Categories: ଟେକ୍

ଗାଡି ଚଳାଇବା ସମୟରେ କରୁଛନ୍ତି କି ଏହି ଭୁଲ, ତେବେ ଆଉ କରନ୍ତୁନି

ଆଧୁନିକ ଯୁଗରେ ଭାରତୀୟ ବଜାରରେ କାର ଗୁଡିକର ଚାହିଦା ବେଶ ବଢ଼ିବାରେ ଲାଗିଛି । ନୂଆ ନୂଆ ଟେକ୍ନୋଲୋଜି ଥିବା ଗାଡି ଲଞ୍ଚ ହେବାରେ ଲାଗିଛି । ଲୋକଙ୍କ ସୁବିଧା ପାଇଁ ଏଏମଟି ଯୁକ୍ତ ଗାଡି ଗୁଡିକ ବଜାରରେ ବଢ଼ିବାରେ ଲାଗିଛି ।ଏହାକୁ ଲୋକ ମାନେ ପସନ୍ଦ ମଧ୍ୟ କରୁଛନ୍ତି । ମାନୁଆଲ ଗାଡି ଗୁଡିକ ତୁଳନାରେ ଏହି ଏଏମଟି ଗାଡି ଗୁଡିକ ୩୦,୦୦୦ ରୁ ୪୦,୦୦୦ ହଜାର ପର୍ଯ୍ୟନ୍ତ ଅଧିକ ଦାମରେ ବିକ୍ରି ହୋଇଥାଏ । କିନ୍ତୁ ଏହି ଗାଡି ଗୁଡିକ ଡ୍ରାଇଭିଙ୍ଗକୁ ମଧ୍ୟ ସହଜ କରିଦେଇଥାଏ । କିନ୍ତୁ ଏବେବି ଲୋକଙ୍କ ମଧ୍ୟରେ ମାନୁଆଲ ଗାଡି ଗୁଡିକ ପାଇଁ ଏକ ଆଗ୍ରହ ରହିଅଛି । କିନ୍ତୁ ଏହି ମାନୁଆଲ ଗାଡି ଚଳାଇବା ସମୟରେ ଲୋକେ କେତେ ଗୁଡିଏ ସାଧାରଣ ଭୁଲ ମଧ୍ୟ କରିଥାନ୍ତି । ଯାହା ଦ୍ୱାରା ହୁଏତ ଦିନକୁ ଦିନ ସଡକ ଦୁର୍ଘଟଣା ବଢ଼ିବାରେ ଲାଗିଛି । ଯାହା ଗାଡି ଓ ଡ୍ରାଇଭର ଦୁଇ ଜଣଙ୍କୁ ହିଁ କ୍ଷତି ପହଂଚାଇଥାଏ । ତେଣୁ କରି ଆମେ ଆପଣଙ୍କୁ ଏଠାରେ କହିବାକୁ ଯାଉଛୁ ସେହି ୪ଟି ଭୁଲ ସମ୍ପର୍କରେ ଯାହା ଆପଣ ମାନୁଆଲ ଗାଡି ଚଳାଇବା ସମୟରେ କରିଥାନ୍ତି ।

ବହୁ ସମୟରେ ଲୋକେ ରେଡ ସିଗନାଲରେ ଗାଡି ଷ୍ଟାର୍ଟ କରି ରଖିଥାନ୍ତି ଓ ତାହା ସହ ଗାଡିକୁ ଗିୟରରେ ମଧ୍ୟ ରଖିଥାନ୍ତି । ଯାହା ଦ୍ୱାରା କ୍ଲଚକୁ ଦବାଇ ରଖିବାକୁ ପଡିଥାଏ । ଯେତେବେଳେ ଗ୍ରୀନ ଲାଇଟ ଜଳେ ଯଦି ଆପଣଙ୍କ ପାଦ ସ୍ଲିପ ହୋଇଯିବ ତେବେ ଗାଡି ଆଗକୁ ମାଡି ଚାଲିବ । ଯାହା ଦ୍ୱାରା ଆକସ୍ମିକ ଦୁର୍ଘଟଣା ଘଟିପାରେ । ଏହା ସହ ଅଧିକ ଡେରି ପର୍ଯ୍ୟନ୍ତ କ୍ଲଚର ବ୍ୟବହାର କଲେ ଏହା ଉଭୟ ଇଂଜିନ ଓ କ୍ଲଚର କ୍ଷତି ହୋଇଥାଏ ।

