ଗ୍ଲୋବାଲ୍ ମାର୍କେଟରେ ନିଜର ନୂଆ ଫ୍ଲାଗଶିପ୍ ସ୍ମାର୍ଟଫୋନ୍ Xperia 10 VIII ଲଞ୍ଚ କରିଛି ସୋନି । ଜାପାନୀ କମ୍ପାନୀର ଏହି ନୂଆ ସ୍ମାର୍ଟଫୋନରେ Qualcomm ଚିପସେଟ୍ ଦିଆଯାଇଛି । ତେବେ Apple ଏବଂ Samsung ଭଳି ବଡ଼ ବ୍ରାଣ୍ଡ୍ ସହ କଡ଼ା ଟକ୍କର କରିବ Sony ର ଏହି ଫୋନ୍ ।
Xperia 10 VIIIରେ ମିଳିଛି ୬.୧ ଇଞ୍ଚର OLED ଡିସପ୍ଲେ । ଏହା FHD+ ରେଜଲୁସନ୍ ଅର୍ଥାତ୍ ୧୦୮୦ x ୨୩୪୦ ପିକ୍ସେଲ୍ ସପୋର୍ଟ କରେ । ଏହା ସହିତ ଡିସପ୍ଲେରେ ୧୨୦Hz ରିଫ୍ରେସ୍ ରେଟ୍ ରହିଛି । ସ୍କ୍ରିନର ସୁରକ୍ଷା ପାଇଁ Corning Gorilla Glass Victus 2 ଦିଆଯାଇଛି । ଫୋନଟି Android 16 ଅପରେଟିଂ ସିଷ୍ଟମରେ ଚାଲିବ।
ପରଫର୍ମାନ୍ସ ପାଇଁ ଏହି ଫୋନରେ ଲାଟେଷ୍ଟ Qualcomm Snapdragon 6 Gen 3 ଚିପସେଟ୍ ଦିଆଯାଇଛି । ଏଥିରେ ୮GB RAM ସହିତ ୧୨୮GB ଇଣ୍ଟରନାଲ୍ ଷ୍ଟୋରେଜ୍ ମିଳିବ । Ram କୁ ଆହୁରି ୬GB ପର୍ଯ୍ୟନ୍ତ ଭର୍ଚୁଆଲ୍ ଭାବେ ବଢ଼ାଇପାରିବେ । ସେହିପରି microSD କାର୍ଡ ମାଧ୍ୟମରେରେ ଷ୍ଟୋରେଜକୁ ୨TB ପର୍ଯ୍ୟନ୍ତ ଏକ୍ସପାଣ୍ଡ କରାଯାଇପାରିବ । କନେକ୍ଟିଭିଟି କଥା କହିଲେ, ଫୋନରେ ଡୁଆଲ୍ ୫G ସିମ୍ ସପୋର୍ଟ ମିଳିବ । ଏହା ସହିତ IP65 ଏବଂ IP68 ରେଟିଂ ରହିଛି, ଯାହା ଫୋନକୁ ୱାଟର ଏବଂ ଡଷ୍ଟରୁ ସୁରକ୍ଷା ଦେବ।
କ୍ୟାମେରା ବିଭାଗରେ ମଧ୍ୟ ଭଲ ଫିଚର୍ ଦିଆଯାଇଛି । ଫୋନର ବ୍ୟାକରେ ଡୁଆଲ୍ କ୍ୟାମେରା ସେଟଅପ୍ ରହିଛି । ଏଥିରେ ୫୦ ମେଗାପିକ୍ସେଲ୍ର ମେନ୍ କ୍ୟାମେରା ସହିତ Exmor RS ସେନ୍ସର୍ ଏବଂ ୧୩ ମେଗାପିକ୍ସେଲ୍ର ଅଲ୍ଟ୍ରା ୱାଇଡ୍ କ୍ୟାମେରା ରହିଛି । ସେଲ୍ଫି ଏବଂ ଭିଡିଓ କଲିଂ ପାଇଁ ମିଳିଛି ୮ ମେଗାପିକ୍ସେଲ୍ ଫ୍ରଣ୍ଟ କ୍ୟାମେରା ।
ବ୍ୟାଟେରୀ ପାଇଁ ଫୋନରେ ୫୦୦୦mAhର ଦମଦାର ବ୍ୟାଟେରୀ ଦିଆଯାଇଛି । ଏଥିରେ USB Type-C ଚାର୍ଜିଂ ସପୋର୍ଟ ମିଳିବ । ଏହା ସହିତ ୩.୫mm ଅଡିଓ ଜ୍ୟାକ୍, Wi-Fi 6 ଏବଂ Bluetooth 5.4 ଭଳି କନେକ୍ଟିଭିଟି ଫିଚର୍ ମଧ୍ୟ ରହିଛି।
ପ୍ରାଇସ୍ ବିଷୟରେ କହିବାକୁ ଗଲେ, Sony Xperia 10 VIIIକୁ ୫୪୯ ୟୁରୋରେ ଲଞ୍ଚ କରାଯାଇଛି । ଭାରତୀୟ ମୁଦ୍ରାରେ ଏହାର ଦାମ୍ ପ୍ରାୟ ୬୨ ହଜାର ଟଙ୍କା ହେବ । ଏଥିସହ ଏହି ଫୋନଟିକୁ ତିନୋଟି କଲର୍ ଅପ୍ସନରେ ଘରକୁ ଆଣିପାରିଯାହା ରହିଛି- Frosted Gray, Frozen White ଏବଂ Misty Lilac ।
କମ୍ପାନୀ ଅନୁସାରେ, ଏହି ଫୋନ୍ ଖୁବଶୀଘ୍ର ଗ୍ଲୋବାଲ୍ ମାର୍କେଟରେ ବିକ୍ରି ପାଇଁ ଉପଲବ୍ଧ ହେବ । ଗ୍ରାହକମାନେ ଏହାକୁ Sony Online Store ମାଧ୍ୟମରେ କିଣିପାରିବେ । ଏଥିସହିତ କିଛି ରିଟେଲ୍ ଷ୍ଟୋରରେ ମଧ୍ୟ ଫୋନ୍ ଉପଲବ୍ଧ ହେବ ।
Also Read: Honor ଲଞ୍ଚ କଲା ଦମଦାର୍ ସ୍ମାର୍ଟଫୋନ୍, ମେନ୍ କ୍ୟାମେରାରେ ନେଇପାରିବେ ସେଲ୍ଫି