ବର୍ଷା ଓ ଘଡ଼ଘଡ଼ି ବେଳେ ସେଲ୍ଫି ନେଉଥିଲେ ଚାଲି ଯାଇପାରେ ଜୀବନ, ଜାଣନ୍ତୁ କାରଣ

ଆଜିକାଲି ସ୍ମାର୍ଟଫୋନ ଲୋକଙ୍କ ଜୀବନକୁ ଆହୁରି ସରଳ କରିଦେଇଛି। କେବଳ ଗୋଟିଏ ଫୋନ ହିଁ ଆମର ସବୁ କାମକୁ ସହଜ କରିଦେଉଛି। ଆଜି କାଲି ମୋବାଇଲ ହିଁ ଲୋକଙ୍କ ପସନ୍ଦ ଓ ଆବଶ୍ୟକତା ଉଭୟ ପାଲଟିଯାଇଛି। କିଛି ଲୋକ କାମ ସମେତ ଫଟୋ ଉଠାଇବା ପାଇଁ ମଧ୍ୟ ମୋବାଇଲ ବ୍ୟବହାର କରୁଛନ୍ତି। ମୋବାଇଲରେ ସେଲ୍ଫି ନେବା ଏବେ ଟ୍ରେଣ୍ଡ ପାଲଟିଛି। କିନ୍ତୁ ବେଳେବେଳେ ସେଲ୍ଫି ନେବା ଚକ୍କରରେ ଲୋକମାନେ ନିଜ ଜୀବନ ହରାଇ ଦେଉଛନ୍ତି।

ଖାସ୍ କରି ବର୍ଷା ଓ ଘଡ଼ଘଡ଼ି ବେଳେ ଫଟୋ ଉଠାଇବା ବିପଦପୂର୍ଣ୍ଣ ହୋଇଥାଏ। ରିପୋର୍ଟ ମୁତାବକ, ବିଜୁଳି ବି ମୋବାଇଲ ବ୍ଲାଷ୍ଟର ଆଉ ଏକ କାରଣ। ବର୍ଷା ଓ ଘଡ଼ଘଡ଼ି ସ୍ମାର୍ଟଫୋନକୁ ବମ୍ ଭଳି ବିସ୍ଫୋଟକ ବନାଇଦିଏ। ମୋବାଇଲର ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ଫିଲଡ଼ ବିଜୁଳିକୁ ନିଜ ଆଡ଼କୁ ଆକର୍ଷିତ କରେ। ଫଳରେ ବଜ୍ରପାତ ପଡ଼ିବା ଆଶଙ୍କା ବଢ଼ିଯାଏ।

ଏକ୍ସପର୍ଟଙ୍କ କହିବାନୁସାରେ, ବର୍ଷା ବେଳେ ଯଦି ଆପଣ କୌଣସି ଖୋଲା ସ୍ଥାନରେ ଅଛନ୍ତି, ଆଉ ମୋବାଇଲ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ଉପରେ ବିଜୁଳି ପଡ଼ିବା ଆଶଙ୍କା ରହିଛି। ଯଦି ମୋବାଇଲ ଅଫ ବି ଅଛି ତେବେ ମଧ୍ଯ ବିପଦ ରହିଛି। କାରଣ ଫୋନରେ ଇଲେକ୍ଟ୍ରୋମ୍ୟାଗ୍ନେଟିକ ତରଙ୍ଗ ରହିଛି, ଯାହା ବିଜୁଳିକୁ ନିଜ ଆଡ଼କୁ ଆକର୍ଷିତ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.