ବହୁ ଲୋକ କ୍ଲଚ ବା ହାଫ କ୍ଲଚ ଉପରେ ପାଦ ରଖି ଗାଡି ଚଳାଇଥାନ୍ତି । ଏହା ଦ୍ୱାରା ଅଧିକ ତେଲ ଖର୍ଚ୍ଚ ହେବ ସହ ଟ୍ରାନ୍ସ ମିଶନ ଏନର୍ଜିକୁଭି କ୍ଷତି ହୋଇଥାଏ । କ୍ଲଚ ମଧ୍ୟ ଶୀଘ୍ର ନଷ୍ଟ ହୋଇଯାଇଥାଏ । ଏଥିରେ ଗାଡି ଅତି କମ ସମୟ ବ୍ୟବଧାନରେ ମେଣ୍ଟେନାନ୍ସ ଦରକାର କରିଥାଏ । ଏହାଦ୍ୱାରା ଆପଣଙ୍କ ଖର୍ଚ୍ଚ ମଧ୍ୟ ବଢିପାରେ ।

ବହୁ ସମୟରେ ଲୋକେ ଗୋଟିଏ ହାତ ଷ୍ଟିଅରିଂ ଉପରେ ରଖିଥାନ୍ତି ଓ ଆଉ ଗୋଟିଏ ହାତ ଗିୟର ଉପରେ ରଖିଥାନ୍ତି । ଯଦି ଆପଣ ଗାଡି ଚଳାଉଛନ୍ତି ତେବେ ଆପଣଙ୍କ ଲକ୍ଷ ଆଗକୁ ରହିବା ରହିବା ଉଚିତ । ତେଣୁ ଆପଣଙ୍କ ଦୁଇଟି ହାତ ଷ୍ଟିଅରିଂ ଉପରେ ହିଁ ରହିବା ଉଚିତ ।
ବହୁ ସମୟରେ ଲୋକେ ସ୍ପିଡ଼ ବଢାଇବା ସମୟରେ ଗିୟର ବଦଳାଇ ନଥାନ୍ତି । ଏହି ସମୟରେ ଗାଡିକୁ ଟପ ଗିୟରରେ ରଖିବା କଥା କିନ୍ତୁ ଲୋକେ ଲୋୟର ଗିୟର ହିଁ ଗାଡି ରଖିଥାନ୍ତି । ଏହା ଦ୍ୱାରା ଅଧିକ ତେଲ ଖର୍ଚ୍ଚ ହେବା ସହ ଇଂଜିନ ଓ ଗିୟର ବକ୍ସ ମଧ୍ୟ ଖରାପ ହୋଇଥାଏ ।

ଏହା ସହ ପଢନ୍ତୁ:

ସକାଳୁ ଉଠିବା ପରେ ମୋବାଇଲର ବ୍ୟବହାର କରୁଛନ୍ତି କି ? ତାହେଲେ ଆଜି ହିଁ ବନ୍ଦ କରନ୍ତୁ ନହେଲେ ଡ୍ୟାମେଜ ହୋଇପାରେ ଆପଣଙ୍କ ମସ୍ତିଷ୍କ

ବହୁ ସମୟରେ ଲୋକେ ପାହାଡ଼ ଚଢିବା ବେଳେ କ୍ଲଚକୁ ଦବାଇ ରଖିଥାନ୍ତି । ଯାହାକି ଏକଦମ ଭୁଲ ଅଟେ । ଏମିତି କରିବା ଦ୍ୱାରା କାର ବିନା ଗିୟର ଵାଲା ହୋଇଯାଇଥାଏ । ଏମିତି କରିବା ସମୟରେ ଉଚ୍ଚା ନୀଚ ଆସିଲେ ଗାଡି ପଛକୁ ପଛ ଯିବାକୁ ଲାଗିଥାଏ । ଏଣୁ ଗାଡି ଉପରକୁ ଉଠାଇବା ସମୟରେ ଗାଡିକୁ ଗିୟରରେ ହିଁ ରଖନ୍ତୁ । କ୍ଲଚର ବ୍ୟବହାର ଗିୟର ବଦଳାଇବା ସମୟରେ ହିଁ କରନ୍ତୁ ।

KNews Bureau

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

8 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

27 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

35 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

52 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago