ସାବଧାନ ! ହଲିଡେ ସିଜିନରେ ହୋଇଥାଏ ଏହି ସ୍କାମ୍, ଗୁଗଲ୍ ୟୁଜର୍ସଙ୍କୁ ଦେଇଛି ଚେତାବନୀ

ନୂଆଦିଲ୍ଲୀ : ହଲିଡେ ସ୍କାମ ନେଇ ଜିମେଲ ୟୁଜର୍ସଙ୍କୁ ଚେତାବନୀ ଦେଇଛି ଗୁଗଲ୍ । ୟୁଜର୍ସଙ୍କୁ ଗୋଟିଏ ଦିନରେ ପ୍ରାୟ ୧୫ ବିଲିୟନ୍ ଅବାଂଛିତ ମେସେଜରୁ ସୁରକ୍ଷା ଦେଇଥାଏ ବୋଲି ଏକ ବ୍ଲଗପୋଷ୍ଟରେ କୁହାଯାଇଛି । କମ୍ପାନୀ ହ୍ୟାକରର୍ସ ଓ ସ୍କାମର୍ସଙ୍କୁ ଆପଣଙ୍କ ପାଖରେ ପହଞ୍ଚାଇବାକୁ ଦେଇ ନଥାଏ । ଯେପରି ଅନଲାଇନରେ ଆପଣଙ୍କ ତଥ୍ୟ ବା ଅର୍ଥ ଚୋରି ନହୁଏ ଏହାର ସୁରକ୍ଷା ଦେଇଥାଏ ।
ଗିପ୍ଟ କାର୍ଡସ ଓ ମାଗଣା ଜିନିଷ
ଯେତବେଳେ ସପିଂ ସିଜନ ଆସିଥାଏ, ସେତେବେଳେ ଗିପ୍ଟକାର୍ଡସ ମାଗଣା ଉପହାର ସ୍କାମ ବହୁତ ବଢ଼ିଯାଇଥାଏ । ଯେଉଁଠି ଆପଣଙ୍କ କ୍ରେଡିଟ କାର୍ଡ ସୂଚନା ଦେବା ପାଇଁ କୁହାଯାଇଥାଏ । କେବେ କେବେ ଏହି ମେସେଜ କିଛି ନିର୍ଭରଯୋଗ୍ୟ ବିଜ୍ଞାପନରେ ମଧ୍ୟ ଆସିଥାଏ । ଯେଉଁଠି ଆପଣଙ୍କୁ ନିଜର କେଡିଟ କାର୍ଡ ବା ଆକାଉଣ୍ଟର ସୂଚନା ଦେବାକୁ କୁହାଯାଇଥାଏ । ହେଲେ ଏହା ସ୍କାମ ବି ହୋଇପାରେ । ଏଥିପ୍ରତି ସତର୍କ ରହିବା ପାଇଁ କୁହାଯାଇଛି ।
ଡେମୋଗ୍ରାଫିକ ଟାର୍ଗେଟିଂ
କିଛି ପୋର୍ଟାଲ ବିଶେଷ ଭାବେ କରାଯାଇଥାଏ । ଯାହାକି ଜନଗଣନା ଆଧାରରେ ଆପଣଙ୍କ ସମସ୍ତ ଡାଟା ନେଇଯାଇ ପାରନ୍ତି । ଅବକାଶ କାଳୀନ ସମୟରେ ଏପରି ବହୁ ମିଥ୍ୟା ଇମେଲ ଆସିପାରେ ।
ସବସ୍କ୍ରିପସନ ରିନୁଓ୍ଵାଲ
ଆମେ ଯେତେବେଳେ ବର୍ଷର ଶେଷ ଭାଗରେ ପହଞ୍ଚୁ ସେତେବେଳେ ଅଧିକାଂଶ ସବସ୍କ୍ରିପସନ ରିନୁଓ୍ଵାଲ ମେସେଜ ସହ ଜଡିତ ଫେକ୍ ଏଣ୍ଟିଭାଇରସ ସେବା ଆସିଥାଏ । କଛି ସ୍କାମର୍ସ ନିଜର ମେସେଜକୁ ବିଶ୍ୱସନୀୟ କରିବାକୁ ଚେଷ୍ଟା କରିଥାନ୍ତି । ଏମିତିରେ ୟୁଜର୍ସ ସର୍ବଦା ସେଣ୍ଡରଙ୍କ ଇମେଲ ଯାଞ୍ଚ କରିବା ଦରକାର । ଯଦି କିଛି ଭୁଲ ଲାଗିଥାଏ ତ ଏହା ଫେକ୍ ହୋଇଥାଏ ।