ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବିଷୟରେ ଦୀର୍ଘ ଦିନ ଧରି ଅନେକ କଥା କୁହାଯାଉଛି । ବୈଜ୍ଞାନିକମାନେ କହୁଛନ୍ତି ଏହା ଭବିଷ୍ୟତରେ ଅନେକ ଲୋକଙ୍କ ଆବଶକତାକୁ ଦୂର କରିବ । ତେବେ କିଛି ବିଶଷେଜ୍ଞ ଏହାକୁ ଅସ୍ୱୀକାର କରନ୍ତି ତ କିଛି ଏହାକୁ ମର୍ସଥନ କରନ୍ତି । କିଛି ଦିନ ପୂର୍ବରୁ ଭାରତ ଗସ୍ତରେ ଆସିଥିବା Nvidia ର CEO କହିଛନ୍ତି ଯେ AI କାହାର ଚାକିରି ହରାଇବ ନାହିଁ ବରଂ କାମ କରିବାର ପଦ୍ଧତି ବଦଳାଇବ ।
ବର୍ତ୍ତମାନ ଗୁଗଲ CEO ସୁନ୍ଦର ପିଚାଇ କହିଛନ୍ତି ଯେ ଏବେ ଗୁଗଲର ୨୫% ଅଧିକ ନୂଆ ମୋଡ୍ AI ଦ୍ବାରା ପ୍ରସ୍ତୁତ ହେଉଛି । ଅର୍ଥାତ ଏହି କୋଡଗୁଡିକ ସଫ୍ଟୱାୟାର ଇଞ୍ଜିନିୟରମାନଙ୍କ ଦ୍ବାରା ଲେଖାଯାଉ ନାହିଁ । କିନ୍ତୁ ଏହା ଜରୁରୀ ଯେ ଇଞ୍ଜିନିୟରମାନେ କେବଳ ଏହି କୋଡ୍ ଗୁଡିକୁ ରିଭ୍ଯୁ କରନ୍ତି । ପିଚାଇଙ୍କ ଏହି ବୟାନ ସଫ୍ଟୱରେ୍ ଡେଭଲପମେଣ୍ଟ କ୍ଷେତ୍ର ପାଇଁ ଏକ ଭୟାବହ ସତ୍ୟ ଅଟେ ।
• ଗୁଗଲର ଏକ ଚତୁର୍ଥାଂଶରୁ ଅଧିକ କୋଡ ର୍ବତ୍ତମାନ AI ଦ୍ବାରା ଲେଖାଯାଉଛି । ନିକଟରେ CEO ସୁନ୍ଦର ପିଚାଇ କମ୍ପାନୀର Q3 2024 ମିଟିଙ୍ଗରେ ବଡ ଡିଟେଲ୍ସ ଦେଇଛନ୍ତି ଯେ ଗୁଗଲର ଥିବା ସମସ୍ତ ନୂଆ କୋଡର ୨୫% ରୁ ଅଧିକ ର୍ବତ୍ତମାନ AI ଦ୍ବାରା ତିଆରି ହୋଇଛି । ଯାହା ପରେ ଇଞ୍ଜିନିୟରମାନେ ଫାଇନାଲ ରିଭ୍ଯୁ ଚେକ୍ କରନ୍ତି ।
