୬୦୦୦mAh ବ୍ଯାଟେରୀ ସହିତ ଲଞ୍ଚ୍ ହେଲା ଏହି ବଜେଟ୍ ସ୍ମାର୍ଟଫୋନ, ଜାଣନ୍ତୁ କ’ଣ ରହିଛି ଫିଚର୍ସ ଏବଂ ଦାମ୍

ସ୍ମାର୍ଟଫୋନ୍ ନିର୍ମାଣକାରୀ କମ୍ପାନୀ ଟେକ୍ନୋ ପୋଭା (Tecno Pova) ଭାରତରେ ୬୦୦୦ mAh ବ୍ଯାଟେରୀ ସହିତ ବଜେଟ ରେଞ୍ଜରେ ଲଞ୍ଚ୍ କରିଛି ନୂଆ ଫୋନ। ଏହି ଫୋନ୍କୁ ସାଧାରଣ ଲୋକେ ସହଜରେ କିଣିପାରିବେ । କମ୍ପାନୀ ଏହି ଫୋନକୁ ୪ ଜିବି ରାମ୍ ଏବଂ ୬ ଜିବି ରାମ୍ ଭାରିଅଣ୍ଟରେ ଲଞ୍ଚ କରିଛି।
୪ ଜିବି ଭାରିଅଣ୍ଟର ମୂଲ୍ଯ ୯,୯୯୯ ଟଙ୍କା ରହିଥିବା ବେଳେ ୬ ଜିବି ଭାରିଅଣ୍ଟର ମୂଲ୍ଯ ୧୧,୯୯୯ ଟଙ୍କା ରହିଛି। ଭାରତରେ ଏହାର ସେଲ୍ ୧୧ ଡିସେମମ୍ବର ୧୨ଟାରୁ ଆରମ୍ଭ ହେବ। ଏହି ଫୋନରେ ଦମଦାର ଫିଚର ମଧ୍ୟ ରହିଛି।
ଫୋନ ସ୍ପେସିଫିକେସନ :
ଏହି ଫୋନରେ ଅକ୍ଟାକୋର ମିଡିଆଟେକ ହୋଲିୟୋ G80 SoC ପ୍ରୋସେସର ମିଳିବ। ଫଟୋଗ୍ରାଫିପାଇଁ ଫୋନରେ ଚାରିଟି ରିଅର କ୍ଯାମେରା ଦିଆଯାଇଛି। ଏଥିରେ ୧୬ ମେଗାପିକ୍ସେଲ ପ୍ରାଇମେରୀ ସେନ୍ସର କ୍ଯାମେରା ଏବଂ ୨ ମେଗାପିକ୍ସେଲ ମାଇକ୍ରୋ ରହିଛି। ଏହା ସହିତ୨ ମେଗାପିକ୍ସେଲ ପୋଟ୍ରେଟ ଲେନ୍ସ, ଡେଡିକେଟଡ୍ AI ଲେନ୍ସ ଦିଆଯାଇଛି। ସେଲଫି ପାଇଁ ଫୋନରେ ୮ ମେଗାପିକ୍ସେଲ କ୍ଯାମେରା ରହିଛି।
କନେକ୍ଟିଭିଟି ପାଇଁ ଫୋନରେ 4G VoLTE, ୱାଇଫାଇ 802.11 ac, ବ୍ଲୁଟୁଥ ଭର୍ସନ ୫.୦, ଜିପିଏସ/ଏଜିପିଏସ୍ ଏବଂ ୩.୫ mm ହେଡଫୋନ ଜ୍ଯାକ ଫିଚର ରହିଛି।