ଟେକ୍

ନୂଆବର୍ଷ ଠାରୁ ଟେଲିଗ୍ରାମ ବ୍ୟବହାର କଲେ ଦେବାକୁ ହେବ ପେମେଣ୍ଟ, ସୂଚନା ଦେଲେ କମ୍ପାନୀ ସିଇଓ

ବ୍ୟକ୍ତିଗତ ସୁରକ୍ଷାକୁ ନେଇ ସଜାଗ ଥିବା ୟୁଜର୍ସଙ୍କ ପାଇଁ ଟେଲିଗ୍ରାମ ହେଉଛି ଏକ ଭଲ ଇନଷ୍ଟାଣ୍ଟ ମେସେଜିଙ୍ଗ ଆପ । ୟୁଜର୍ସଙ୍କ ସୁରକ୍ଷା ଦୃଷ୍ଟିରୁ Whatsapp ଠାରୁ ବି ଅଧିକ ଫିଚର୍ସ ଦେଇଥାଏ ଟେଲିଗ୍ରାମ । ଏଯାବତ ଏହି ସୁବିଧା ମାଗଣାରେ ମିଳି ଆସୁଥିବା ବେଳେ କିନ୍ତୁ ଏହାକୁ ବ୍ୟବହାର କରିବା ପାଇଁ ଆଗକୁ ୟୁଜର୍ସ ମାନଙ୍କୁ ଦେୟ ଦେବାକୁ ହେବ । କାରଣ ଏହି ଆପକୁ ଚଳାଇବା ପାଇଁ ଏବେ କମ୍ପାନୀ ପାଖରେ ଆବଶ୍ୟକ ମୁତାବକ ଅର୍ଥ ନାହିଁ । କହିରଖିବା ଉଚିତ ହେବକି ଟେଲିଗ୍ରାମ ହେଉଛି ଏକ “ପ୍ରାଇଭେସି ଫୋକସଦଡ଼ ଇନଷ୍ଟାନଟ ମେସେଜିଙ୍ଗ ଆପ” । ଗତ କିଛି ବର୍ଷ ଭିତରେ ଭାରତର ବିଭିନ୍ନ ପ୍ରାନ୍ତରେ ଖୁବ ଲୋକପ୍ରିୟତା ଅର୍ଜନ କରିସାରିଛି ଏହି ଆପ । କିଛି ଜଣ ଏହାକୁ ଫିଲ୍ମ କିମ୍ବା ସିରିଜ ଡାଉନ ଲୋଡ଼ ଟୁଲ ଭାବେ ବ୍ୟବହାର କରିଥାନ୍ତି । ଫିଲ୍ମ ଗୁଡିକ ଏଥିରେ ଖୁବ ସହଜରେ ଡାଉନଲୋଡ଼ ହୋଇଯାଏ ।

ଟେଲିଗ୍ରାମ ଫାଉଣ୍ଡର ତଥା ସିଇଓ ପାଭେଲ ଦୂରଭଙ୍କ କହିବା ଅନୁଯାୟୀ ଏହି ଆପକୁ ଚଳାଇ ରଖିବା ପାଇଁ ଆସନ୍ତା ବର୍ଷ ରେଭିନ୍ୟୁ ଜେନେରେଟ କରିବା ନିହାତି ଜରୁରୀ । ସୁରୁଖୁରୁରେ ଚଳାଇବା ପାଇଁ ଫଣ୍ଡିଙ୍ଗର ଆବଶ୍ୟକତା ରହିଛି । କହିରଖିବା ଉଚିତ ହେବକି, ଖୁବ ଶୀଘ୍ର ବିଶ୍ଵବ୍ୟାପୀ ୫୦୦ ମିଲିୟନ ସଂଖ୍ୟକ ଆକ୍ଟିଭ ଗ୍ରାହକ ପୁରା କରିବାକୁ ଯାଉଛି ଏହି ଆପ । ୟୁଜର୍ସ ସଂଖ୍ୟା ଦିନ କୁ ଦିନ ବଢି ବଢି ଚାଲିଥିବାରୁ କମ୍ପାନୀକୁ ଟଙ୍କାର ଆବଶ୍ୟକତା ରହିଛି ।

କିନ୍ତୁ ସିଇଓଙ୍କ ଅନୁଯାୟୀ, ଏହି ଆପର ଫିଚର୍ସ ଗୁଡିକ ଆଗକୁ ବି ମାଗଣାରେ ଉପଲବ୍ଧ ହେବ । ଏହା ଉପରେ କୌଣସି ପ୍ରକାର ଏକ୍ସଟ୍ରା ଚାର୍ଜ ଲାଗିବ ନାହିଁ । ଏହା ସହ କମ୍ପାନୀ ପକ୍ଷରୁ ଆଉ କିଛି ନୂଆ ଫିଚର୍ସ ମାନ ମଧ୍ୟ କରାଯିବ । ଯାହାକୁ ବିଜନେସ ଟିମ ଓ ପାୱାର ୟୁଜର୍ସ ମାନେ ବ୍ୟବହାର କରିପାରିବେ । କିନ୍ତୁ ନୂଆ ଫିଚର ମଧ୍ୟରୁ କିଛିକୁ ପ୍ରିମିୟମ ରଖାଯିବା ସହ ୟୁଜର୍ସଙ୍କୁ କିଛିଟା ଦେୟ ଦାଖଲ କରିବାକୁ ହେବ । ସାଧାରଣ ୟୁଜର୍ସଙ୍କ ପାଇଁ ମଧ୍ୟ କିଛିଟା ପେଡ ଫିଚର ଲଞ୍ଚ କରାଯିବା ନେଇ ଯୋଜନା କରୁଥିବା ନେଇ ସୂଚନା ଦେଇଛନ୍ତି ସିଇଓ ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago