ବିଦେଶ ଯାତ୍ରା ପାଇଁ ଜଲଦି ଅଛନ୍ତି କି, ତେବେ ୧୫ ଦିନ ଭିତରେ ପାସପୋର୍ଟ ପାଇବାର ପ୍ରୋସେସ ଜାଣନ୍ତୁ

ଯଦି ଆପଣ ବିଦେଶ ଯାତ୍ରା କରିବାକୁ ଚାହୁଁଛନ୍ତି ତାହେଲେ ନିଶ୍ଚିତ ଭାବେ ଆପଙ୍କୁ ପାସପୋର୍ଟ ଜରୁରୀ ଏଇଟା ଆପଣ ଜାଣିଛନ୍ତି। କିଛି ବର୍ଷ ପୂର୍ବରୁ ତ ଲୋକମାନେ ପାସପୋର୍ଟ ବନାଇବାକୁ ବି ଡରୁଥିଲେ କାହିଁକିନା ଏହାର ପ୍ରୋସେସ ବହୁତ ମୁସକିଲ ଥିଲା। କିନ୍ତୁ ବର୍ତ୍ତମାନ ସେମିତି ନୁହେଁ। ଏବେ ଆପଣ ବହୁତ ସହଜରେ ଆଉ ବହୁତ କମ୍‌ ସମୟରେ ହିଁ ପାସପୋର୍ଟ ବନାଇପାରିବେ। ଏଥିପାଇଁ ଆପଣ ଘରେ ବସି ବି ଆବେଦନ କରିପାରିବେ।

ଯଦି ଆପର ବାହାରକୁ ବୁଲିବାକୁ ପ୍ଲାନ କରୁଛନ୍ତି ତାହେଲେ ଆମର ଏ ଖବର ଆପଣଙ୍କ କାମରେ ଆସିବ ନିଶ୍ଚୟ। କାହିଁକିନା ଏ ଭିଡିଓରେ ଆଜି ଆମେ ଆପଣଙ୍କୁ ଜଣାଇବୁ ପାସପୋର୍ଟ ବନାଇବାର ପ୍ରୋସେସ, ଯାହା ବହୁତ ସହଜ ଏବଂ ଆପଣଙ୍କୁ ଏଥିରେ ଅଧିକ ସମୟ ପାଇଁ ଅପକ୍ଷୋ କରିବାକୁ ବି ପଡିବନି। ଯେଉଁମାନଙ୍କୁ ପାସପୋର୍ଟ ଜଲଦି ଦରକାର ସେମାନଙ୍କ ପାଇଁ ସରକାର ତତ୍କାଳ ପାସପୋର୍ଟର ସୁବିଧା ଦେଉଛନ୍ତି। ଯେଉଁଥିରେ ପାସପୋର୍ଟ ବନାଇବା ସମୟରେ ଆପଣଙ୍କୁ ବହୁତ କମ୍‌ ଦିନ ସମୟ ଲାଗିବ। ତାହେଲେ ଆସନ୍ତୁ ଜାଣିବା ଏହି ତତ୍କାଳ ପାସପୋର୍ଟ ସର୍ଭିସ ବିଷୟରେ।

