ଶସ୍ତାରେ ଉପଲବ୍ଧ Motorola’s Edge 50 Ultra, ରହିଛି ୫୦MP ର ସେଲଫି କ୍ୟାମେରା ସହିତ AI ଫିଚର୍ସର ସପୋର୍ଟ

Monumental Sale ୨୦୨୫ ରେ ଅନେକ ସ୍ମାର୍ଟଫୋନ୍ ଡିସକାଉଣ୍ଟ ସହିତ ଫ୍ଲିପକାର୍ଟରେ ସେଲ୍ ପାଇଁ ଲିଷ୍ଟ ହୋଇଛି । ଏଥି ମଧ୍ୟରୁ Motorola’s Edge 50 Ultra ମଧ୍ୟ ସାମିଲ୍ ଅଛି, ଯାହା ଅନଲାଇନ୍ ସପିଂ ସାଇଟ୍ ଫ୍ଲପକାର୍ଟରୁ ଅଫରରେ କିଣାଯାଇପାରିବ ।
ଯଦି ଆପଣ ଏକ ଶସ୍ତା ଦମଦାର୍ ସ୍ମାର୍ଟଫୋନ୍ ଖୋଜୁଛନ୍ତି, ତେବେ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ ନକରି ଆପଣଙ୍କର ଦୈନଦିନ କାର୍ଯ୍ୟ ପାଇଁ ବେଷ୍ଟ ଅପ୍ସନ ହୋଇପାରିବ । ସମସ୍ତ ଅଫର ସାମିଲ କରି ଆପଣ ଏହାକୁ ୪୫,୦୦୦ ରୁ କମ୍ ମୂଲ୍ୟରେ କିଣି ପାରିବେ । ଆସନ୍ତୁ ଜାଣିବା ଫୋନର ସ୍ପେସିଫିକସନ୍ ଏବଂ ଡିଲର ସମ୍ପୂର୍ଣ୍ଣ ଡିଟେଲ୍ସ ।
Motorola Edge 50 Ultra ର ପ୍ରାଇସ୍ :
ଫ୍ଲିପକାର୍ଟରେ Motorola Edge 50 Ultra ର ପ୍ରାଇସ୍ ଯଥାକ୍ରମେ ୪୯,୯୯୯ ଟଙ୍କା ରହିଛି । ଲହି ପ୍ରାଇସ୍ ୧୨GB+ ୫୧୨GB ଭ୍ୟାରିଆଣ୍ଟ ପାଇଁ ହୋଇଛି । ଗ୍ରାହକମାନେ HDFC ବ୍ୟାଙ୍କ୍ କାର୍ଡ ବ୍ୟବହାର କରି ୫୦୦୦ ଟଙ୍କା ପର୍ଯ୍ୟନ୍ତ ଡୀସକାଉଣ୍ଟ ପାଇପାରିବେ, ଯାହାର ମୂଲ୍ୟ ୪୪,୯୯୯ ଟଙ୍କାକୁ ହ୍ରାସ ପାଇବ । ଯଦି EMI ଅପ୍ସନ ବଛାଯାଏ, ତେବେ ଗ୍ରାହକମାନେ ଆଉ ୧୦୦୦ ଟଙ୍କା ଅଧିକ ସେଭିଙ୍ଗ କରିପାରିବେ ।
ଏହା ବ୍ୟତୀତ ଫ୍ଲିପକାର୍ଟ ୩୩,୩୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ଭେଲ୍ୟୁ ମଧ୍ୟ ଦେଉଛି । ଏଥିପାଇଁ ଆପଣଙ୍କ ପୁରୁଣା ଫୋନର କଣ୍ଡିସନ୍ ଭଲ ଥିବା ଆବଶ୍ୟକ । ଗ୍ରାହାକ ଆକ୍ସିସ୍ ବ୍ୟାଙ୍କ କାର୍ଡ ସହିତ ୫,୫୫୬ ଟଙ୍କା ଠାରୁ ଆରମ୍ଭ କରି ୯ ମାସ ବିନା ମୂଲ୍ୟରେ EMI ର ଫାଇଦା ମଧ୍ୟ ଉଠାଇ ପାରିବେ ।
Motorola Edge 50 Ultra ର ସ୍ପେିସିଫିକେସନ୍ :
Motorola Edge 50 Ultra ରେ ୬.୭ ଇଞ୍ଚର ୧୪୪ Hz FHD+ 10-ବିଟ୍ OLED ପ୍ୟାନେଲ ଡିସପ୍ଲେ ମିଳିଥାଏ । ଏହା HDR10+ ସପୋର୍ଟ ଏବଂ ୨,୫୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସ୍ ପ୍ରଦାନ କରିଥାଏ । ସେଫ୍ଟି ପାଇଁ ଡିସପ୍ଲେର କର୍ନିଙ୍ଗ ଗୋରିଲା ଗ୍ଲାସ୍ ଭିକ୍ଟସର ପ୍ରୋଟେକ୍ସନ୍ ମିଳିଥାଏ ।
ଏତିରେ ପରଫରମାନ୍ସ ପାଇଁ Qualcomm’s Snapdragon 8s Gen 3 ରହିଛି, ଯାହା ୧୨GB ପର୍ଯ୍ୟନ୍ତ LPDDR5X RAM ଏବଂ ୫୧୨GB UFS 4.0 ଷ୍ଟୋରେଜ୍ ସହିତ ଯୋଡି ହୋଇଛି ।
ବ୍ୟାଟେରୀ ଏବଂ ଚାର୍ଜିଂ :
ଏଥିରେ ୧୨୦W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିବା ପରି ୪,୫୦୦mAH ର ବ୍ୟାଟେରୀ ଦିଆଯାଇଛି । ଫୋନ୍ Moto AI ଫିଚର୍ସ ଏବଂ ଇମେଜ୍ ପ୍ରୋସେସିଂ ଫିଚର୍ସ ସହିତ ଆସିଥାଏ ।
କ୍ୟାମେରା ସେଟଅପ୍ :
କ୍ୟାମେରା ବିଷୟରେ କହିବାକୁ ଗଲେ ସ୍ମାର୍ଟଫୋନରେ ୫୦MP ର ପ୍ରାଇମେରୀ ସୁଟର, ୫୦MP ର ଅଲ୍ଟ୍ରା-ୱାଇଡ୍ ସେନ୍ସର ଏବଂ ୬୪MP ର 3x ଟେଲିଫଟୋ କ୍ୟାମେରା ରହିଛି । ସେଲଫି ପାଇଁ ଏଥିରେ ୫୦MP ର ଫ୍ରଣ୍ଟ-ଫେସିଂ କ୍ୟାମେରା ଦିଆଯାଇଥାଏ ।