ଟେକ୍

ଟେଲିଗ୍ରାମ ଆକର୍ଷଣୀୟ ଫିଚର, ଯାହା ହ୍ୱାଟ୍ସଆପକୁ ଦେବ ଟକ୍କର

ବର୍ତ୍ତମାନ ନୂଆ ସମସ୍ତ ଆପ୍ ର ଫିଚର ବଦଳୁଛି। ଖାସ କରି ଅଧିକ ମାତ୍ରାରେ ହ୍ୱାଟ୍ସଆପ ନିଜର ଅପଡେଟ କରୁଛି। କିନ୍ତୁ ଏବେ ହ୍ୱାଟ୍ସଆପକୁ ଟକ୍କର ଦେବା ପାଇଁ ଏନକ୍ରିପ୍ଟେଡ ମେସେଜିଂ ଆପ୍ ଟେଲିଗ୍ରାମ ନିଜ ଆପ୍ ରେ ନୂଆ ଫିଚର ଯୋଡ଼ିଛି।

ଟେଲିଗ୍ରାମ ଦାବି କରିଛି ଯେ ଏହାର ନୂତନ ଅପଡେଟ୍ ପରେ ଟେଲିଗ୍ରାମ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟ୍ସଆପକୁ ଅତିକ୍ରମ କରିପାରିବ। ଟେଲିଗ୍ରାମର ନୂଆ ଫିଚର୍ ବିଷୟରେ କହିବାକୁ ଗଲେ ଟେଲିଗ୍ରାମ ମିଡିଆ ଫାଇଲଗୁଡ଼ିକ ପାଇଁ ଏକ ନୂତନ ଡାଉନଲୋଡ୍ ମ୍ୟାନେଜର୍ ରୋଲ୍ କରିଛି। ଟେଲିଗ୍ରାମରେ ଏକ ନୂଆ ଡିଜାଇନ୍ ମେନୁ ମଧ୍ୟ ଆଣିଛି। ଏହା ବ୍ୟତୀତ ଟେଲିଗ୍ରାମର ଆଣ୍ଡ୍ରଏଡ୍ ଆପ୍ ପାଇଁ ଏକ ସ୍ବତନ୍ତ୍ର ଇଣ୍ଟରଫେସ୍ ବ୍ୟବହୃତ ହୋଇଛି।

ଟେଲିଗ୍ରାମକୁ ସବୁବେଳେ ହ୍ୱାଟସ୍ଆପ୍ ସହିତ ଏକ ପ୍ରତିଯୋଗିତା ଭାବରେ ବିବେଚନା କରାଯାଉଛି। କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ବିଶେଷକରି ଲକଡାଉନ୍ ସମୟରେ, ଟେଲିଗ୍ରାମ କିଛି ନୂତନ ନୂଆ ଆକର୍ଷଣୀୟ ଫିଚର୍ ନିଜ ଆପ୍ ସହିତ ଯୋଡିଛି, ଯେଉଁ କାରଣରୁ ଟେଲିଗ୍ରାମ ମେସେଜିଂ ଆପ୍ ହ୍ୱାଟସ୍ଆପ୍ ଠାରୁ ମଧ୍ୟ ଭଲ କାମ କରିବ ବୋଲି କୁହାଯାଉଛି।

ଟେଲିଗ୍ରାମର ଡାଉନଲୋଡ୍ ମ୍ୟାନେଜରକୁ ସର୍ଚ୍ଚ ବାର୍ ରୁ ଏକ ଲୋଗୋ ସହିତ ଲଞ୍ଚ କରାଯାଇଛି। ଅର୍ଥାତ ଟେଲିଗ୍ରାମରେ କୌଣସି ଫାଇଲ୍ ଡାଉନଲୋଡ୍ ହେବା ମାତ୍ରେ ଏକ ସର୍ଚ୍ଚ ବାର୍ ଖୋଲିବ, ଯାହା ଆପଣଙ୍କୁ ଡାଉନଲୋଡ୍ ହୋଇଥିବା ଫାଇଲ ପାଖକୁ ନେଇଯିବ। ପୁଣି ଏଠାରେ ପୂର୍ବରୁ ମିଡିଆ ଫାଇଲ୍ ଡାଉନଲୋଡ୍ ହୋଇସାରିଥିବ। ଏହି ନୂଆ ଫିଚର ଡାଉନଲୋଡ୍ ହୋଇଥିବା ଫାଇଲକୁ ଖୋଜିବା ସହଜ କରାଇବ।

