ଟେକ୍

AC ପରି କାନ୍ଥରେ ଝୁଲିବ ଏହି କୁଲର: ୧ ମିନିଟରେ ଘରକୁ କରିବ ଥଣ୍ଡା, ବିଦ୍ୟୁତ ବିଲ୍ ମଧ୍ୟ ଆସିବ କମ୍

ବର୍ତ୍ତମାନ ଶୀତ ଋତୁ ସରି ଧୀରେ ଧୀରେ ଗ୍ରୀଷ୍ମ ଋତୁ ପ୍ରବେଶ କଲାଣି । ଆଉ କିଛି ଦିନପରେ ଖରାର ତାପମାତ୍ରା ବଢିବା ସହିତ ଅସହ୍ୟ ଗରମ ବି ଅନୁଭୂତ ହେବ । ଗରମ ପାଇଁ ଲୋକମାନେ ଏବେ ଠାରୁ AC, କୁଲର ଓ ଫ୍ୟାନକୁ ସଜାଡୁଛନ୍ତି । ଅନେକ ଲୋକ AC ଲଗାଇବାକୁ ସମକ୍ଷ ନୁହଁନ୍ତି । ଏଥିପାଇଁ ସେମାନେ କୁଲର ଉପରେ ନିର୍ଭର କରନ୍ତି । ଯଦି ଆପଣ ଏକ ନୂତନ କୁଲର କିଣିବାକୁ ଯୋଜନା କରୁଛନ୍ତି, ତେବେ ଅନଲାଇନରେ ଅନେକ ବିକଳ୍ପ ଉପଲବ୍ଧ | ଆପଣ ଜାଣନ୍ତି କି ବଜାରରେ ଏପରି ଏକ କୁଲର୍ ଅଛି, ଯାହା ଆପଣଙ୍କୁ ଏସି ଭଳି ଅନୁଭବ କରାଇବା, କିନ୍ତୁ କୁଲରର ମଜା ଦେବ। କମ୍ ବିଦ୍ୟୁତରେ ଏହି କୁଲର ବିଲକୁଲ AC ଭଳି ଥଣ୍ଡା ପବନ ଦେବ ।

ତେବେ ଏହା ଦୁନିଆର ପ୍ରଥମ ଏପରି କୁଲର ଯାହା AC ପରି କାନ୍ଥରେ ଝୁଲିରହୁଛି । ଆମେ ଏଠାରେ ସିମ୍ଫୋନୀ କ୍ଲାଉଡ୍ ବିଷୟରେ କଥା ହେଉଛି । ଏହା ଦେଖିବାକୁ ବିଲକୁଲ AC ପରି ଲାଗିବ, କିନ୍ତୁ ଏହା କୁଲର । ଏହାକୁ ରିମୋଟରେ କଣ୍ଟୋଲ କରାଯିବ ଓ ବାରମ୍ବାର ପାଣି ଢାଳିବାକୁ ବି ପଡ଼ିବନି । ତେବେ ଆସନ୍ତୁ ଜାରିବା ଏହା ବିଷୟରେ।

Symphony Cloud Personal Cooler ର କ୍ଷମତା ୧୫ ଲିଟର ରହିଛି । ଅର୍ଥାତ୍ ଏଥିରେ ୧୫ ଲିଟରର ପାଣି ଟାଙ୍କି ଅଛି । ଏହା ପ୍ରାୟ ୨୦୦୦ ବର୍ଗଫୁଟ ପର୍ଯ୍ୟନ୍ତ ଥଣ୍ଡା ଦେଇଥାଏ । ଏହା ତିନୋଟି ପାର୍ଶ୍ୱ କୁଲିଂ ପ୍ୟାଡ୍ ସହିତ ଆସିଥାଏ । ଗରମ ସମୟରେ ମଧ୍ୟ ଏହା ଘରକୁ ଥଣ୍ଡା କରିପାରେ । ଆର୍ଦ୍ରତାକୁ ହଟାଇବା ପାଇଁ ଏଥିରେ ଏକ ଡିହମାଇଡିଫିକେସନ୍ ସିଷ୍ଟମ୍ ଦିଆଯାଇଛି । ଏହା ରିମୋର୍ଟରେ ଚାଲୁଥିବାରୁ ଆପଣଙ୍କୁ ବାରମ୍ବାର ଉଠିବାକୁ ପଡିବ ନାହିଁ ।

ରୀରିମୋର୍ଟ ସହ Symphony Cloud Personal Cooler with Remoteର ଲଞ୍ଚ ମୂଲ୍ୟ ୧୪,୯୯୯ ଟଙ୍କା ରହିଛି । କିନ୍ତୁ ଏହା ଫ୍ଲିପକାର୍ଟରୁ ୧୩,୪୯୯ ଟଙ୍କାରେ ଆପଣଙ୍କୁ ମିଳିଯିବ । ଏହି କୁଲରରେ ୧୦% ରିହାତି ଦିଆଯାଉଛି । ଯଦି ଆପଣ ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡ ସହିତ ପେମେଣ୍ଟ କରନ୍ତି, ତେବେ ଆପଣଙ୍କୁ ୬୭୫ ଟଙ୍କା କ୍ୟାସବ୍ୟାକ୍ ମିଳିବ । ଅର୍ଥାତ୍ କୁଲରକୁ ଆପଣ ୧୨,୮୨୪ ଟଙ୍କାରେ କିଣିପାରିବେ ।

 

ଆହୁରି ପଢନ୍ତୁ : ହ୍ଵାଟସଆପ୍‌ ୟୁଜର୍ସଙ୍କ ପାଇଁ ଆସୁଛି ୧୦ ନୂଆ ଫିଚର୍ସ, ପଢ଼ିନିଅନ୍ତୁ ଆଗକୁ ହେବନି କୌଣସି ଅସୁବିଧା

 

Barsha

Recent Posts

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

4 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

19 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

55 mins ago

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

56 mins ago

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

1 hour ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

1 hour ago