କେମିତି ଅପ୍ଲାଏ କରିବେ ଜାଣନ୍ତୁ

ଅନଲାଇନ୍‌ ପାସପୋର୍ଟ ବନାଇବା ପାଇଁ ଆପଣଙ୍କୁ ସର୍ବପ୍ରଥମେ ପାସପୋର୍ଟ ସେବାର ଅଫିସିଆଲ ୱେବସାଇଟକୁ ଯିବାକୁ ହେବ। ଏହାପରେ ଆପଣଙ୍କୁ ସେଠାରେ ନୂଆ ୟୁଜର ବକ୍ସ ଦେଖାଯିବ, ତାହା ଉପରେ କ୍ଲିକ କରିବାକୁ ହେବ। ଯାହାପରେ ଆପଣ ରେଜିଷ୍ଟ୍ରେସନ ପେଜକୁ ଆସିଯିବେ। ଏଠାରେ ଆପଣଙ୍କୁ ଜାରୁରୀ ଡିଟେଲ୍ସ ଭରିବାକୁ ହେବ। ତେବେ ଗୋଟେ କଥା ନିହାତି ଭାବେ ଧ୍ୟାନ ଦେବେ ଯେ ଆପଣ ଯେଉଁ ସହରରେ ରହୁଛନ୍ତି ସେଠାକାର ପାସପୋର୍ଟ ଅଫିସ ସିଲେକ୍ଟ କରନ୍ତୁ। କାରଣ ଭେରିଫିକେସନ୍‌ ପାଇଁ ଆପଣଙ୍କୁ ସେହି ପୋଷ୍ଟଅଫିସକୁ ଯିବାକୁ ହେବ।

ଜରୁରୀ ବିବରଣୀ ଭରିବା ପରେ ଆପଣଙ୍କୁ ରେଜିଷ୍ଟର ଟ୍ୟାବ୍‌ ଉପରେ କ୍ଲିକ କରିବାକୁ ହେବ। ରେଜିଷ୍ଟ୍ରେସନ କରିବା ପରେ ପାସପୋର୍ଟ ସେବାର ୱେବସାଇଟକୁ ପୁଣି ଥରେ ଯାଇ ସବୁଜ ରଙ୍ଗରେ ଥିବା ଲଗଇନ୍‌ ବଟନ ଉପରେ କ୍ଲିକ କରନ୍ତୁ। ଏଠାରେ ଆପଣ ନିଜର ଇମେଲ ଆଇଡି ଲେଖନ୍ତୁ ଏବଂ କଣ୍ଟିନ୍ୟୁ ଅପ୍ସନ ଉପରେ କ୍ଲିକ କରନ୍ତୁ।

ଏଠାରେ ଆପଣଙ୍କୁ ଆପ୍ଲାଏ ଫର ଫ୍ରେସ୍‌ ପାସପୋର୍ଟ କିମ୍ବା ରିଇସ୍ୟୁ ଅଫ୍‌ ପାସପୋର୍ଟ ଉପରେ କ୍ଲିକ କରିବାକୁ ହେବ। ଆପଣ ଏଠାରେ ଫର୍ମ ଡାଉନଲୋଡ କରି ତାକୁ ଭରି ୱେବସାଇଟରେ ଅପଲୋଡର ବିକଳ୍ପ ବାଛିପାରିବେ କିମ୍ବା ଡାଇରେକ୍ଟ ଅନଲାଇନ୍‌ ମଧ୍ୟ ଭରିପାରିବେ। ଫର୍ମ ଡାଉନଲୋଡ କରି ଭରିବା ପରେ କ୍ଲିକ ହିୟର ଟୁ ଡାଉନଲୋଡ ଦ ସଫ୍ଟ କପି ଅଫ୍‌ ଦ ଫର୍ମ ବିକଳ୍ପ ଉପରେ କ୍ଲିକ କରନ୍ତୁ। ଯଦି ଆପଣ ଅନଲାଇନ ଫର୍ମ ଭରିବାକୁ ଚାହୁଁଛନ୍ତି ତାହେଲେ କ୍ଲିକ ହିୟର ଟୁ ଫିଲ ଦ ଆପ୍ଲିକେସନ ଫର୍ମ ଅନଲାଇନ୍‌ ଅପ୍ସନ ଉପରେ କ୍ଲିକ କରନ୍ତୁ। ଏହାପରେ ଫର୍ମ ଭରିବା ପରେ ଭ୍ୟୁ ସେଭଡ ସବମିଟ ଆପ୍ଲିକେସନ ଉପରେ କ୍ଲିକ କରନ୍ତୁ। ଏହାପରେ ଆପଣଙ୍କୁ ଆବେଦନ ପାଇଁ ପେମେଣ୍ଟ କରିବାକୁ ହେବ ଏବଂ ସତ୍ୟାପନ ପାଇଁ ସିଡ୍ୟୁଲ ନେବାକୁ ହେବ।

