ଆଉ ବର୍ତ୍ତିପାରିବେ ନାହିଁ ଶତ୍ରୁ: ଆସୁଛି କକ୍ରୋଚ୍‌ ଡ୍ରୋନ୍‌, ବଙ୍କରରେ ଲୁଚିଥିଲେ ବି ଖୋଜି ବାହାର କରିବ

କାନପୁର: ଏବେ ଶତ୍ରୁ ପାହାଡ ହେଉବା ଜଙ୍ଗଲ କିମ୍ବା ବଙ୍କର ଯେଉଁଠି ବି ଲୁଚିକି ଥାଉ, ତାହାକୁ ଖୋଜିକି ବାହାର କରିବା ଖୁବ୍ ସହଜ ହୋଇଯାଇଛି । କାରଣ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ଉପରେ ଆଧାରିତ କକ୍ରୋଚ୍‌ ଡ୍ରୋନ୍ ଏବେ ସେମାନଙ୍କୁ ଖୋଜିକି ବାହାର କରିବ । ଆଇଆଇଟି କାନପୁର ଏବଂ ଭାରତ ଇଲେକଟ୍ରୋନିକ୍ସ୍‍ ଲିମିଟେଡ୍ କକ୍ରୋଚ୍‌ ଅର୍ଥାତ୍ ଅସରପା ଆକାରର ଇନସେକ୍ଟ କପଟର ବିକସିତ କରିଛି ଯାହା ସେନାର କାମରେ ଆସିବ ।

cockroachପାପୁଲିରେ ଆସିପାରୁଥିବା ଏହି ଡ୍ରୋନ୍ ଶତ୍ରୁକୁ ଚକମା ଦେବା ସହିତ ସବୁଆଡେ ନଜର ରଖିବ । ୪୦ ଗ୍ରାମର ଏହି ଡ୍ରୋନ୍ ର ଆଡଭାନ୍ସ ଓଜନ ୨୨ ଗ୍ରାମର କରାଯାଉଛି । ପ୍ରାରମ୍ଭିକ ପ୍ରୟୋଗ ପରେ ମାର୍ଚ୍ଚ ଯାଏ ଏହାକୁ ବିଇଏଲ୍ କୁ ଟେଷ୍ଟିଙ୍ଗ୍ ପାଇଁ ଦିଆଯିବ । ଜୁନ୍ ଯାଏ ପରୀକ୍ଷଣ କରାଯିବାପରେ ସେନା ଏବଂ ଅନ୍ୟ ପାରା ମିଲିଟାରୀ ଫୋର୍ସକୁ ଦିଆଯିବ । ଭିତରି ଏବଂ ସୀମାବର୍ତ୍ତୀ ସୁରକ୍ଷା ବ୍ୟତିତ ଏହାର ବ୍ୟବହାର ରେଲେଓ୍ଵ ଟ୍ରାକର ମନିଟେରିଙ୍ଗ୍‌,ବିଜୁଳି ତାରର ଦେଖାରେଖା,କୌଣସି ରେସକ୍ୟୁ ଅପରେସନ୍‌,ବନ୍ୟା ଏବଂ ଅନ୍ୟ ପରିସ୍ଥିତି ଆଦିରେ କରାଯିବ ।

cockroachବିଶେଷଜ୍ଞ ମାନେ କହିଛନ୍ତି କି, ରାତିରେ ବି ଏହା ନଜର ରଖିବାର କ୍ଷମତା ରଖିଥିବାରୁ ଏନେଇ ସେନା ଏବଂ ପୋଲିସର ଆହୁରି ଅଧିକ ଶକ୍ତି ବଢିବ । ଯେଉଁଠାରେ ମଣିଷ ପହଁଚିବା କଷ୍ଟ ସାଧ୍ୟ ହୁଏ ସେଠାରେ ସହଜରେ ପହଁଚି ପାରିବ କକରୋଜ୍ ଡ୍ରୋନ୍ । ଆଇଆଇଟି କାନପୁରର ପ୍ରଫେସର ଲକ୍ଷ୍ମୀଧର ବେହେରା,ଡକ୍ଟର ଜୟନ୍ତ କୁମାର ସିଂ,ସନ୍ଦିପ ଗୁପ୍ତା,ଜେ.କୁମାର ଏବଂ ପଦ୍ମିନି ସିଂ ଏହି ପ୍ରୋଜେକ୍ଟ ଉପରେ କାମ କରୁଛନ୍ତି ।

iitକହି ରଖୁଛୁ କି, ଇନସେକ୍ଟ କପଟର ପରି ଉପକରଣର ବ୍ୟବହାର ଆମେରିକା,ଋଷ,ଚୀନ୍ ପରି ଦେଶର ସେନାମାନେ କରିସାରିଲେଣି । ଆମେରିକା ତ ମାଛି ପରି ଇନସେକ୍ଟ କପଟର ବିକସିତ କରି ସାରିଛି । ଏବେ ଭାରତ ଏଦିଗରେ ପଦକ୍ଷପ ଗ୍ରହଣ କରିଛି । ଏହି ଡ୍ରୋନ୍ ଅଧିକ ସମୟ ଯାଏ ଗୋଟିଏ ସ୍ଥାନରେ ରହିପାରିବ । ଏହାସହ କୌଣସି କାନ୍ଥରେ ଏହା ଚିପକି ହୋଇ ବହୁ ସମୟ ଧରି ରହିପାରିବ ।

cockroachଏହା ପାଖାପାଖି ଦୁଇ ଘଣ୍ଟା ଧରି ଭିଡିଓଗ୍ରାଫି ଏବଂ ଫଟୋଗ୍ରାଫି କରିପାରିବ । ଏହା କୌଣସି କାନ୍ଥରେ ଲାଗିଯିବା ପରେ ଏଥିରେ ଲାଗିଥିବା ମୋଟର ଆପେ ଆପେ ବନ୍ଦ ହୋଇଯିବ ଫଳରେ ଏହାର ବ୍ୟାଟେରୀ ବ୍ୟାକଅପ୍ ବଢିଯିବ । ଯେମିତି ପିମ୍ପୁଡିମାନେ ଏକା ସାଙ୍ଗରେ ମିଶି କାମ କରନ୍ତି। ସେହିପରି ଇନସେକ୍ଟ କପଟର ଚେନ୍ ବନାଇ କାମ କରିବ । କୌଣସି ଅପରେସନ୍ ପାଇଁ ଗୋଟେ ଥରରେ ପାଞ୍ଚରୁ ଛଅ ଇନସେକ୍ଟ କପଟର ଛଡା ଯାଇପାରିବ । କୌଣସି କ୍ଷତିର ଆଶଙ୍କା ଥଲେ ଏମାନେ ପରସ୍ପରକୁ ସିଗନାଲ୍ ଦେବେ ।