• ଗୁଗଲର ଡେଭଲପମେଣ୍ଟ ପ୍ରୋସେସକୁ ଶୀଘ୍ର ଏବଂ ସରଳ କରିବାରେ AI ର ବଢ଼ୁଥିବା ଭୂମିକାକୁ ପ୍ରତିଫଳିତ କରି ଏହା ଏକ ଟ୍ରାନ୍ସଫରମସେନାଲ୍ ଚେଞ୍ଜକୁ ସଙ୍କେତ କରେ । ପିଚାଇଙ୍କ ଘୋଷଣା ଏହା ସ୍ପଷ୍ଟ କରେ ଯେ ଗୁଗଲ ଏହାର କାର୍ଯପ୍ରଣାଳୀରେ AI କୁ ଗଭୀର ଭାବରେ ସାମିଲ୍ କରିବାକୁ ପ୍ରତିଶ୍ରୁତିବଦ୍ଧ, ଟେକ୍ନୋଲୋଜି କ୍ଷେତ୍ରରେ ଏହା ଏକ ବଡ ପରିର୍ବତ୍ତନ ଆଡକୁ ସୂଚାଉଛି ।
• ଗୁଗଲର AI ଦୃଷ୍ଟିକୋଣ କୋଡିଂରେ AI ର ବବହାର କମ୍ପାନୀର କାମକୁ ସରଳ କରିବା ପାଇଁ ଗୁଗଲର ବ୍ୟାପକ ଯୋଜନାର ଏକ ପାର୍ଟ ଅଟେ । ନିକଟରେ ଟେକ୍ ଜିଆଣ୍ଟ ଏହାର ରିର୍ସଚ, ମେସିନ ଲର୍ଣ୍ଣି ଏବଂ ସିକ୍ୟୁରିଟି ଟିମଗୁଡିକର ପୁର୍ନଗଠନ କରିଛି, ଯାହା ର୍ବତ୍ତମାନ ପ୍ଲାଟର୍ଫମ ଏବଂ ଡିଭାଇସ୍ ଡିଭିଜନ ସହିତ ଇଣ୍ଟଗ୍ରେଟେଡେ୍ ହୋଇଛି ।
• ଏହି ଷ୍ଟ୍ରକଚରାଲ୍ ସିଫ୍ଟ ଗୁଗଲ ଜମେିନି ପରି AI ମଡଲେଗୁଡିକ ଶୀଘ୍ର କାର୍ଯକାରୀ କରିବାର ପ୍ରକ୍ରିୟାକୁ ସରଳ କରିଥାଏ । ଏହି ଟିମଗୁଡକୁ ଏକାଠି କରି ଗୁଗଲ ଖୁବ ଶୀଘ୍ର ଟେକ୍ନୋଲୋଜିର ପ୍ରଗତି କରିବାକୁ ଏବଂ AI ଆଧାରିତ ସମାଧାନଗୁଡିକୁ ଅଧିକ ଦକ୍ଷତାର ସହିତ ଲଞ୍ଚ କରିବାକୁ ସ୍ଥିର କରୁଛି ।
• ପିଚାଇଙ୍କ ଏହି ବୟାନ କୋଡିଙ୍ଗର ଭବିଷ୍ୟତ ଟେକ୍ନୋଲୋଜି ଲାଣ୍ଡସ୍କପେର ଏକ ଝଲକ ପ୍ରଦାନ କରେ । ଯେଉଁଠାରେ AI ମାନବ ଇଞ୍ଜିନିୟରଙ୍କ ପାଇଁ ସହଯୋଗୀ ଭାବରେ କାମ କରିବ ।
• ଏହି ପରିର୍ବତ୍ତନ କୋଡିଙ୍ଗ କ୍ୟାରିଅରର ସମାପ୍ତିକୁ ସଙ୍କେତ ଦେଇନଥାଏ କିନ୍ତୁ ଏକ ନୂଆ ଯୁଗ ଆରମ୍ଭର ସଙ୍କେତ ଦେଇଥାଏ । AI ଇଞ୍ଜିନିୟରମାନଙ୍କୁ ଅଧିକ ଦକ୍ଷତାର ସହିତ ନୂତନ ସମାଧାନ ଦେବାରେ ସାହାଯ୍ୟ କରେ । ଯେଉଁଥିରେ ମଣିଷ ମେଣ୍ଟେନିଙ୍ଗ କ୍ୱାଲିଟି ଏବଂ ଏଥିକାଲ ଷ୍ଟାଣ୍ଡାର୍ଡକୁ ବଜାୟ ରଖେ ।