ଟାଟା ସ୍କାଏ ନିଜ ୟୁଜର୍ସଙ୍କ ପାଇଁ ପୁଣି ଏକ ବଡ଼ ପ୍ଲାନ୍ ନେଇଆସିଛି। DTH ସର୍ଭିସ୍ ସହିତ ଦେଶର ୨୧ ସହରରେ ବ୍ରଡବ୍ୟାଣ୍ଡ ସେବା ଆରମ୍ଭ କରିବାକୁ ଯାଉଛି। ଏହାସହ କମ୍ପାନୀ ୟୁଜରମାନଙ୍କୁ ବ୍ରଡବ୍ୟାଣ୍ଡର ଅନଲିମିଟେଡ୍ ଡାଟା ପ୍ଲାନ୍ ବି ଅଫର କରୁଛି। ତେବେ ଟାଟା ସ୍କାଏ Jio Gigafiber କୁ ଟକ୍କର ଦେବା ପାଇଁ ଏହି ପଦକ୍ଷେପ ଗ୍ରହଣ କରିଛି।
ଏଠାରେ ଆମେ କହି ରଖୁଛୁ ଯେ Jio Gigafiber ଖୁବଶୀଘ୍ର ୱାଇଫାଇ, କେବୁଲ ଏବଂ ଲ୍ୟାଣ୍ଡଲାଇନ୍ ସୁବିଧା ଉପଲବ୍ଧ କରିବାକୁ ଯାଉଛି। ଏହାକୁ ନଜରରେ ରଖି ଟାଟା ସ୍କାଏ ୫୯୦ ଟଙ୍କାରେ ନିଜ ବ୍ରଡବ୍ୟାଣ୍ଡ ପ୍ଲାନ ଆରମ୍ଭ କରିଛି।
ଟାଟା ସ୍କାଏ ବ୍ରଡବ୍ୟାଣ୍ଡ ପ୍ଲାନ
୫୯୦ ଟଙ୍କା ପ୍ଲାନରେ ୟୁଜରମାନଙ୍କୁ 16 Mbps ସ୍ପୀଡ୍ ଦିଆଯିବ। ଏହାର ବୈଧତା ଗୋଟିଏ ମାସ ରହିବ। ଏଥିରେ ଅନଲିମିଟେଡ୍ ଡାଟା ଉପଲବ୍ଧ କରାଯିବ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ୟୁଜର ସେମାନଙ୍କ ପ୍ଲାନରେ Wi-Fi router ମଧ୍ୟ ପାଇପାରିବେ, ଯେଉଁଥିରେ ୭୦୦ ଟଙ୍କାର ପ୍ଲାନ ଭିତରେ ୟୁଜରଙ୍କୁ 25Mbps ସ୍ପୀଡ୍ ସହିତ ଅନଲିମିଟେଡ୍ ଡାଟା ମିଳିବ। ଏହା ବ୍ୟତୀତ, ୮୦୦ ଟଙ୍କା ରିଚାର୍ଜରେ 50Mbps ସହିତ ଅନଲିମିଟେଡ୍ ଡାଟା ଦିଆଯିବ ଏବଂ ୧୩୦୦ ଟଙ୍କା ପ୍ଲାନରେ ୟୁଜରମାନେ 100Mbps ସହିତ ଅନଲିମିଟେଡ୍ ଡାଟା ପାଇପାରିବେ।ଟାଟା ସ୍କାଏ ବର୍ତ୍ତମାନ ମୁମ୍ବାଇ, ଜୟପୁର, ଦିଲ୍ଲୀ, ନୋଏଡ଼ା, ସୁରଟ ଭଳି ସହରରେ ସର୍ଭିସ୍ ଉପଲବ୍ଧ କରୁଛି। କମ୍ପାନୀ ଦାବି କରୁଛି ଯେ ଏହା ଖବଶୀଘ୍ର ଅନ୍ୟ ସହରଗୁଡ଼ିକରେ ମଧ୍ୟ ଆରମ୍ଭ ହେବ।
ଏହାସହ ପଢ଼ନ୍ତୁ: ବ୍ୟାଚେଲର ଟ୍ରିପକୁ କରିବାକୁ ଚାହୁଁଛନ୍ତି କି ମେମୋରେବୁଲ୍ ? ଏହି ୫ ଜାଗା ଆପଣଙ୍କ ଇଚ୍ଛା ପୂରଣ କରିଦେବ
ସେଟ୍-ଅପ୍ ବକ୍ସର ଦାମ୍ କମ୍ କରିଛି ଟାଟା ସ୍କାଏ
କିଛିଦିନ ତଳେ ଟାଟା ସ୍କାଏ ପୁଣିଥରେ ନିଜ SD ଏବଂ HD ସେଟ୍-ଅପ୍ ବକ୍ସର ଦାମ୍ କମ୍ କରିଥିଲା। କମ୍ପାନୀ ୩୦୦ ଟଙ୍କା ଏଥିରେ କାଟିଥିଲା। ଏହି କାଟ୍ ସହିତ ଟାଟା ସ୍କାଏ ତା’ର ସେଟ୍-ଅପ୍ ବକ୍ସଗୁଡ଼ିକର ନୂଆ ଦାମ୍ ଅଫିସିଆଲ୍ ୱେବସାଇଟରେ ଉପଲବ୍ଧ କରାଇଥିଲା। ଦାମ୍ କଟ୍ ପରେ ଏବେ ଟାଟା ସ୍କାଏର SD ସେଟ୍-ଅପ୍ ବକ୍ସର ନୂଆ ଦାମ୍ ୧,୩୯୯ ଟଙ୍କା ହୋଇଯାଇଛି। ସେହିପରି HD ସେଟ୍-ଅପ୍ ବକ୍ସର ଦାମ୍ କମି ୧,୪୯୯ ଟଙ୍କା ହୋଇଛି।