Moto Edge 30ର ସେଲ୍‌ ଆଜିଠୁ; ଭାରୀ ଡିସ୍‌କାଉଣ୍ଟରେ ନେଇ ଯାଆନ୍ତୁ ଦୁନିଆର ସବୁଠୁ ପତଳା 5G ସ୍ମାର୍ଟଫୋନ

ନିକଟରେ ଲଞ୍ଚ୍‌ ହୋଇଥିବା Motorolaର Moto Edge 30 5Gର ପ୍ରଥମ ସେଲ୍‌ ଆଜି ଅର୍ଥାତ୍‌ ମେ’ ୧୯ରୁ ଫ୍ଲିପ୍‌କାର୍ଟରେ ଆରମ୍ଭ ହୋଇଯାଇଛି। ଏହି ଫୋନକୁ ଦୁନିଆର ସବୁଠୁ ପତଳା 5G ସ୍ମାର୍ଟଫୋନ ବୋଲି କୁହାଯାଉଛି। ଫ୍ଲିପ୍‌କାର୍ଟ ସେଲ୍‌ରେ ଏହି ସ୍ମାର୍ଟଫୋନ ଉପରେ ୩ ହଜାର ଟଙ୍କା ସିଧା ଡିସ୍‌କାଉଣ୍ଟ ଦିଆଯାଉଛି। ଆସନ୍ତୁ ଜାଣିବା, ପ୍ରଥମ ସେଲ୍‌ରେ ଆପଣ ଏହି ଫୋନକୁ କେତେ ଶସ୍ତା ଦାମ୍‌ରେ କିଣି ପାରିବେ ଏବଂ କେଉଁ କେଉଁ ଅଫର୍ସ ଆପଣଙ୍କୁ ଏହି ଫୋନ୍‌ ସହିତ ମିଳିବାକୁ ଯାଉଛି।

ଫ୍ଲିପ୍‌କାର୍ଟରେ Moto Edge 30 5G (6 GB RAM) ସ୍ମାର୍ଟଫୋନର ମୂଲ୍ୟ ୩୦,୯୯୯ ଟଙ୍କା ରହିଛି। ଏହା ଉପରେ ୯% ଡିସ୍‌କାଉଣ୍ଟ ଦିଆଯାଉଛି, ଯାହା ପରେ ଏହି ଫୋନ୍‌କୁ କେବଳ ୨୭,୯୯୯ ଟଙ୍କାରେ କିଣାଯାଇ ପାରିବ। ଏଥି ସହିତ HDFC କ୍ରେଡିଟ୍‌ କାର୍ଡରୁ ପେମେଣ୍ଟ କଲେ ଆପଣଙ୍କୁ ୨୦୦୦ ଟଙ୍କାର ଇନ୍‌ଷ୍ଟାଣ୍ଟ ଡିସ୍‌କାଉଣ୍ଟ ମିଳି ଯିବ। ସେପଟେ Axis Bankର କାର୍ଡରୁ ପେ କରିବା ଉପରେ ୫%ର କ୍ୟାଶ୍‌ବ୍ୟାକ ମିଳିବ। ଏହି ଫୋନ୍‌କୁ ଆପଣ ନୋ କଷ୍ଟ୍‍ EMIରେ ମଧ୍ୟ କିଣି ପାରିବେ। ଏଥିପାଇଁ ଆପଣଙ୍କୁ ପ୍ରତି ମାସରେ କେବଳ ୯୭୧ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

Moto Edge 30 5Gର ଫିଚର୍ସ

ସ୍ମାର୍ଟଫୋନ ଉପରେ ଗୋରିଲ୍ଲା ଗ୍ଲାସ୍‌ ୩ର ପ୍ରୋଟେକ୍ସନ ଏବଂ ବ୍ୟାକ୍‌ ପ୍ୟାନେଲରେ ମ୍ୟାଟ୍‌ ଫିନିଶ୍‌ ଦେଖିବାକୁ ମିଳିବ। ପାଣିରୁ ବଞ୍ଚିବା ପାଇଁ ଏହାକୁ IP52 ରେଟିଙ୍ଗ୍‌ ଦିଆଯାଇଛି। ଫୋନରେ ୬.୫ ଇଞ୍ଚ୍‌ର pOLED ଡିସ୍‌ପ୍ଲେ ଦିଆଯାଇଛି, ଯାହା ପଞ୍ଚ୍‌ ହୋଲ ଡିଡାଇନ ସହିତ ଆସିଥାଏ। ଡିସ୍‌ପ୍ଲେ 144Hz ରିଫ୍ରେଶ୍‌ ରେଟ୍‌ ଏବଂ HDR10+ କଣ୍ଟେଣ୍ଟ୍‌କୁ ସପୋର୍ଟ କରିଥାଏ। ୟୁଜରମାନଙ୍କୁ ଇନ୍‌ ଡିସ୍‌ପ୍ଲେ ଫିଙ୍ଗରପ୍ରିଣ୍ଟ୍‌ ସେନ୍ସର ଦିଆଯାଇଛି।

ଫଟୋଗ୍ରାଫି ପାଇଁ Edge 30ର ପଛପଟେ ଟ୍ରିପଲ କ୍ୟାମେରା ସେଟ୍‌ଅପ ଦିଆଯାଇଛି। ଏଥିରେ 50 MPର ପ୍ରାଇମେରୀ ସେନ୍ସର, 50 MPର ଅଲଟ୍ରାଓ୍ଵାଇଡ୍‌ ସେନ୍ସର ଏବଂ 2 MPର ଡେପ୍‌ଥ ସେନ୍ସର ରହିଛି। ସେଲ୍ଫି ପାଇଁ 32 ମେଗାପିକ୍ସଲର ଫ୍ରଣ୍ଟ୍‌ କ୍ୟାମେରା ଦିଆଯାଇଛି। ଫୋନକୁ ପାଓ୍ଵାର ଦେବା ପାଇଁ 4,020mAhର ବ୍ୟାଟେରୀ ରହିଛି, ଯେଉଁଥିରେ 33W ଫାଷ୍ଟ୍‍ ଟର୍ବୋପାଓ୍ଵାର େଓ୍ଵୟାର୍ଡ ଚାର୍ଜିଙ୍ଗ ଦିଆଯାଇଛି। ଆପଣଙ୍କୁ Moto Edge 30 5Gରେ ଡଲ୍‌ବି ଆଟ୍‌ମାସ୍‌ ସହିତ ଡୁଆଲ ଷ୍ଟେରିଓ ସ୍ପିକର, 5G ବ୍ୟାଣ୍ଡ ସପୋର୍ଟ ଭଳି ଫିଚର୍ସ ମଧ୍ୟ ମିଳି ପାରିବ। ତେଣୁ ଆପଣ ଏହି ମଉକାକୁ ହାତଛଡ଼ା ନ କରି ତୁରନ୍ତ ଏହାର ଫାଇଦା ଉଠାନ୍ତୁ ଏବଂ ଘରକୁ ନେଇ ଆସନ୍ତୁ ଦୁନିଆର ସବୁଠାରୁ ପତଳା ସ୍ମାର୍ଟଫୋନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.