ଟେଲିଗ୍ରାମରେ ଏକା ସାଙ୍ଗେ ଆସିଲା ଅନେକ ଫିଚର୍ସ, ରହିଛି ନୂଆ ମନିଟାଇଜେସନ୍ ଫିଚର
ଯଦି ଆପଣ ଟେଲିଗ୍ରାମ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଖୁସି ଖବର । ଟେଲିଗ୍ରାମ ଏହାର ୟୁଜରମାନଙ୍କ ପାଇଁ ଅନେକ ଅପଡେଟ୍ ଜାରି କରିଛି, ଯେଉଁଥିରେ ମେସେଜ୍ ପଠାଇବା ପରେ ଏଡିଟିଙ୍ଗ୍ କରିବା ସମୟରେ ମିଡିଆ ଆଡ୍ କରିବାର ଅପ୍ସନ୍ ମଧ୍ୟ ସାମିଲ୍ ରହିଛି ।
ଟେଲିଗ୍ରାମ ଏହାର ମେସେଜିଂ ସର୍ଭିସରେ ଭିଡିଓ ଏବଂ ଚାଟ୍ ଫିଚର ପାଇଁ ଏକ ନୂଆ ଅପଡେଟ୍ ଜାରି କରିଛି । ଏହି ଅପଡେଟ୍ରେ ନୂଆ ଭିଡିଓ ସ୍ପିଡ୍ କଣ୍ଟ୍ରୋଲ୍ ଅଣାଯାଇଛି, ଯାହା ଭିଡିଓ କ୍ବାଲିଟିକୁ ଉନ୍ନତ କରିବ ଏବଂ ନେଟୱାର୍କ କନେକ୍ସନ୍ ଅନୁଯାୟୀ ଭିଡିଓଗୁଡ଼ିକୁ ଶୀଘ୍ର ଲୋଡ୍ କରିହେବ ।
ବର୍ତ୍ତମାନ ୟୁଜର୍ସମାନେ ପଠାଇ ସାରିଥିବା ମେସେଜକୁ ଏଡିଟ୍ କରିବା ସମୟରେ ମିଡିଆକୁ ଯୋଡ଼ିପାରିବେ । ବର୍ତ୍ତମାନ ଟେଲିଗ୍ରାମ ଚାଟ୍ ରେ ମେସେଜ୍ କେତେବେଳେ ଶେଷ ଥର ଏଡିଟ୍ ହୋଇଥିଲା ତାହା ମଧ୍ୟ ଜଣାପଡ଼ିବ । ଡେଭଲପର୍ସମାନେ ବର୍ତ୍ତମାନ ପ୍ଲାଟଫର୍ମରେ ନୂଆ ମନିଟାଇଜେସନ୍ ଅପ୍ସନଗୁଡ଼ିକର ଲାଭ ଉଠାଇବାକୁ ସକ୍ଷମ ହେବେ ।
ନୂଆ ଅପଡେଟ୍ ପରେ ଟେଲିଗ୍ରାମ ୟୁଜରମାନେ ଭିଡିଓର ପ୍ଲେ ବ୍ୟାକ୍ ସ୍ପିଡ୍ କୁ ୨.୫x ପର୍ଯ୍ୟନ୍ତ ବଢ଼ାଇବା ପାଇଁ ଭିଡିଓର ଡାହାଣ ପାର୍ଶ୍ୱ ଉପରେ ପ୍ରେସ୍ କରିବେ । ପରେ ଡାହାଣକୁ ସ୍ଲାଇଡ୍ କରି ଭିଡିଓର ସ୍ପିଡ୍କୁ ବଢ଼ାଇ ପାରିବେ । ଆଣ୍ଡ୍ରଏଡ୍ ୟୁଜରମାନେ ସ୍କ୍ରିନ୍ ର ବାମ ଏବଂ ଡାହାଣ ପାର୍ଶ୍ୱରେ ଟ୍ୟାପ୍ କରି ଭିଡିଓକୁ ୧୦ ସେକେଣ୍ଡ ରିଭାଇଣ୍ଡ୍ କିମ୍ବା ଫରୱାର୍ଡ କରିପାରିବେ । ବର୍ତ୍ତମାନ ଟେଲିଗ୍ରାମ ଚ୍ୟାନେଲରେ ଭିଡିଓ ଅପଲୋଡ୍ ପାଇଁ ଲୋ, ମିଡିଅମ୍ ଏବଂ ହାଇ କ୍ବାଲିଟି ଅପ୍ସନ ଉପଲବ୍ଧ ହୋଇଛି । ଟେଲିଗ୍ରାମ ଚାଟ୍ ସ୍ପେଶାଲ୍ ହ୍ୟାସଟ୍ୟାଗ୍ ନାମକ ଏକ ନୂଆ ଫିଚର ଯୋଡିଛି, ଯେଉଁ ଫିଚର ସାହାଯ୍ୟରେ ଆପଣ ଏକ ନିର୍ଦ୍ଦିଷ୍ଟ ଗ୍ରୁପ୍ କିମ୍ବା ଚ୍ୟାନେଲ ଭିତରେ ମେସେଜକୁ ଖୋଜି ପାରିବେ ।