ସୋନିର ଧମାକାଦାର କ୍ୟାମେରା, ଚଳନ୍ତା ଟ୍ରେନ୍‌ରୁ ବି ଉଠାଇ ପାରିବ HD କ୍ୱାଲିଟିର ଫଟୋ; ଜାଣନ୍ତୁ ଦାମ୍‌ ଓ ଫିଚର୍ସ

ନିକଟରେ ସୋନି (Sony) ନିଜର ନୂଆ ଇଣ୍ଟରଚେଞ୍ଜେବଲ୍‌ (ଅଦଳବଦଳ) ଲେନ୍ସଯୁକ୍ତ କ୍ୟାମେରା Sony Alpha 7 IVକୁ ପରିଚିତ କରେଇଛି। ଦଶ ପ୍ରିସେଟ୍ସ, 2.5xର ସ୍ଲୋ ମୋଶନ, ଷ୍ଟିଲ୍‌ ଏବଂ ଲାଇଭ୍‌ ଏଚ୍‌ଡି ଫଟୋ କ୍ୟାପ୍‌ଚର ଅପଶନ ସହିତ ଏହି କ୍ୟାମେରାରେ ଅନେକଗୁଡ଼ିଏ କମାଲର ଫିଚର୍ସ ରହିଛି। ଆସନ୍ତୁ ଜାଣିବା ଏହି Sony କ୍ୟାମେରାର ଫିଚର୍ସ ଏବଂ ଦାମ୍‌।

ଚଳନ୍ତା ଟ୍ରେନରୁ ଉଠାଇ ହେବ ଏଚ୍‌ଡି କ୍ୱାଲିଟିର ଫଟୋ

Sonyର ଏହି କ୍ୟାମେରା ହାଇସ୍ପୀଡ୍‌ ହାଇବ୍ରିଡ୍‌ ଫୋକସ୍‌, ଏଆଇ-ବେସ୍‌ଡ ରିୟଲ-ଟାଇମ୍‌ ଆଇ ଅଟୋଫୋକସ୍‌ ଏବଂ ଫଟୋ ଓ ଭିଡିଓ ଲାଗି ରିୟଲ-ଟାଇମ୍‌ ଟ୍ରାକିଙ୍ଗ୍‌ ସହିତ ଆସିଥାଏ। ଏଏଫ୍‌ ଟ୍ରାକିଙ୍ଗ୍‌ ସହିତ ଆପଣ ଏଥିରେ 10fps ପର୍ଯ୍ୟନ୍ତ ଲଗାତାର ଶୁଟିଙ୍ଗ୍‌ କରି ପାରିବେ। ଏହି କ୍ୟାମେରା ୯୪ ପ୍ରତିଶତର ଇମେଜ ଏରିଆକୁ କଭର କରି high-density focal plane AF systemରେ ଫେଜ୍‌ ଡିଟେକ୍ସନ କରି ପାରିବ। Sonyର କହିବା ହେଉଛି, ଏହି କ୍ୟାମେରା ଚଳନ୍ତା ଟ୍ରେନରୁ ଏଚ୍‌ଡି କ୍ୱାଲିଟିର ଫଟୋ ଉଠାଇବା ସହିତ ଉଡ଼ୁଥିବା ଚଢ଼େଇର ଆଖିକୁ ମଧ୍ୟ କ୍ୟାପ୍‌ଚର କରି ପାରିବ। Sony Alpha 7 IVରେ ମଣିଷଙ୍କ ପାଇଁ ଫେସ୍‌ ଏବଂ ଆଇ ଡିଟେକ୍ସନର ଫିଚର ମଧ୍ୟ ଉପଲବ୍ଧ ରହିଛି।

କ୍ୟାମେରା ଡିସ୍‌ପ୍ଲେ

ଏହି କ୍ୟାମେରାରେ ଆପଣଙ୍କୁ ଏଲ୍‌ସିଡି ଟଚ୍‌ ମନିଟର ଏବଂ OLED Quad VGA viewfinder ମଧ୍ୟ ମିଳିବ। ଏଥିରେ S-Cinetone ଏବଂ କ୍ରିଏଟିଭ୍‌ ଲୁକ୍‌ ଭଳି ଦଶ ପ୍ରିସେଟ୍‌ସ ଓ ୮ ପାରାମିଟର୍ସ ଦିଆଯାଇଛି। ଷ୍ଟିଲ୍‌, ମୁଭି ଓ S&Q modesକୁ ସିଲେକ୍ଟ କରିବା ପାଇଁ ଏଥିରେ ଏକ ଡାୟଲ ଦିଆଯାଇଛି।

କ୍ୟାମେରାରେ ଏମିତି କରନ୍ତୁ ଲାଇଭ୍‌ ଷ୍ଟ୍ରିମିଙ୍ଗ୍‌

କ୍ୟାମେରାରେ ଏକ ଖାସ୍‌ ଫିଚର ରହିଛି, ଯେଉଁଥିରେ ଏକ ୟୁଏସ୍‌ବି କନେକ୍ସନ ଜରିଆରେ ଆପଣ କ୍ୟାମେରାରେ ଲାଇଭ୍‌ ଷ୍ଟିମିଙ୍ଗ୍‌ କରି ପାରିବେ। ଏଥିରେ high-resolution 4K ଭିଡିଓ ସାମିଲ ଅଛି। କ୍ୟାମେରାରେ ଆପଣଙ୍କୁ ଏକ ଅପ୍ଟିକାଲ 5-axis, 5.5-step କମ୍ପେନ୍‌ସେସନ ପାଇଁ ଇନ୍‌ ବଡି ଇମେଜ୍‌ ଷ୍ଟାବିଲାଇଜେଶନ, ଆକ୍ଟିଭ୍‌ ମୋଡ୍‌ ସହିତ ହ୍ୟାଣ୍ଡ-ହେଲ୍ଡ ମୁଭି ଶୁଟିଙ୍ଗ୍‌, 33MPର ବ୍ୟାକ୍‌-ଇଲୁମିନେଟେଡ୍‌ CMOS ଇମେଜ ସେନ୍ସର, ବ୍ଲୁଟୁଥ୍‌ ସପୋର୍ଟ ଏବଂ 8x ପ୍ରୋସେସିଙ୍ଗ୍‌ ସ୍ୱୀଡ୍‌ ପାଇଁ BIONZ XR ଇମେଜ ପ୍ରୋସେସର ମଧ୍ୟ ଦିଆଯାଇଛି।

କ୍ୟାମେରାର ଦାମ୍‌

ଆପଣଙ୍କୁ କହି ରଖୁଛୁ କି, Sonyର ଏହି କ୍ୟାମେରା ଚଳିତ ବର୍ଷ ଡିସେମ୍ବରରେ ବଜାରକୁ ଅଣାଯାଇ ପାରେ ଏବଂ ଏହାର ଦାମ୍‌ 2,500 ୟୁଏସ୍‌ ଡଲାର ରହିଛି, ଯାହାକି ଭାରତୀୟ ମୁଦ୍ରା ହିସାବରେ ପାଖାପାଖି 1,86,900 ଟଙ୍କା ହେବ। ତେବେ ଭାରତରେ ଏହାକୁ କେବେ ଏବଂ କେତେ ଟଙ୍କାରେ ଲଞ୍ଚ୍‌ କରାଯିବ, ତାହା ସହିତ ଜଡ଼ିତ କୌଣସି ବି ସୂଚନା ବର୍ତ୍ତମାନ ଜାରି କରାଯାଇ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.