ସୋଲାର ଏନର୍ଜି ସିଷ୍ଟମରେ ଦେଖାଦେଉଛି କି ଏହି ସମସ୍ୟା, ତେବେ ହୋଇଯାଆନ୍ତୁ ସାବଧାନ!

ସାଧାରଣତଃ ୨୫ ବର୍ଷ ପର୍ଯ୍ୟନ୍ତ ସୋଲାର ପ୍ୟାନେଲ ସହଜରେ କାର୍ଯ୍ୟ କରିଥାଏ । କିନ୍ତୁ କିଛି ଏପରି ଫଲ୍ଟ ଥାଏ ଯାହାକୁ ତୁରନ୍ତ ମରାମତି କରିବା ଆବଶ୍ୟକ । ଯାହାକୁ ଅବହେଳା କରିବା ଦ୍ବାରା ବଡ଼ କ୍ଷତି ହୋଇପାରେ । ଉଦାହରଣ ସ୍ୱରୂପ, ସୋଲାର ଏନର୍ଜି ସିଷ୍ଟମର କୌଣସି କମ୍ପୋନେଟରୁ ଧୂଆଁ ବାହାରୁଥିଲେ, ତାହାକୁ କେବେ ବି ଅଣଦେଖା କରିବା ଉଚିତ୍ ନୁହେଁ ଏବଂ ତୁରନ୍ତ ଜଣେ ପ୍ରଫେସନାଲ ଟେକ୍ନିସିଆନ୍ଙ୍କୁ ଡାକିବା ଆବଶ୍ୟକ ।  ତେବେ ସୋଲାର ପ୍ୟାନେଲର କେଉଁ ସବୁ ତ୍ରୁଟି ପ୍ରତି ସତର୍କ ରହିବା ଆବଶ୍ୟକ ଏବଂ କେବେ ଜରୁରୀ ମରାମତିର ଆବଶ୍ୟକତା ପଡ଼େ ଆସନ୍ତୁ ଆଜି ସେ ସମ୍ପର୍କରେ ଜାଣିବା ।

ଯଦି ସୋଲାର ପ୍ୟାନେଲ, ଇନଭର୍ଟର ଏବଂ ବ୍ୟାଟେରି ସହିତ ଏହି ସିଷ୍ଟମର କୌଣସି କମ୍ପୋନେଟରୁ ଜଳିବା ଗନ୍ଧ କିମ୍ବା ଧୂଆଁ ବାହାରୁଛି, ତେବେ ଏହା ଅଗ୍ନିକାଣ୍ଡର କାରଣ ମଧ୍ୟ ହୋଇପାରେ । ସେଥିପାଇଁ ଏହି ତ୍ରୁଟିକୁ ଅଣଦେଖା ନକରି ତୁରନ୍ତ ମରାମତି କରିବା ଆବଶ୍ୟକ ।

ଯଦି ତୋଫାନ କାରଣରୁ ମାଉଣ୍ଟିଂ ସ୍ଟ୍ରକ୍ଚର କିମ୍ବା ପ୍ୟାନେଲରେ କୌଣସି ଫିଜିକାଲ ଡ୍ୟାମେଜ୍ ଦେଖାଯାଏ, ତେବେ ତୁରନ୍ତ ଜଣେ ପ୍ରଫେସନାଲ ଟେକ୍ନିସିଆନଙ୍କ ଦ୍ୱାରା ଏହାର ମରାମତି କରାନ୍ତୁ। ଏହାକୁ ଅବହେଳା କଲେ ପ୍ୟାନେଲ ଖସିପଡ଼ିବାର ସମ୍ଭାବନା ରହିଛି । ଏହା ସହିତ ବିଦ୍ୟୁତ୍-ସମ୍ବନ୍ଧୀୟ ବିପଦ ମଧ୍ୟ ସୃଷ୍ଟି ହୋଇପାରେ ।

ଯଦି ସୋଲାର ପ୍ୟାନେଲ ନିକଟରେ ଅଗ୍ନି ଲାଗିଛି । ତେବେ ଏହାକୁ ତୁରନ୍ତ ଗୁରୁତ୍ୱ ସହିତ ଧ୍ୟାନ ଦେବା ଆବଶ୍ୟକ । ଅଗ୍ନି କାରଣରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଉପାଦାନ କ୍ଷତିଗ୍ରସ୍ତ ହୋଇ ବଡ଼ ଧରଣର କ୍ଷତିର କାରଣ ହୋଇପାରେ ।

ଯଦି ସୋଲାର ଇନଭର୍ଟର କିମ୍ବା ସମଗ୍ର ସିଷ୍ଟମ ଚାଲୁଥିବା ବେଳେ ହଠାତ୍ ବନ୍ଦ ହୋଇଯାଏ, ତେବେ ଏହାକୁ ମଧ୍ୟ ତୁରନ୍ତ ଗୁରୁତ୍ୱ ଦେବା ଆବଶ୍ୟକ । ଜଣେ ପ୍ରଫେସନାଲ ଟେକ୍ନିସିଆନଙ୍କୁ ଡାକି ଯାଞ୍ଚ ଏବଂ ମରାମତି କରାଇବା ହିଁ ସଠିକ୍ ବିକଳ୍ପ ।

ଏମରଜେନ୍ସି ରିପାୟାର ପାଇଁ ପ୍ରଫେସନାଲ ଟେକ୍ନିସିଆନମାନେ ପହଞ୍ଚିବାକୁ କିଛି ଘଣ୍ଟା ସମୟ ନେଇପାରନ୍ତି । ସେପର୍ଯ୍ୟନ୍ତ ବିପଦକୁ କମେଇବା ପାଇଁ ସୋଲାର ସିଷ୍ଟମକୁ ବନ୍ଦ କରିଦିଅନ୍ତୁ ଏବଂ ଡ୍ୟାମେଜ ପାର୍ଟଗୁଡ଼ିକ ସହ ଛେଡ଼ଛାଡ଼ କରିବାରୁ ବଞ୍ଚନ୍ତୁ । ଯଦି କୌଣସି ସ୍ଥାନରୁ ଧୂଆଁ ଉଠୁଛି, ତେବେ ସେଠାକୁ ଯିବାର ଭୁଲ ଆଦୌ କରନ୍ତୁ ନାହିଁ ।

କ୍ରିଟିକାଲ ଫଲ୍ଟ ବ୍ୟତୀତ ଏସିରେ ମଧ୍ୟ ଗଡ଼ବଡ଼ ଦେଖାଦେଇଥାଏ  । ଯେଉଁଥିପାଇଁ ଏମରଜେନ୍ସି ରିପାୟାର ଜରୁରୀ ହୋଇଥାଏ । କିନ୍ତୁ ଲମ୍ବା ସମୟ ପର୍ଯ୍ୟନ୍ତ ଏହାକୁ ଅଣଦେଖା କରିବା ଉଚିତ୍ ନୁହେଁ । ଯଦି ଏନର୍ଜି ପ୍ରଡକ୍ସନରେ ଲଗାତାର ହ୍ରାସ ପାଉଛି ତେବେ ଏଥିପ୍ରତି ନଜର ରଖିବା ଜରୁରୀ । ବେଳେବେଳେ ପାଣିପାଗ ପରିବର୍ତ୍ତନ ପାଇଁ ଏପରି ସମସ୍ୟା ଦେଖିବାକୁ ମିଳିଥାଏ । ସୋଲାର ପ୍ୟାନେଲରେ ଯଦି ଧୂଳି ଏବଂ ମାଟି ଜମା ହୋଇଯାଏ ତେବେ ଏହାର କାର୍ଯ୍ୟଦକ୍ଷତା ଉପରେ ପ୍ରଭାବ ପଡ଼ିଥାଏ । ତେଣୁ ବେଳେବେଳେ ପ୍ୟାନେଲ୍ ସଫା କରିବା ଉଚିତ୍ ।

Also Read : ବଢ଼ିଆ କ୍ୟାମରା ସହିତ ଏକ ଜବରଦସ୍ତ ସ୍ମାର୍ଟଫୋନ୍ ଲଞ୍ଚ କଲା Samsung, ୨୦୩୨ ପର୍ଯ୍ୟନ୍ତ ମିଳିବ ସଫ୍ଟୱେର୍ ଅପଡେଟ୍