ସୁପରଷ୍ଟାର ରଜନୀକାନ୍ତ ଲଞ୍ଚ କଲେ ସୋସିଆଲ ମିଡିଆ ଆପ୍‌ Hoote, ଭଏସ୍ ନୋଟ୍ ମାଧ୍ୟମରେ ଭାବନାକୁ କରିପାରିବେ ପ୍ରକାଶ

ତାମିଲ ସିନେମା ସୁପରଷ୍ଟାର ରଜନୀକାନ୍ତ ଏକ ନୂଆ ସୋସିଆଲ ମିଡିଆ ପ୍ଲାଟଫର୍ମ Hoote ଲଞ୍ଚ କରିଛନ୍ତି। ଏହା ଏକ ଭଏସ୍ ଆଧାରିତ ସୋସିଆଲ୍ ମିଡିଆ ଆପ୍‌, ଯାହାକୁ ତାଙ୍କ ଝିଅ ସୌନ୍ଦର୍ଯ୍ୟାଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଛି। ଆପ୍‌ର ବିଶେଷତ୍ୱ ହେଉଛି, ଆପଣ ଭଏସ୍ ନୋଟ୍ ମାଧ୍ୟମରେ ଆପଣଙ୍କର ଭାବନାକୁ ପ୍ରକାଶ କରିପାରିବେ। ଆପଣଙ୍କ ପୋଷ୍ଟକୁ ଉତ୍ତମ କରିବା ପାଇଁ ଆପଣ ବ୍ୟାକଗ୍ରାଉଣ୍ଡ୍ ମ୍ୟୁଜିକ୍ ମଧ୍ୟ ବ୍ୟବହାର କରିପାରିବେ। ଏହି ଆପ୍ ତାମିଲ, ହିନ୍ଦୀ, ତେଲୁଗୁ, ମରାଠୀ, ମାଲାୟାଲମ୍, କନ୍ନଡ, ବଙ୍ଗାଳୀ ଏବଂ ଗୁଜୁରାଟୀ ସହିତ ୮ ଟି ଭାରତୀୟ ଭାଷା ଏବଂ ୩ ଟି ଆନ୍ତର୍ଜାତୀୟ ଭାଷାକୁ ସପୋର୍ଟ କରେ।

Hoote app ଗୁଗୁଲ୍ ପ୍ଲେ ଷ୍ଟୋରରେ ମାଗଣା ଡାଉନଲୋଡ୍ ପାଇଁ ଉପଲବ୍ଧ। ଏହି ଆପ୍ ପ୍ରଥମେ ଆପଣଙ୍କୁ ଭାରତୀୟ କିମ୍ବା ଆନ୍ତର୍ଜାତୀୟ ଭାଷା ବାଛିବା ପାଇଁ କହିଥାଏ, ତାପରେ ଆପଣଙ୍କୁ ସିଧାସଳଖ ପଞ୍ଜୀକରଣ ପ୍ରକ୍ରିୟାକୁ ନେଇଯାଏ। ଏହି ଆପ୍ ଆପଣଙ୍କୁ ସୁପରଷ୍ଟାର ରଜନୀକାନ୍ତ, ଗୌତମ ଗମ୍ଭୀରଙ୍କ ପରି ସେଲିବ୍ରିଟି, ନ୍ୟୁଜ୍ ଚ୍ୟାନେଲ, ରାଜନେତା ଏବଂ ଫ୍ୟାନ୍ସ ପେଜକୁ ଫଲୋ କରିବାକୁ ସୁବିଧା ଦେଇଥାଏ। ଆପଣ ଯାହାକୁ ଅନୁସରଣ କରିବେ, ତାଙ୍କର Hoote ପୋଷ୍ଟଗୁଡିକ ଆପଣଙ୍କୁ ଦେଖାଯିବ।

hotte
PC: Twist article

Hoote ଆପ୍ ରେ, ଆପଣ ୬୦ ସେକେଣ୍ଡ୍ ପର୍ଯ୍ୟନ୍ତ ଏକ ଭଏସ୍ ନୋଟ୍ ପଠାଇବାକୁ ସୁବିଧା ପାଇବେ। ଥରେ ରେକର୍ଡିଂ ସଂପୂର୍ଣ୍ଣ ହୋଇଗଲେ, ୟୁଜର୍ସ ପୋଷ୍ଟରେ କ୍ୟାପସନ୍, ବ୍ୟାକଗ୍ରାଉଣ୍ଡ୍ ମ୍ୟୁଜିକ୍ ଏବଂ ଏକ ଇମେଜ୍ ଯୋଡିପାରିବେ। ଆପଣଙ୍କୁ ଅନେକ ସଂଗୀତ ବାଛିବା ପାଇଁ ବିକଳ୍ପ ଦିଆଯାଇଛି। ଥରେ ଆପଣ ସଂଗୀତ ଚୟନ କରିବା ପରେ, ଆପଣ ଏହାର ପ୍ରିଭ୍ୟୁ ମଧ୍ୟ ଶୁଣିପାରିବେ।

ପୋଷ୍ଟର କ୍ୟାପସନ୍ ୧୨୦ ଶବ୍ଦ କିମ୍ବା ତା’ଠାରୁ କମ୍ ହେବା ଜରୁରୀ। ୟୁଜର୍ସ ପ୍ରୋଫାଇଲ୍ ଆଇକନ୍ ଉପରେ ଟ୍ୟାପ୍ କରି ସହଜରେ ସେମାନଙ୍କର ହୁଟ୍ ପୋଷ୍ଟଗୁଡିକ ଡିଲିଟ୍ ବି କରିପାରିବେ। ଅନ୍ୟାନ୍ୟ ସୋସିଆଲ୍ ମିଡିଆ ଆପ୍ ପରି, ଆପଣ ମଧ୍ୟ ଏହି ଆପରେ ପୋଷ୍ଟଗୁଡିକ ଲାଇକ୍, ରିପୋଷ୍ଟ ଏବଂ ସେୟାର କରିପାରିବେ।

ସୂଚନାଯୋଗ୍ୟ, ନିକଟରେ ସୁପରଷ୍ଟାର ରଜନୀକାନ୍ତଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ମିଳିଥିଲା। ଯାହା ସିନେ ଜଗତର ସର୍ବଶ୍ରେଷ୍ଠ ପୁରସ୍କାର। ଏପରି ଆଓ୍ଵାର୍ଡକୁ ନେଇ ସେ ବହୁତ ଖୁସି ରହିଛନ୍ତି। ରଜନୀକାନ୍ତଙ୍କୁ ଭାରତ ସରକାରଙ୍କ ପକ୍ଷରୁ ୨୦୦୦ ମସିହାରେ ପଦ୍ମଭୂଷଣ ଓ ୨୦୧୬ରେ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.