ଅନଲଇନ୍‌ ପେମେଣ୍ଟ କରିବା ପରେ ଆପଣ ପାସପୋର୍ଟ ସେବାର ୱେବସାଇଟକୁ ପହଁଚିଯିବେ। ଏଠାରେ ଏକ ନୂଆ ପେଜ ଖୋଲିବ, ଯେଉଁଥିରେ ଆପୋଏଣ୍ଟମେଣ୍ଟ ଲେଖାଥିବ। ତାହା ଉପରେ କ୍ଲିକ କରିବା ପରେ ଆପଣଙ୍କୁ ଆପୋଏଣ୍ଟମେଣ୍ଟର ସମ୍ପୂର୍ଣ୍ଣ ସୂଚନା ମିଳିଯିବ। ଏବେ ଆପଣ ପ୍ରିଣ୍ଟ ଆପ୍ଲିକେସନ ଉପରେ କ୍ଲିକ କରି ତାକୁ ଡାଉନଲୋଡ କରିପାରିବେ।

ପ୍ରିଣ୍ଟ ଆଉଟ୍‌ ବାହାର କରି ନିଶ୍ଚୟ ରଖିଦିଅନ୍ତୁ କାହିଁକିନା ପାସପୋର୍ଟ ସେବା କେନ୍ଦ୍ରରେ ଏଣ୍ଟ୍ରି ପାଇଁ ଏହାର ଆବଶ୍ୟକ ପଡିବ। ଏହାପରେ ଆପଣଙ୍କୁ ସେବା କେନ୍ଦ୍ରରେ ଯିବାକୁ ହେବ। ସମସ୍ତ ଡକ୍ୟୁମେଣ୍ଟର ଯାଞ୍ଚ ହେବା ପରେ ଏବଂ ପୋଲିସ ଭେରିଫିକେସନ ପୂରା ହେବା ପରେ ଆପଣଙ୍କ ପାସପୋର୍ଟ ବନିଯିବ।

ତତ୍କାଳ ପାସପୋର୍ଟ ପାଇଁ କେମିତି ଆପ୍ଲାଏ କରିବେ ଜାଣନ୍ତୁ

ଯେତେବେଳେ ଆପଣ ପାସପୋର୍ଟ ପୋର୍ଟାଲର ଅଫିସିଆଲ ୱେବସାଇଟକୁ ଯିବେ ସେତେବେଳେ ଆପଣଙ୍କୁ ନିୟୁ ୟୁଜର ରେଜିଷ୍ଟ୍ରେସନ ଉପରେ କ୍ଲିକ କରିବାକୁ ହେବ। ଭରିଥିବା ଡିଟେଲ୍ସ ପରେ ଆପଣଙ୍କ ପାଖରେ ଦୁଇଟି ବିକଳ୍ପ ରହିବ ପ୍ରଥମଟି ହେଉଛି Fresh , ଦ୍ୱିତୀୟଟି ହେଉଛି Re Issue। ଏହାକୁ ସିଲେକ୍ଟ କରିବା ପରେ ଆପଣଙ୍କୁ ତତ୍କାଳ ଅପ୍ସନକୁ ବାଛିବାକୁ ହେବ। ପୋଲିସ ଭେରିଫିକେସନ ପରେ ଆପଣଙ୍କ ପାସପୋର୍ଟ ୧୦ ରୁ ୧୫ ଦିନ ଭିତରେ ସ୍ପିଡ୍‌ ପୋଷ୍ଟ ମାଧ୍ୟମରେ ଘରକୁ ପହଁଚିଯିବ। ଯାହାପରେ ଆପଣ ବିନା କୌଣସି ଟେନସନରେ ବିିଦେଶ ଯାତ୍ରା କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.