Picture Credit- DW

ଏହାପରେ ଆସୁଛି ନୂଆ ଆଟାଚମେଣ୍ଟ ମେନୁ। ଟେଲିଗ୍ରାମ ଏହାର ଉପଭୋକ୍ତାମାନଙ୍କ ପାଇଁ ଏକ ନୂତନ ମେନୁ ମଧ୍ୟ ଲଞ୍ଚ କରିଛି, ଯାହା ସେମାନଙ୍କୁ ଏକାଧିକ ଫାଇଲ୍ ସିଲେକ୍ଟ କରି ବାଛିବା ସିଙ୍ଗଲ ଟ୍ୟାପ୍ ସହିତ ଉପଭୋକ୍ତାମାନଙ୍କ ନିକଟକୁ ପଠାଇବାକୁ ସୁବିଧା ଦେବ। ଆହୁରି ମଧ୍ୟ, ଆଇଓଏସ୍ ବ୍ୟବହାରକାରୀଙ୍କୁ ଏକ ନୂତନ ଆଟାଚମେଣ୍ଟ ମେନୁ ଦିଆଯାଇଛି। ନୂତନ ଅପଡେଟରେ ଆଲବମ୍ ର ପ୍ରିଭ୍ୟୁ ଦେଖାଯିବ। ଏହା ଉପଭୋକ୍ତାମାନଙ୍କୁ ଏକ ନୂତନ ସର୍ଚ୍ଚ ବାର୍ ମଧ୍ୟ ଦେବ, ଯାହା ନାମ ଅନୁଯାୟୀ ସର୍ଚ୍ଚ କରିବାର ଅପ୍ସନ୍ ଦେବ।

ତେବେ ଏହାର ଅନ୍ୟ ଏକ ନୂଆ ଫିଚର୍ ହେଉଛି ଲାଇଭ୍ ଷ୍ଟ୍ରିମିଂ। ଟେଲିଗ୍ରାମ ବ୍ୟବହାରକାରୀଙ୍କୁ ଅନଲିମିଟେଡ ଉପଭୋକ୍ତାମାନଙ୍କ ସହିତ ଲାଇଭ୍ ଷ୍ଟ୍ରିମିଂର ସୁବିଧା ଦିଆଯାଇଛି। OBS ଷ୍ଟୁଡିଓ ଏବଂ XSplit ବ୍ରଡକାଷ୍ଟର ପରି ଷ୍ଟ୍ରିମିଂ ଟୁଲ ଆପଣଙ୍କୁ ଏଥିପାଇଁ ସାହାଯ୍ୟ କରିବ। ଆପଣ ଏହି ଲାଇଭ୍ ବ୍ରଡକାଷ୍ଟରେ ଓଭରଲେଜ୍ ଯୋଡିବାକୁ ସକ୍ଷମ ହେବେ ଏବଂ ସହଜରେ ଏକ ମଲ୍ଟି ସ୍କ୍ରିନ୍ ଲେଆଉଟ୍ ବ୍ୟବହାର କରିବେ। ଅର୍ଥାତ୍ ଆପଣ ଭିଡିଓରେ ଅନ୍ୟର ଭଏସ ଯୋଡିବାକୁ ସକ୍ଷମ ହେବେ। ଆହୁରି ମଧ୍ୟ, ଗୋଟିଏ ପରଦାରେ ଏକାଧିକ ଲୋକଙ୍କ ସ୍କ୍ରିନ୍ ମିଶିଯାଇ ପାରିବ।

ଟେଲିଗ୍ରାମର ଅନ୍ୟ ଏକ ଫିଚର ହେଉଛି ରିଡିଜାଇନ୍ ଲଗଇନ୍ ଫ୍ଲୋ। କମ୍ପାନୀ ଏହାର ଆଣ୍ଡ୍ରଏଡ୍ ଏବଂ ମାକୋସ୍-ଆଧାରିତ ଆପ୍ ପାଇଁ ଏକ ନୂଆ ଲଗଇନ୍ ଫ୍ଲୋ ଆଣିଛି। ଏହି ଆଣ୍ଡ୍ରଏଡ୍ ଇଣ୍ଟରଫେସ୍ ନାଇଟ୍ ମୋଡ୍ ସହିତ କାମ କରେ। କାମ ସମୟରେ ହାଲ୍କା ଟ୍ରାନ୍ସପେଟେଣ୍ଟ ଇଫେକ୍ଟ ଦିଖାଯିବ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

7 hours ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

10 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

11 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

11 hours ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

11 hours ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

11 hours ago