ହ୍ଵାଟସଆପ୍‌ ସହିତ ଟକ୍କର ଦେବା ପାଇଁ ଟେଲିଗ୍ରାମ ଆଣିଲା ନୂଆ ଫିଚର : ଏଣିକି ଅଟୋମେଟିକ ଡିଲିଟ ହୋଇଯିବ ମେସେଜ

ହ୍ଵାଟସଆପ୍‌ ସହିତ ଟକ୍କର କରିବା ଏବଂ ଏହା ସହିତ ନୂଆ ୟୁଜର୍ସଙ୍କୁ ଯୋଡିବା ପାଇଁ ଇନଷ୍ଟାଣ୍ଟ ମେସେଜିଂ ଆପ୍ ଟେଲିଗ୍ରାମ କ୍ରମାଗତ ଭାବରେ ନୂଆ ଅପଡ଼େଟ ଉପରେ କାର୍ଯ୍ୟ କରୁଛି ।ଏହି ପର୍ଯ୍ୟାୟରେ, କମ୍ପାନୀ ଏହାର ପ୍ଲାଟଫର୍ମରେ କିଛି ନୂତନ ଫିଚର ଯୋଡିଛି । ଏହା ବ୍ୟତୀତ ପ୍ରାଇଭେସିକୁ ମଧ୍ୟ ଉନ୍ନତ କରାଯାଇଛି । କମ୍ପାନୀ ନିକଟରେ auto-delete chat ଅପ୍ସନ୍, improved picture-in-picture setting ଏବଂ enhanced bot ପରି ଫିଚର୍ସ ଗୁଡିକ ଲଞ୍ଚ କରିଛି । ଏହି ଫିଚର୍ସ ଗୁଡିକରେ କ’ଣ ବିଶେଷ ତାହା ଆସନ୍ତୁ ଜାଣିବା ।

1. Custom Mute Duration

ଏହି ଫିଚର୍ସରେ, ଆପଣ ଚାଟ୍ ପାଇଁ ମ୍ୟୁଟ୍ ଅବଧି କଷ୍ଟୋମାଇଜ୍ କରିବାକୁ ସୁବିଧା ପାଇବେ । ଏହାର ସାହାଯ୍ୟରେ, ଆପଣ ୮ ଘଣ୍ଟାରୁ ୨ ଦିନ ପର୍ଯ୍ୟନ୍ତ ଚାଟ୍କୁ ସାଇଲେଣ୍ଟ କରିବାକୁ ସମର୍ଥ ହେବେ । ଯଦି ଆପଣ ସାଇଲେଣ୍ଟ ଉପାୟରେ ନୋଟିଫିକେସନ ପାଇବାକୁ ଚାହାଁନ୍ତି, ତେବେ Disable Soundକୁ ଚୟନ କରନ୍ତୁ କିମ୍ବା ନୋଟିଫିକେସନ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଆପଣ ଯେକୌଣସି ମ୍ୟୁଟ୍ ଅପ୍ସନ୍ ଉପରେ କ୍ଲିକ୍ କରିପାରିବେ ।

2. Custom Notification Sounds

ନୂଆ ଫିଚର ଗୁଡିକରେ, ଟେଲିଗ୍ରାମ ବ୍ୟବହାରକାରୀମାନେ ବର୍ତ୍ତମାନ Custom Notification Sounds ସେଟ୍ କରିବାର ଏକ ସୁଯୋଗ ପାଇବେ । ୟୁଜର୍ସ ମାନେ ୫ ସେକେଣ୍ଡ ପର୍ଯ୍ୟନ୍ତ ଏକ ମେସେଜର Soundକୁ ସେଟ୍ କରିପାରିବେ । ଏଥିପାଇଁ ଉପଭୋକ୍ତାମାନଙ୍କୁ ଟେଲିଗ୍ରାମ Settings> Notifications and Soundsକୁ ଯିବାକୁ ପଡିବ

3. Auto Delete Menu in Profile

ଏହି ଫିଚର୍ସଟି ଅଲଗା ଅଟେ ।ଏଥିରେ ଆପଣ ଯେକୌଣସି ପ୍ରୋଫାଇଲ୍ ପାଇଁ ଅଟୋ ଡିଲିଟ୍ ମେନୁ ଫିଚର୍ସ ଯୋଗ କରିପାରିବେ । ଚାଟ୍ ପାଇଁ ଏକ ଅଟୋ-ଡିଲିଟ୍ ଟାଇମର୍ ସେଟ୍ କରିବାକୁ ଉପଭୋକ୍ତାମାନେ ଏହି ମେନୁ ବ୍ୟବହାର କରିପାରିବେ ।ଯେତେବେଳେ ଆପଣ ଏହାକୁ ଟର୍ନ୍ ଅନ୍ କରନ୍ତି, ଏହି ଫିଚର୍ସ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଅଟୋମେଟିକ ଭାବରେ ସମସ୍ତ ଚାଟ୍ ଡିଲିଟ୍ ହୋଇଯିବ।

4. Some more features also released

ନୂଆ ଫିଚର୍ସ ସହିତ, ଆପଣ ବର୍ତ୍ତମାନ ଆପଣଙ୍କର ପ୍ରିୟ ଶୋ କିମ୍ବା ଭିଡିଓ ଦେଖିବା ସମୟରେ ପରସ୍ପର ସହିତ ଚାଟ୍ ଟେକ୍ସଟ୍ କରିପାରିବେ । picture-in-picture ସେଟିଂକୁ ଯାଇ ଏହା କରାଯାଇପାରିବ । ଆହୁରି ମଧ୍ୟ, ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ବ୍ୟବହାରକାରୀ ଏହି ଆପ୍ ବ୍ୟବହାର କରି ଏକାଧିକ ଭାଷାରୁ ମେସେଜ ଅନୁବାଦ କରିବାରେ ସକ୍ଷମ ହେବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.