Itel ଭାରତୀୟ ବଜାରରେ ଗ୍ରାହକଙ୍କ ପାଇଁ ସବୁଠାରୁ ଶସ୍ତା Flip Feature Phone ଲଞ୍ଚ କରିଛି । ଏହି ଫୋନର ନାଁ ହେଉଛି itel Flip One, ଏହି ଫୋନର ଡିଜାଇନ୍ ବିଷୟରେ କହିବାକୁ ଗଲେ ପ୍ରିମିୟମ୍ ଇନ୍-ହ୍ୟାଣ୍ଡ ଫିଲ୍ ପାଇଁ ଗ୍ଲାସ୍ ଡିଜାଇନ୍ କିବୋର୍ଡ ଏବଂ ପ୍ରିମିୟମ ଲେଦର ଫିନିଶ୍ ଏହି ଫୋନରେ ବ୍ୟବହାର ହୋଇଛି ।
ଗୁରୁତ୍ୱପୂର୍ଣ୍ଣ ଫିଚର୍ସଗୁଡିକ ବିଷୟରେ କହିବାକୁ ଗଲେ, କମ୍ପାନୀ ଏହି ଫୋନକୁ USB ଟାଇପ C port ସହିତ ଲଞ୍ଚ କରିଛି । ଏହା ବ୍ୟତୀତ ଏହି ଫୋନରେ କମ୍ କ୍ଷମତା ବିଶିଷ୍ଟ ବ୍ୟାଟେରି ଅଛି କିନ୍ତୁ କମ୍ପାନୀ ଦାବି କରିଛି ଯେ ଥରେ ଫୁଲ ଚାର୍ଜ ହୋଇଗଲେ ଏହି ଫୋନର ବ୍ୟାଟେରି ୭ ଦିନ ପର୍ଯ୍ୟନ୍ତ ରହିବ । ଏହି ଫୋନରେ ଆପଣ କେଉଁ ଖାସ୍ ଫିଚର୍ସ ପାଇବେ ଆସନ୍ତୁ ଜାଣିବା ।
itel Flip Oneର ଭାରତୀୟ ପ୍ରାଇସ୍ :
itel ବ୍ରାଣ୍ଡର ଏହି Flip ଫିଚର୍ସ ଫୋନର ଦାମ୍ ୨୪୯୯ ଟଙ୍କା ସ୍ଥିର କରାଯାଇଛି । ଏହି ହ୍ୟାଣ୍ଡସେଟକୁ ଆପଣ ଲାଇଟ୍ ବ୍ଲୁ, ଅରେଞ୍ଚ ଏବଂ ବ୍ଲାକ୍ କଲରରେ କିଣି ପାରିବେ । ଏହି ଫୋନ ଦେଶରେ ସମସ୍ତ ରିଟେଲ ଷ୍ଟୋରରେ ବିକ୍ରି ପାଇଁ ଉପଲବ୍ଧ ।
itel Flip One ସ୍ପେସିଫିକେସନ୍:
* ଡିସପ୍ଲେ: ଏହି ଫୋନରେ ୨.୪ ଇଞ୍ଚ ଡିସପ୍ଲେ ଅଛି ଯାହାର ଚାରିପାଖରେ ବ୍ଲାକ୍ ବୋର୍ଡର ରହିଛି ।
* ବ୍ୟାଟେରି କ୍ଷମତା : ଏହି ଫିଚର୍ ଫୋନରେ ୧୨୦୦mAh ର ଦମଦାର୍ ନନ୍-ରିମୁଭାଲ୍ ବ୍ୟାଟେରି ଦିଆଯାଇଛି । ଆପଣ Type-C ଚାର୍ଜିଂ ସପୋର୍ଟ ସହିତ ଏହି ଫୋନ ପାଇବେ । କମ୍ପାନୀ ଦାବି କରିଛି ଯେ ଏହି ଫୋନ ଗୋଟିଏ ଥର ଚାର୍ଜରେ ୭ ଦିନ ପର୍ଯ୍ୟନ୍ତ ଚାଲିବ ।
* କନେକ୍ଟିଭିଟି : ଏହି ଫିଚର୍ ଫୋନରେ ଭଏସ୍ ଆସିଷ୍ଟାଣ୍ଟ, ବ୍ଲୁଟୁଥ୍ କନେକ୍ଟିଭିଟି ଏବଂ ବ୍ଲୁଟୁଥ କଲର ସପୋର୍ଟ ରହିବ । ଯାହା ମାଧ୍ୟମରେ ୟୁଜର୍ସମାନେ ସ୍ମାର୍ଟଫୋନ କନେକ୍ସନ୍କୁ ସିଙ୍କ୍ କରି ଡିଭାଇସରୁ କଲ୍ ମ୍ୟାନେଜ୍ କରିପାରିବେ ।
* ଖାସ୍ ଫିଚର୍ସ : ଏହି ଫୋନରେ ୧୩ଟି ଭାରତୀୟ ଭାଷା, ଡୁଆଲ ସିମ୍, FM ରେଡିଓ ଏବଂ ସିଙ୍ଗଲ VGA କ୍ୟାମେରା ପରି ଫିଚର୍ସର ସପୋର୍ଟ ରହିଛି ।
itel Flip One ପ୍ରତିଦ୍ୱନ୍ଦୀ :
୨୫୦୦ ଟଙ୍କାର କମ୍ ପ୍ରାଇସରେ itel ବ୍ରାଣ୍ଡର ଏହି ଫୋନ HMD ୧୦୫ 4G ଏବଂ JioPhone Prisma 4G ଭଳି ମୋବାଇଲ ଫୋନକୁ କଡ଼ା ଟକ୍କର ଦେବ ।