ମୋବାଇଲ୍ ନମ୍ବର ପୋର୍ଟାବିଲିଟି ଯଥା MNP ପାଇଁ TRAI ନୂଆ ଗାଇଡଲାଇନ୍ ଜାରି କରିଛି । ଦେଶରେ କୋଟି କୋଟି ଟେଲିକମ୍ ୟୁଜର୍ସଙ୍କୁ ସଚେତନ କରିବା ପାଇଁ TRAI ମୋବାଇଲ୍ ନମ୍ବର ପୋର୍ଟାବିଲିଟି ସମ୍ବନ୍ଧରେ ଏହାର ଅଫିସିଆଲ୍ X ହାଣ୍ଡେଲରୁ ପୋଷ୍ଟ କରିଛି । TRAI ଗ୍ରାହକମାନଙ୍କୁ ସେହି ଜିନିଷଗୁଡିକ ବିଷୟରେ କହିଛି ଯାହା ଅପରେଟ୍ ବଦଳାଇବା ପୂର୍ବରୁ ମନେରଖିବା ଉଚିତ୍ । ଏହି ସମୟରେ, ପ୍ରାଇଭେଟ ଟେଲିକମ୍ କମ୍ପାନୀକୁଡିକର ପ୍ଲାନ୍ ମହଙ୍ଗା ହେବା ପରେ ଲକ୍ଷ ଲକ୍ଷ ୟୁଜର୍ସ ସେମାନଙ୍କ ନମ୍ବରକୁ BSNL ରେ ପୋର୍ଟ କରିଛନ୍ତି । ଯଦି ଆପଣ ମଧ୍ୟ ଆପଣଙ୍କର ଅପରେଟ ବଦଳାଇବାକୁ ଚାହୁଁଛନ୍ତି, ତେବେ TRAI ର ନୂଆ ଗାଇଡଲାଇନ୍ ଫଲୋ କରନ୍ତୁ ।
TRAI ଏହାର X ପୋଷ୍ଟରେ କହିଛି ଯେ ମୋବାଇଲ୍ ପୋର୍ଟାବିଲିଟି ହେଉଛି ଏକ ପ୍ରକ୍ରିୟା ଯେଉଁଥିରେ ୟୁଜର୍ସମାନେ ମୋବାଇଲ୍ ନମ୍ବର ଚେଞ୍ଜ ନକରି ସେମାନଙ୍କ ସର୍ଭିସ ପ୍ରୋଭାଇଡ଼ ଚେଞ୍ଜ କରିପାରିବେ । MNP ପ୍ରକ୍ରିୟାରେ ଟେଲିକମ୍ ୟୁଜର୍ସଙ୍କ ସହିତ, ପ୍ରାଇଭେଟ୍ ସର୍ଭିସ ପ୍ରୋଭାଇଡ଼ ଏବଂ ନୂଆ ସର୍ଭିସ ପ୍ରୋଭାଇଡ଼ରଙ୍କ ବ୍ୟତୀତ ମୋବାଇଲ୍ ନମ୍ବର ପୋର୍ଟାବିଲିଟି ସର୍ଭିସ ପ୍ରୋଭାଇଡ଼ ସାମିଲ ଅଛନ୍ତି । ମୋବାଇଲ୍ ନମ୍ବର ପୋର୍ଟାବିଲିଟି ସର୍ଭିସ ପ୍ରୋଭାଇଡ଼ ଦୁଇଟି ସର୍ଭିସ ପ୍ରୋଭାଇଡ଼ଙ୍କ ମଧ୍ୟରେ ବ୍ୟାକ୍ଏଣ୍ଡ ପୋର୍ଟିଂ ପ୍ରକ୍ରିୟା ପୁରଣ କରନ୍ତି ।
ଏହି ୫ଟି କାରଣ ପାଇଁ ଅପରେଟର ଚେଞ୍ଜ ହୋଇପାରିବ ନାହିଁ :
୧. ଯଦି ଜଣେ ୟୁଜର୍ସ ୯୦ ଦିନରୁ କମ୍ ପ୍ରାଇଭେଟ୍ ଟେଲିକମ୍ ଅପରେର୍ଟଙ୍କ ସର୍ଭିସ ବ୍ୟବହାର କରୁଛନ୍ତି, ତେବେ ସେ ମୋବାଇଲ ନମ୍ବର ପୋଟେର୍ବିଲିଟି ପାଇଁ ଯୋଗ୍ୟ ନୁହଁନ୍ତି ।
୨. ଯଦିଓ ୟୁଜର୍ସଙ୍କ ନମ୍ବର ଓନରସିପ୍ ଟ୍ରାନ୍ସଫର ପାଇଁ ନିବେଦନ ପ୍ରକ୍ରିୟା ଚାଲିଛି । ତେବେ MNP ହୋଇପାରିବ ନାହିଁ ।
୩. ଯଦିଓ ପୋଷ୍ଟପେଡ୍ ୟୁଜର୍ସ ପ୍ରାଇଭେଟ ଅପରେର୍ଟଙ୍କ ବିଲ୍ ପେଡ୍ କରି ନାହାଁନ୍ତି ତେବେ ସେମାନଙ୍କ ନମ୍ବର ପୋଟେର୍ବିଲିଟି ପାଇଁ ଯୋଗ୍ୟ ହେବ ନାହିଁ ।
୪. ୟୁଜର୍ସଙ୍କ ନମ୍ବର ପୋର୍ଟ ହୋଇପାରିବ କିନ୍ତୁ ଯଦି କୌଣସି କୋର୍ଟ ଦ୍ୱାରା ରୋକ୍ ଲଗାଯାଇଥାଏ, ତେବେ ନମ୍ବର ପୋର୍ଟ କରିପାରିବେ ନାହିଁ ।
୫. ଏହା ବ୍ୟତୀତ, ଯେଉଁ ନମ୍ବର ପାଇଁ ପୋର୍ଟିଂ ରିକୱେଷ୍ଟ କରାଯାଇଥିବ, ତେବେ ଯାଣିବେ ସେହି ନମ୍ବରଟି କୌଣସି କୋର୍ଟର ବିଚାରାଧୀନ ଅଛି, ତେଣୁ ଏହି ନମ୍ବର ପୋର୍ଟ ହୋଇପାରିବ ନାହିଁ ।