ଚଳିତ ବର୍ଷ ଗୁଗଲ ୧୨ ହଜାର ଲୋକଙ୍କୁ ଦେବ Full Time Job, ଜାଣନ୍ତୁ କମ୍ପାନୀର ପୁରା ପ୍ଳାନ

ଏବେ ଚାକିରି ଚିନ୍ତାକୁ ଦୂର କରିବ ଗୁଗଲ। ଗୁଗଲ ପକ୍ଷରୁ ଗତ ବୁଧବାର ଏକ ନୂଆ ସୂଚନା ଜାରି ହୋଇଛି। କମ୍ପାନୀ ୟୁଏସ୍‌ ଅଫିସ ଏବଂ ଡାଟା ସେଣ୍ଟରରେ ୯.୫ ବିଲିୟନ ଡଲାର ନିବେଶ କରିବାର ଯୋଜନା ଚଲାଇଛି। ଯାହା କି ଗତ ବର୍ଷ ଅପେକ୍ଷା ୭ ବିଲିୟନ ଡଲାର ଅଧିକ। ଗୁଗଲର କହିବା ଅନୁଯାୟୀ ଏତିକି ଫଣ୍ଡ ନିବେଶ ପରେ ପାଖାପାଖି ୧୨ ହଜାର ସିଟ ପାଇଁ ଚାକିରି ବାହାର କରିବ ।

ସର୍ଚ୍ଚ ଇଞ୍ଜିନ ପ୍ଲାଟଫର୍ମ ଗୁଗଲକୁ ସମସ୍ତେ ଜାଣନ୍ତି। ପିଲାଙ୍କ ଠାରୁ ନେଇ ବଡ ପର୍ଯ୍ୟନ୍ତ ସମସ୍ତେ ନିଜର କୌଣସି ବି କନଫ୍ୟୁଜନକୁ ନେଇ ଗୁଗଲର ସହାୟତା ଲୋଡିଥାନ୍ତି। ଆପଣଙ୍କ ମନକୁ ଆସୁଥିବା ପ୍ରତ୍ୟେକ ଅଜବ ଏବଂ ଅଦ୍ଭୁତ ପ୍ରଶ୍ନର ଉତ୍ତର ଦେଇଥାଏ ଗୁଗଲ। ଆପଣ ଏଣୁ ତେଣୁ ଯାହା ବି ମାରି ସର୍ଚ୍ଚ କରୁଛନ୍ତି ଗୁଗଲ ବହୁତ ସରଳ ତରିକାରେ ସବୁ ପ୍ରଶ୍ନର ଉତ୍ତର ଦେଇଥାଏ। ସୋସିଆଲ ମିଡିଆ ଯୁଗରେ ଆଜିକାଲି କେହି ବି ଆଉ ବେରୋଜଗାର ହୋଇ ରହୁନାହାଁନ୍ତି। ଡିଜିଟାଲ ଯୁଜରେ ସମସସ୍ତେ ବିଭିନ୍ନ ଉପାୟରେ ଟଙ୍କା ରୋଜଗାର କରୁଛନ୍ତି। ଆପଣ ୟୁଟ୍ୟୁବ, ଫେସବୁକ ହେଉ କିମ୍ବା ଇନଷ୍ଟାଗ୍ରାମ ସବୁଥିରୁ ଟଙ୍କା ଇନକମ୍‌ କରି ଇଣ୍ଡିପେଣ୍ଡେଣ୍ଟ ହୋଇପାରୁଛନ୍ତି।

ସେହିଭଳି ଗୁଗଲ କମ୍ପାନୀର ଏବେ ପୁରା ଫୋକସ ଏବେ ଡାଟା ସେଣ୍ଟର ଉପରେ ରହିଛି। କମ୍ପାନୀ ୟୁଏସ୍‌ ର ଅନେକ ଷ୍ଟେଟ ଯେମିତିକି ନେବ୍ରାସ୍କା , ଭର୍ଜିନିଆ ର ଡାଟା ସେଣ୍ଟରରେ ପିଲାଙ୍କୁ ନିୟୋଜିତ କରାଯିବ। କମ୍ପାନୀ ଚଳିତ ବର୍ଷ ଆଟଲାଣ୍ଟା ରେ ନୂଆ ଅଫିସ ଖୋଲିବାର ଯୋଜନା ରଖିଛି। ଏବେ ସବୁଆଡେ ଭର୍ଚୁଆଲି କାମ ହେଉଥିବା ବେଳେ କମ୍ପାନୀ ଫିଜିକାଲ େଓ୍ଵରେ କାମ କରିବା ପାଇଁ ଆଗେଇ ଆସିଛି।

ଏମିତିରେ କର୍ମଚାରୀଙ୍କ ସୁବିଧା ପାଇଁ ଗୁଗଲ ଏକ ନୂଆ ପ୍ଲାନ ବାହାର କରିଛି। ଏମିତିରେ ସେମାନେ ପ୍ରଥମ ୩ ଦିନ ଘରୁ କାମ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏମିତିରେ କର୍ମଚାରୀଙ୍କୁ ୟୁଏସ, ୟୁକେ ଏବଂ ଏସିଆ ପ୍ରଶାନ୍ତ ରେ ଫେରିବା ପାଇଁ ସମୟ ମଧ୍ୟ ଦେବ। ଏମିତିରେ କିଛି ଦିନ ପୂର୍ବରୁ ଗୋଟିଏ କଥା ବହୁ ଚର୍ଚ୍ଚାରେ ଥିଲା। ଯେ କମ୍ପାନୀ ତାର କର୍ମଚାରୀଙ୍କୁ ଆଣିବା ପାଇଁ ଇଲେକଟ୍ରିକ ସ୍କୁଟର ଦେବାର ପ୍ଲାନ କରିଥିଲା।

ଗୁଗଲର କହିବା କଥା ଅନୁଯାୟୀ କାଲିଫର୍ଣ୍ଣିଆ ସ୍ଥିତ କମ୍ପାନୀରେ ନିବେଶ କରିବା ସହିତ କମ୍ପାନୀ ନିଜର ୧ ବିଲିୟନ ଡଲାରର ଦେବାର ପଲିସିକୁ ଜାରି ରଖିବ ବୋଲି କିହିଛି। ଗତ ବର୍ଷ ଗୁଗଲ ନିଜ ଇକୋନୋମିକ ଇମ୍ପାକ୍ଟ ରିପୋର୍ଟ ୨୦୨୧ ଅନ୍ତର୍ଗତ ୟୁଏସ୍‌ ବ୍ୟବସାୟୀ ତଥା ଡେଭଲପର୍ସଙ୍କ ପାଇଁ ଆର୍ଥିକ ଗତିବଧିରେ ୬୧୭ ବିଲିୟନ ଡଲାର ସାହଯ୍ୟ କରିଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.