ବିଗତ କିଛି ଦିନ ମଧ୍ୟରେ ସ୍ମାର୍ଟଫୋନ ମାକେର୍ଟରେ ଫ୍ଲିପ୍ ଏବଂ ଫୋଲଡେବଲ୍ ସ୍ମାର୍ଟଫୋନ ପାଇଁ କ୍ରେଜ୍ ଦ୍ରୁତ ଗତିରେ ବୃଦ୍ଧି ପାଇଛି । Samsung, Motorola ପରେ ବର୍ତ୍ତମାନ Infinix, Vivo, Oppo, Techno ମଧ୍ୟ ମାକେର୍ଟରେ ଫୋଲଡେବଲ୍ ଫୋନ୍ ଲଞ୍ଚ କରିଛନ୍ତି । ଫ୍ଳିପ୍ ଏବଂ ଫୋଲଡେବଲ୍ ଫୋନ୍ର ରେଞ୍ଜ ଧୀରେ ଧୀରେ ବୃଦ୍ଧି ପାଉଛି । ନିକଟରେ Infinix ଏହାର ପ୍ରଥମ ଫ୍ଲିପ୍ ଫୋନ୍ Infinix Zero Flip କୁ ଲଞ୍ଚ କରିଛି ।
ଟେକ୍ନୋ ଭାରତୀୟ ବଜାରରେ ଏକ ନୂଆ ଫୋଲଡେବଲ୍ ସ୍ମାର୍ଟଫୋନ ଆଣିବାକୁ ଯାଉଛି । ଟେକ୍ନୋର ଅପକମିଂ ଫୋଲଡେବଲ୍ ଫୋନ୍ Tecno Phantom V Fold 2 ହେବ । Phantom V Fold 2 ବୁକ୍ ଷ୍ଟାଇଲ୍ ଫର୍ମାଟ ସହିତ ଏକ ଫୋଲଡେବଲ୍ ଫୋନ୍ ହେବ । ଲିକ୍ ଅନୁସାରେ ମାକେର୍ଟରେ ଆରମ୍ଭ ହୋଇଥିବା ଫୋଲଡେବଲ୍ ଫୋନ୍ ଅପେକ୍ଷା ଏହା ଶସ୍ତା ହେବ ବୋଲି କୁହାଯାଉଛି ।
ଫୋଲଡେବଲ୍ ଫୋନ୍ ୟୁଜର୍ସମାନଙ୍କ ପାଇଁ ଖୁସି ଖବର ହେଉଛି Tecno Phantom V Fold 2 ର ଲଞ୍ଚ ବ୍ରାଣ୍ଡ ଦ୍ୱାରା କନଫର୍ମ ହୋଇଛି । ଟେକ୍ନୋ ଦ୍ୱାରା ଏକ ପୋଷ୍ଟ କରାଯାଇଛି ଯେଉଁଥିରେ କୁହାଯାଇଛି ଯେ, ‘‘ଏକ ନୂଆ ଚାପ୍ଟର ଶୀଘ୍ର ଖୋଲିବ’’ । Vivo ର ଏହି ପୋଷ୍ଟ Phantom V Fold 2 ଲଞ୍ଚର ଏକ ସଙ୍କେତ ହୋଇପାରେ ।
କହି ରଖିବାକୁ ଚାହିଁବୁ ଯେ Phantom V Fold 2 ଗତ ମାସରେ ଆଫ୍ରିକାରେ ଟେକ୍ନୋ ଦ୍ୱାରା ଲଞ୍ଚ କରାଯାଇଥିଲା । କମ୍ପାନୀ ପ୍ରାୟ ୯୨,୪୦୦ ଟଙ୍କା ମୂଲ୍ୟରେ ଆଫ୍ରିକୀୟ ବଜାରରେ ଏହି ଫୋଲଡେବଲ୍ ଫୋନ୍ ଲଞ୍ଚ କରିଥିଲା । ଟେକ୍ନୋ ପୂର୍ବରୁ ଭାରତୀୟ ବଜାରରେ Phantom V Fold ଲଞ୍ଚ କରିଥିଲା ଯାହାର ଦାମ୍ ୮୮,୮୮୮ ଟଙ୍କା ଥିଲା । କମ୍ପାନୀ ଦାବି କରିଛି ଯେ ଏହି ଫୋଲଡେବଲ୍ ଫୋନର ଅପଗ୍ରେଡ୍ ମଡେଲର କୌଣସି ପ୍ରାଇସ୍ ବଢ଼ାଯାଇନାହିଁ ।
Tecno Phantom V Fold 2 5G ସ୍ପେସିଫିକେସନ୍ :
୧. Tecno Phantom V Fold 2 5G ରେ କମ୍ପାନୀ ୭.୮୫ ଇଞ୍ଚର ଡିସପ୍ଲେ ଦେଇଛି । ଯେଉଁଥିରେ AMOLED ପ୍ୟାନେଲ ବ୍ୟବହାର କରାଯାଇଛି ।
୨. ଡିସପ୍ଲେରେ ଆପଣଙ୍କୁ ୧୨୦Hz ର ରିଫ୍ରେସ୍ ରେଟ୍ ଏବଂ ୨୨୯୬ x ୨୦୦୦ ପିକ୍ସେଲର ରିଜୋଲ୍ୟୁସନ୍ ଦେଇଛି ।
୩. ଏଥିରେ ଆଉଟର ସାଇଡରେ ୬.୪୨ ଇଞ୍ଚର ଡିସପ୍ଲେ ଅଛି ଯାହାର ରିଫ୍ରେସ୍ ରେଟ୍ ଏବଂ ୨୫୫୦ x ୧୦୮୦ ର ରିଜୋଲ୍ୟୁସନ୍ ଦିଆଯାଇଛି ।
୪. Tecno Phantom V Fold 2 ରେ ପରଫରମାନ୍ସ ପାଇଁ MediaTek Dimensity ୯୦୦୦+ ଚିପସେଟ୍ ରହିଛି ।
୫. ଏହି ସ୍ମାର୍ଟଫୋନ ଦୁଇ ବର୍ଷ ପର୍ଯ୍ୟନ୍ତ OS ଅପଡେଟ୍ ଏବଂ ୩ ବର୍ଷ ପର୍ଯ୍ୟନ୍ତ ସିକ୍ୟୁରିଟି ଅପଡେଟ୍ ସହିତ ଆସିଥାଏ ।
୬. ଏଥିରେ ଫୋଟୋଗ୍ରାଫି ପାଇଁ ଟ୍ରିପଲ କ୍ୟାମେରା ସେଟଅପ୍ ଦିଆଯାଇଛି , ଯେଉଁଥିରେ ୫୦+୫୦+୫୦ ମେଗାପିକ୍ସଲର ସେନ୍ସର ରହିଛି ।
୭. ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୩୨ ମେଗାପିକ୍ସଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି ।
୮. ଏଥିରେ ଆପଣଙ୍କୁ ୫୧୨GB ପର୍ଯ୍ୟନ୍ତ ଷ୍ଟୋରେଜ୍ ଏବଂ ୧୨GB ପର୍ଯ୍ୟନ୍ତ ବଡ RAM ମିଳିବ ।
୯. ସ୍ମାର୍ଟଫୋନ୍କୁ ପାଓ୍ୱାର ଦେବା ପାଇଁ ଏଥିରେ ୫୭୫୦mAh ବ୍ୟାଟେରି ଦିଆଯାଇଛି ଯାହା ୭୦W ଫାଷ୍ଟ ଚାର୍ଜିଂ ସହିତ ଚାର୍ଜ ହୋଇଥାଏ ।