ଯଦି ଆପଣ ଏହି ଫେଷ୍ଟିଭ ସିଜନରେ ନିଜ ପାଇଁ ଏକ ନୂଆ ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ଏକ ଖୁସି ଖବର । ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ଟେକ୍ନୋ ଭାରତରେ ଏକ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ଯାଉଛି । ଟେକ୍ନୋର ଆଗାମୀ ଫୋନ୍ ବଜେଟ୍ ଫ୍ରେଣ୍ଡଲି ହେବ । ଏପରି ପରିସ୍ଥିତିରେ କମ ଦାମ୍ ରେ ଫୋନ କିଣିବାକୁ ଚାହୁଁଥିବା ୟୁଜରଙ୍କ ପାଇଁ ଏହା ଏକ ଭଲ ଅପ୍ସନ ହେବ ।
ଟେକ୍ନୋର ଆଗାମୀ ଫୋନର ନାମ Tecno Pop 9 5G ହେବ । ଏହି ସ୍ମାର୍ଟଫୋନ୍ ଖୁବଶୀଘ୍ର ଭାରତୀୟ ବଜାରରେ ଉପଲବ୍ଧ ହେବ । ସୂଚନା ଥାଉ କି ଟେକ୍ନୋର ଏହି ଫୋନ ଦଶ ହଜାର ଟଙ୍କାରୁ ବି କମ୍ ଦାମରେ ଭାରତୀୟ ବଜାରରେ ଲଞ୍ଚ ହେବ। କମ୍ପାନୀ ଏହି ସ୍ମାର୍ଟଫୋନକୁ ଆସନ୍ତା ସପ୍ତାହରେ ଅର୍ଥାତ ୨୪ ସେପ୍ଟେମ୍ବରରେ ବଜାରରେ ଲଞ୍ଚ କରିବ । ବଜାରରେ ଉପସ୍ଥିତ ଥିବା ଅନ୍ୟ ସ୍ମାର୍ଟଫୋନ୍ ତୁଳନାରେ କମ୍ପାନୀ ଏହାକୁ ବହୁତ ଭିନ୍ନ ଭାବରେ ଡିଜାଇନ୍ କରିଛି । କମ୍ପାନୀ କହିବାନୁସାରେ ଏହି ସ୍ମାର୍ଟଫୋନକୁ ଯୁବପିଢ଼ିଙ୍କୁ ଧ୍ୟାନରେ ରଖି ଡିଜାଇନ୍ କରାଯାଇଛି ।
TECNO POP 9 5G ର ପଛ ପ୍ୟାନେଲରେ ଏକ ଡୁଆଲ୍ ରିୟର କ୍ୟାମେରା ସେଟଅପ୍ ଅଛି । ଆପଣ ନିଜେ କ୍ୟାମେରା ସେଟଅପ୍ ରେ ରିଙ୍ଗ୍ ଲାଇଟ୍ ମଧ୍ୟ ପାଇବେ । କମ୍ପାନୀ ଏହାର ଫ୍ରଣ୍ଟ ପ୍ୟାନେଲକୁ ସଂପୂର୍ଣ୍ଣ ଫ୍ଲାଟ ରଖିଛି । ଏଥିରେ ୟୁଜରମାନଙ୍କୁ ପଞ୍ଚ ହୋଲ୍ ଡିଜାଇନ୍ ସହିତ ଏକ ଡିସପ୍ଲେ ଦିଆଯାଇଛି । ଟେକ୍ନୋ ଏହି ସ୍ମାର୍ଟଫୋନରେ IP54 ରେଟିଂ ଦେଇଛି । ଏହି ଫୋନର ଡାହାଣ ପାର୍ଶ୍ୱରେ ଆପଣ ପାୱାର୍ ବଟନ୍ ଏବଂ ଭଲ୍ୟୁମ୍ ରକର୍ ବଟନ୍ ଦେଖିବାକୁ ପାଇବେ ।
TECNO POP 9 5G ରେ ଆପଣ ୬.୭ ଇଞ୍ଚର ଏକ ଦମଦାର ଡିସପ୍ଲେ ପାଇବେ । ଏଥିରେ ଆପଣ ୧୨୦ Hz ର ରିଫ୍ରେସ ରେଟ ପାଇବେ । ସ୍ମାର୍ଟଫୋନରେ ଆପଣଙ୍କୁ ଏକ ମିଡିଆଟେକ ଡାଇମେନ୍ସନ୍ ୬୩୦୦ ଚିପସେଟ୍ ଦିଆଯାଇଛି । TECNO POP 9 5G ରେ ଆପଣ ୪GB ଷ୍ଟାଣ୍ଡାର୍ଡ RAM ଏବଂ ୪ GB ଭର୍ଚୁଆଲ୍ RAM ପାଇବେ । ଏହି ସ୍ମାର୍ଟଫୋନ୍ ୬୪GB ଏବଂ ୧୨୮GB ଷ୍ଟୋରେଜ୍ ରହିବ । ଫଟୋଗ୍ରାଫି ପାଇଁ ଆପଣ ଏହି ଫୋନରେ ୪୮MP ପ୍ରାଇମେରି କ୍ୟାମେରା ପାଇବେ । ସେଲଫି ପାଇଁ ଏହି ଫୋନକୁ ୧୬ MP କ୍ୟାମେରା ଦିଆଯାଇଛି ।