୨୯୭ ଟଙ୍କା EMIରେ କିଣନ୍ତୁ ଏହି ଜବରଦସ୍ତ ସ୍ମାର୍ଟଫୋନ୍‌, ବଢ଼ିଆ ବ୍ୟାଟେରୀ ସହ ରହିଛି ତିନି କ୍ୟାମେରା

କଣ ଆପଣ ନୂଆ ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି କିନ୍ତୁ ଆପଣଙ୍କ ବଜେଟ ସାଥ୍‌ ଦେଉନି ତାହେଲେ ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ଏକ ବହୁତ ଶସ୍ତା ଆଉ ଜବରଦସ୍ତ ସ୍ମାର୍ଟଫୋନ ଆଣିଛୁ। ଯାହାର ମୂଲ୍ୟ ମାତ୍ର ୫୦୦୦ ଟଙ୍କା। ଏହାକୁ ଆପଣ EMIରେ ବି କିଣିପାରିବେ। ଫୋନରେ EMI ଏବଂ ଏକ୍ସଚେଞ୍ଜ ଅଫର ଉଭୟ ଉପଲବ୍ଧ ରହିଛି। ତାହେଲେ ହେଲାନା ଆପଣଙ୍କ ପାଇଁ ବଢ଼ିଆ ଖରବ। ଏହି ସୁଯୋଗକୁ ଜମା ବି ହାତ ଛଡା କରନ୍ତୁନାହିଁ। ଆସନ୍ତୁ ଜାଣିବା ର ଦାମ୍‌ ଏବଂ ଫିଚର୍ସ।

ଡୁଆଲ ସିମ୍‌ ସପୋର୍ଟ ବିଶିଷ୍ଟ ଏହି Tecno Pop 5 LTE ସ୍ମାର୍ଟଫୋନ୍‌ ଆଣ୍ଡ୍ରଏଡ ୧୧ GO ଏଡିସନ୍‌ ବେସଡ HiOS 7.6 ରେ କାମ କରିଥାଏ। ଏଥିରେ Vault 2.0, Smart Panel 2.0, Kids Mode, Gesture Call Picker ଏବଂ ଡାର୍କ ଥିମ ଭଳି ଅନେକ ଫିଚର୍ସ ମିଳିଥାଏ।

ହ୍ୟାଣ୍ଡସେଟରେ 6.52-inch ର ସ୍କ୍ରୀନ ମିଳିଥାଏ। 720×1560 ପିକ୍ସେଲ ରିଜୋଲ୍ୟୁସନ ବିଶିଷ୍ଟ ସ୍କ୍ରୀନ ଡଟ୍‌ ନଚ୍‌ ଏବଂ ୪୮୦ ନିଟ୍ସର ପିକ ବ୍ରାଇଟନେସ ସପୋର୍ଟ କରିଥାଏ। ଏଥିରେ ୯୦% ସ୍କ୍ରୀନ ଟୁ ବଡି ରେସିଓ ମିଳିଥାଏ।

ସ୍ମାର୍ଟଫୋନର octa-core Unisoc SC9863ପ୍ରୋସେସର ବିଷୟରେ ଯଦି କହିବା ତାହେଲେ କମ୍ପାନୀ ଏହା ବିଷୟରେ କିଛି ଜଣାଇନାହିଁ। କିନ୍ତୁ ଏହା ପ୍ରୋସେସର ସହିତ ଅନ୍ୟ ମାର୍କେଟରେ ଲଞ୍ଚ୍‌ ହୋଇଛି। ଏଥିରେ 2GB RAM + 32GB ଷ୍ଟୋରେଜ ମିଳିଥାଏ। ଷ୍ଟୋରେଜ ମାଇକ୍ରୋ ଏସଡି କାର୍ଡ ସାହାଯ୍ୟରେ ୨୫୬ଜିବି ପର୍ଯ୍ୟନ୍ତ ଷ୍ଟୋରେଜ୍‌ ଆପଣ ବଢ଼ାଇପାରିବେ।

phonTecno Pop 5 LTEକେବଳ ଏକ କନଫିଗ୍ରେସନରେ ଆସିଥାଏ। ଏହାର ୨ଜିବି ରାମ+୩୨ଜିବି ଷ୍ଟୋରେଜ ଭେରିୟଣ୍ଟର ଦାମ୍‌ ୬,୨୯୯ ଟଙ୍କା। ଏହକୁ ତିନୋଟି କଲର Deepsea Luster, Ice Blue ଏବଂ Turquoise Cyan ରେ କିଣିପାରିବେ। ଏହାଉପରେ ୧୦%ର ଡିସକାଉଣ୍ଟ ବ୍ୟାଙ୍କ ଅଫ୍‌ ବରୋଦାର କାର୍ଡରେ ମିଳୁଛି। ସେହିପରି ଏହାକୁ ୨୯୭ ଟଙ୍କାର ଇଏମଆଇରେ କିଣିପାରିବେ। ଫୋନରେ ଏକ୍ସଚେଞ୍ଜ ଅଫର ମଧ୍ୟ ରହିଛି।

Tecno Pop 5 LTE ଡୁଆଲ ରିୟର କ୍ୟାମେରା ସେଟଅପ୍‌ ସହିତ ଆସିଥାଏ, ଯାହାର ମେନ ଲେନ୍ସ ୮ଏମପିର ଅଟେ। ସେହିପରି ଦ୍ୱିତୀୟ ସେନସର ୨ଏମପିର ଅଟେ। ଫୋନରେ ଡୁଆଲ ଫ୍ଲାସ୍‌ ଲାଇଟ ମିଳିଥାଏ। ଫ୍ରଣ୍ଟରେ କମ୍ପାନୀ ୫ଏମପିର ସେଲଫି କ୍ୟାମେରା ଦିଆଯାଇଛି। ଏଥିରେ ମାଇକ୍ରୋ ସ୍ଲିଟ ଫ୍ଲାସଲାଇଟର ଫିଚର ରହିଛି।

ଟେକ୍ନୋର ଏହି ଫୋନ୍‌ ରିୟର ମାଉଣ୍ଟେଡ ସେନ୍ସର ସହିତ ଆସିଥାଏ। ଏଥିରେ ୫୦୦୦ମାହ ବ୍ୟାଟେରୀ ଦିଆଯାଇଛି। IPX2 ରେଟିଙ୍ଗର ଏହି ସ୍ମାର୍ଟଫୋନ୍‌ ୧୪ ଭାରତୀୟ ଭାଷାକୁ ସପୋର୍ଟ କରିଥାଏ। ଏଥିରେ Bluetooth v4.2, GPS, FM radio, 3.5mm ହେଡଫୋନ ଜ୍ୟାକ ଭଳି ଫିଚର୍ସ ମିଳିଥାଏ।

Leave A Reply

Your email address will not be published.