ଫ୍ରି ଫାୟାର ଗେମ୍‌କୁ ପଛରେ ପକାଇଲା Subway Surfers, ସବୁଠାରୁ ଅଧିକ ଡାଉନଲୋଡ ହୋଇଥବା ଆପ୍‌

ଗେମ୍‌ ପାଗଳଙ୍କ ପାଇଁ ଖୁସି ଖବର। ହେଲେ ଫ୍ରି ଫାୟାର ଗେମ୍‌ ଖେଳୁଥିବା ପିଲାଙ୍କ ପାଇଁ ଖରାପ ଖବର। ଫ୍ରି ଫ୍ରାୟାର ଗେମ୍‌କୁ ପଛରେ ପକାଇ ସବୁଠାରୁ ଅଧିକ ଡାଉନଲୋଡ ହେଲା Subway Surfers । ଏକ ରିପୋର୍ଟ ମୁତାବକ, Subway Surfers ଚଳିତବର୍ଷ ୨୦୨୨ର ସବୁଠାରୁ ଅଧିକ ଡାଉନଲୋଡ ହୋଇଥିବା ଗେମ୍‌ । ଏହି ଗେମ୍‌କୁ ୨୦୨୨ରେ ୧୪ କୋଟି ୭୦ ଲକ୍ଷ ଥର ଡାଉନଲୋଡ କରାଯାଇଛି। ଗତବର୍ଷ ଏହି ଗେମ୍‌ ୬ ନଂ ସ୍ଥାନରେ ରହିଥିଲା।

୧୦ ବର୍ଷ ଏହି ପୁରୁଣା ଗେମ୍‌ ଫ୍ରି ଫାୟାର ଏବଂ ଲୁଡୋ କିଙ୍ଗକୁ ପଛରେ ପକାଇ ପ୍ରଥମ ସ୍ଥାନ ହାସିଲ କରିଛି। ଏହି ଗେମ୍‌ ୧ ନଂ ସ୍ଥାନରେ ରହିଥିବା ବେଳେ ଫ୍ରି ଫାୟାର ୨ ନଂ, ଲୁଡୋ କିଙ୍ଗ୍‌ ୩ ନଂ ସ୍ଥାନରେ ରହିଛି।

୧- Subway Surfers
୨- ଫ୍ରି ଫାୟାର
୩- ଲୁଡୋ କିଙ୍ଗ
୪- ରୋବଲ୍ସ
୫- କ୍ୟାଣ୍ଡି କ୍ରସ୍‌ ସାଗା
୬- ମର୍ଜ ମାଷ୍ଟର
୭- ରେସ ମାଷ୍ଟର ୩ଡି
୮- ପବଜୀ ମୋବାଇଲ
୯- ଷ୍ଟାମ୍ବଲ ଗାଏଜ୍‌
୧୦- ବ୍ରିଜ୍‌ ରେସ୍‌

୨୦୨୦ରେ ମୋଟ ୨୭୦ଟି ଚାଇନା ଆପ୍‌କୁ ବ୍ୟାନ୍ କରାଯାଇଥିଲା । ୨୦୨୨ରେ ହେଇଥିଲା  ପ୍ରଥମ ଡିଜିଟାଲ୍ ଷ୍ଟ୍ରାଇକ୍ । ସୂଚନାଯୋଗ୍ୟ, ଭାରତ ସରକାର ଦେଶରୁ ଟିକଟକ୍ ଓ ପବଜି ଭଳି ଲୋକପ୍ରିୟ ମୋବାଇଲ୍ ଗେମ୍ ଆପ୍ କୁ ବ୍ୟାନ୍ କରିଛନ୍ତି । ହେଲେ ପରବର୍ତ୍ତୀ ସମୟରେ ପବଜି ଭାରତକୁ ପୁଣି ଫେରିଥିଲା । ୧୨ ଫେବୃଆରୀରୁ ଗୁଗଲ ପ୍ଲେ ଷ୍ଟୋର ଏବଂ ଆପ୍‌ ଷ୍ଟୋରୁ ଗରୀନା ଫ୍ରି ଫାୟାର ଗେମ୍‌କୁ ହଟାଇ ଦିଆଯାଇଥିଲା। ତେବେ ଏହି ଗେମ୍‌ ମଧ୍ୟ ଏହି ଲିଷ୍ଟରେ ସାମିଲ ଥାଇପାରେ ବୋଲି ଆକଳନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.