ଲଞ୍ଚ ହେବ Motorola Moto G85, ୟୁଜରଙ୍କୁ ପସନ୍ଦ ଆସିବ କର୍ଭଡ୍‌ ସ୍କ୍ରିନ୍‌ ସରଫେସ୍‌

ନୂଆ ମୋଟୋ ସ୍ମାର୍ଟଫୋନରେ ସ୍ନାପଡ୍ରାଗନ୍ ୪ ଜେନ ୩ ଚିପସେଟ ଅଛି । ସ୍ମାର୍ଟଫୋନର ଡିଜାଇନ୍ ଟି ମୋଟରୋଲା ମିଡ୍ ରେଞ୍ଜ୍ ଡିଭାଇସ୍ ସହିତ ସମାନ ରହିବ । ସମାନ ଭାବେ ପଛରେ ଏକ ଡୁଆଲ୍ କ୍ୟାମେରା ସେଟଅପ୍ ଏବଂ ସାମ୍ନାରେ ସେଲଫି କ୍ୟାମେରା ମିଳିବ ।

Motorola Moto G85 ଖୁବ୍ ଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି ଏବଂ ସ୍ମାର୍ଟଫୋନର ରେଣ୍ଡରଗୁଡିକ ସାମ୍ନାକୁ ଆସିଛି । ଏହି ଡିଭାଇସ୍ ଏକ ମିଡ୍‌ ରେଞ୍ଜ୍ ସ୍ମାର୍ଟଫୋନ୍ ହେବ । ଯେଉଁମାନେ ବଜେଟ୍ ମଧ୍ୟରେ କିଛି କିଣିବାକୁ ଚାହୁଁଛନ୍ତି ସେମାନଙ୍କ ଇଚ୍ଛାକୁ ଏହି ଡିଭାଇସ୍‌ ପୂରା କରିବ । ଲିକରେ ଡିଭାଇସର ପ୍ରଥମ ଲୁକ୍ ଦେଖିବାକୁ ମିଳିଛି । Moto G85 ସ୍ମାର୍ଟଫୋନର ଦାମ୍‌ ପ୍ରାୟ ୩୦୦ ୟୁରୋ ହେବ କାରଣ ଏହା ୟୁରୋପରେ ଲଞ୍ଚ ହେବ । ତେବେ ଡିଭାଇସର ପ୍ରୋସେସର କଣ ରହିଛି ଆସନ୍ତୁ ଜାଣିବା ।

ନୂଆ ମୋଟୋ ସ୍ମାର୍ଟଫୋନରେ ସ୍ନାପଡ୍ରାଗନ୍ ୪ ଜେନ ୩ ଚିପସେଟ ଅଛି । ସ୍ମାର୍ଟଫୋନର ଡିଜାଇନ୍ ଟି ମୋଟରୋଲା ମିଡ୍ ରେଞ୍ଜ୍ ଡିଭାଇସ୍ ସହିତ ସମାନ ରହିବ । ସମାନ ଭାବେ ପଛରେ ଏକ ଡୁଆଲ୍ କ୍ୟାମେରା ସେଟଅପ୍ ଏବଂ ସାମ୍ନାରେ ସେଲଫି କ୍ୟାମେରା ମିଳିବ । ଡୁଆଲ୍ କ୍ୟାମେରା ସେଟଅପ୍ ରେ OIS ସହିତ ୫୦ MP ସୁଟର ସାମିଲ ହେବ । ଡିସପ୍ଲେର ଉଭୟ ସାଇଡ୍‌ କର୍ଭଡ୍‌ ହୋଇଥିବାବେଳେ ପଞ୍ଚ୍‌-ହୋଲ୍ ଡିସପ୍ଲେରେ ସେଲଫି କ୍ୟାମେରା ରହିବ । ସେଲଫି କ୍ଲିକ୍ କରିବା ପାଇଁ ଏବଂ ଭିଡିଓ କଲ୍ କରିବା ପାଇଁ କ୍ୟାମେରା ଭଲ ରହିଛି ।

କନେକ୍ଟିଭିଟି ଫିଚରରେ 5G, LTE, ୱାଇ-ଫାଇ, ବ୍ଲୁଟୁଥ୍, ଏବଂ ଆହୁରି ଅନେକ ଫିଚର ଆଡ୍‌ କରାଯାଇଛି । ଡିଭାଇସରେ ଏକ ସିମ୍ ଟ୍ରେ ସହିତ ଏକ USB-C ପୋର୍ଟ ଦିଆଯାଇଛି । ଡିଭାଇସ୍ ଟି ଡଲବି ଆଟମସ୍ ମ୍ୟୁଜିକ୍ କୁ ମଧ୍ୟ ସପୋର୍ଟ କରେ । ଏହାର ଅର୍ଥ ହେଉଛି ଆପଣଙ୍କୁ ଗୀତ ଶୁଣିବାରେ ମଜା ଆସିବ । ଡିଭାଇସରେ OLED ଥିବାବେଳେ ଡିଭାଇସରେ ଏକ ଇନ-ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ସେନ୍ସର ରହିବ ବୋଲି ଆଶା କରାଯାଉଛି । RAM ବିଷୟରେ କହିବାକୁ ଗଲେ, ମୋଟୋ G85 ରେ ୮ GB RAM ଅପ୍ସନ ଦିଆଯିବ । ଡିଭାଇସରେ ୨୫୬ GB ପର୍ଯ୍ୟନ୍ତ ଷ୍ଟୋରେଜ୍ ରହିବ ବୋଲି ଆଶା କରାଯାଉଛି ।

You might also like