାପ୍‌ କରିବା ଯୋଗ୍ୟ ୟୁଟ୍ୟୁବ ଷ୍ଟିକର ସ୍ନାପଚାଟକୁ ସିଧାସଳଖ ୟୁଟ୍ୟୁବ ଆପ୍‌ କିମ୍ବା ନିଜ ମନ ପସନ୍ଦର ମୋବାଇଲ ବ୍ରାଉଜରରେ ଭିଡିଓକୁ ଆଣିଥାନ୍ତି।

Leave A Reply

Your email address will not be published.