ୟୁଜର୍ସଙ୍କ ସମସ୍ୟାକୁ ଧ୍ୟାନରେ ରଖି ନମ୍ବର ପୋର୍ଟିବିଲିଟିକୁ ନେଇ TRAIର ନୂଆ ନିୟମ, ଜାଣନ୍ତୁ

ଆସିଲା ଦୂରସଞ୍ଚାର ନିୟାମକ ପ୍ରାଧିକରଣ ସଂସ୍ଥା ପକ୍ଷରୁ ବଡ଼ ଘୋଷଣା। ଦୂରସଞ୍ଚାର ନିୟାମକ ଟ୍ରାଇ ଗତ ମଙ୍ଗଳବାର ମୋବାଇଲ ଗ୍ରାହକଙକ ପାଇଁ ନୂଆ ନିୟମ ଆଣିିଛି। କମ୍ପାନୀ ଏବେ ସମସ୍ତ ମୋବଇଲ ଗ୍ରାହକଙ୍କ ନମ୍ବର ସମାନ ରଖିବା ସହିତ ତାର କମ୍ପାନି ପରିବର୍ତ୍ତନକୁ ନେଇ sms ସୁବିଧାରେ ତତ୍କାଳ ପ୍ରଭାବକୁ ଲାଗୁ କରିବାର ନିଷ୍ପତ୍ତି ନେଇଛି। ଏହି ସୁବିଧା ସମସ୍ତ ମୋବାଇଲ ଫୋନ ୟୁଜର୍ସଙ୍କ ପାଇଁ ରହିବ। ମାନେ ୟୁୁଜର୍ସ ଯେତେ ଟଙ୍କାର ମୋବାଇଲ ରିଚାର୍ଜ କରିଥାନ୍ତୁ ନା କାହିିଁକି ସେମାନେ ଏହି ସୁବିଧା ଅନ୍ତର୍ଭୁକ୍ତ ରହିବେ। ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ ସଂସ୍ଥା ନେଟଓ୍ଵାର୍କ ପୋର୍ଟିବିଲିଟି କୁ ନେଇ ଏହି ନୁଆ ସନ୍ଦେଶ ଦେଇଛି।

କେବଳ ଏତିକି ନୁହେଁ ବରଂ ଟ୍ରାଇ କିଛି ପ୍ରିପେଡ ଭାଉଚରରେ ଆଉଟଗୋଇଂ ଏସଏମଏସ୍‌ ସୁବିଧା ପ୍ରଦାନ କରୁନଥିବା ଦୂର ସଞ୍ଚାର ସେବା ପ୍ରଦାନ ଦାତା କମ୍ପାନୀ ଉପରେ ମଧ୍ୟ କଡ଼ା ଦୃଷ୍ଟି ପକାଇଛି। ସେମାନଙ୍କୁ ଆଗୁଆ ସତର୍କ କରାଇଛି। ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ଗ୍ରାହକଙ୍କ ପ୍ରିପେଡ ବାଲାନ୍ସ ପର୍ଯ୍ୟାପ୍ତ ପରିମାଣରେ ଥିଲେ ସୁଧା ସେମାନେ ମୋବାଇଲ ନମ୍ବର ପୋର୍ଟିବିଲିଟି ସୁବିଧାର ଲାଭ ଉଠାଇବା ପାଇଁ ୟୁପିସି ବା ୟୁନିକ ପୋର୍ଟିଂ କୋଡ ପାଇଁ ନିର୍ଦ୍ଧାରିତ ନମ୍ବର ୧୯୦୦ରେ ମେସେଜ ପଠାଇବାକୁ ଅମସମର୍ଥ ହେଉଛନ୍ତି।

ତେଣୁ ସଂସ୍ଥା ପକ୍ଷରୁ କଡା ନିର୍ଦ୍ଦେଶ ଦିଆଯାଇଛି। ଏବେ ସେବା ପ୍ରଦାନ ଦାତା ସବୁ କମ୍ପାନି ଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ସେମାନେ ୨୦୦୯ ଦୂର ସଞ୍ଚାର ମୋବାଇଲ ନମ୍ବର ପୋର୍ଟିବିଲିଟି ନିୟମ ଆଧାରିତ ପ୍ରିପେଡ ଓ ପୋଷ୍ଟ ପେଡ ଦୁଇଟି ଶ୍ରେଣୀର ମୋବାଇଲ ନମ୍ବରରେ ପୋର୍ଟିବିଲିଟି ସେବା ଯୋଗାଇବା ପାଇଁ ୧୯୦୦ ନମ୍ବରରେ ୟୁପିସି କୁ ନେଇ ମେସେଜ ପଠାଇବାର ସୁବିଧାକୁ ସହଜ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯାହାର ଲାଭ ୟୁଜର୍ସ ଖୁବ ସହଜରେ ଉଠାଇ ପାରିବେ।

ସୂଚନା ଅନୁଯାୟୀ, ରିଲାଏନ୍ସ ଜିଓ କିଛି ଦିନ ପୂର୍ବେ ଟ୍ରାଇ କୁ ଏନେଇ ଅଭିଯୋଗ କରିଥିଲା। କାରଣ ଭୋଡାଫୋନ ଆଇଡିଆର ନୂଆ ଶୁଳ୍କ ଅନୁଯାୟୀ ୟୁଜର୍ସମାନଙ୍କର ମୋବାଇଲ ନମ୍ବର ପୋର୍ଟ କରିବାରେ ସମସ୍ୟା ହେଉଛି। କାରଣ କମ୍ପାନୀର ପ୍ରାରମ୍ଭିକ ଯୋଜାନ ଅନୁଯାୟୀ ଆଉଟଗୋଇଂ ଏସଏମଏସ ସୁବିଧା ଉପଲବ୍ଧ ନାହିଁ। ଏହାସହ ଆଇଡିଆ ଓ ଭୋଡାଫୋନର ମୋବଇଲ ସେବାରେ ୧୮ରୁ ୨୫% ବୃଦ୍ଧି ପାଇଛି। କେବଳ ଏତିିକି ନୁହେଁ ବରଂ କମ୍ପାନୀ ୨୮ ଦିନ ର ଭାଲିଡିଟି ପାଇଁ ୭୫ ଟଙ୍କାର ପ୍ଲାନକୁ ବଢ଼ାଇ ୯୯ ଟଙ୍କା କରିଛି। ଏହାସହ ଏସଏମଏସ ସୁବିଧା ମଧ୍ୟ ନାହିଁ। ତେଣୁ ଏସବୁକୁୁ ଧ୍ୟାନରେ ରଖି ଟ୍ରାୟ ପକ୍ଷରୁ ଏହି କଡ଼ା ନିଷ୍ପତ୍ତି ନିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.