ଗୁଗୁଲ ଏହାର ଅନୁଆଲ ଇଣ୍ଡିଆ ସ୍ପେସିଫିକ୍ ଇଭେଣ୍ଟ ୩ ଅକ୍ଟୋବର ୨୦୨୪ରେ ଆୟୋଜନ କରିବାକୁ ଯାଉଛି । ଏହି ଇଭେଣ୍ଟରେ ଗୁଗୁଲ ଭାରତୀୟ ଗ୍ରାହକଙ୍କୁ ଧ୍ୟାନରେ ରଖି ପ୍ରଡକ୍ଟ ଘୋଷଣା କରିଥାଏ । ଟେକ୍ କମ୍ପାନୀ ୨୦୧୫ ମସିହାରେ ଭାରତ ପାଇଁ ଏହାର ଗୁଗୁଲ୍ ଆରମ୍ଭ କରିଥିଲା । ଏହି ଇଭେଣ୍ଟରେ, କମ୍ପାନୀ ଡିଜିଟାଲ ଲିଟେରାସି, ଟେକ୍ନୋଲୋଜି ଡ୍ରିଭେନ୍ ସଲ୍ୟୁସନ୍ ଇତ୍ୟାଦି ପାଇଁ ଯୋଜନା ବିଷୟରେ କଥାବାର୍ତ୍ତା କରେ ।
AI ଉପରେ ଫୋକସ୍:
ପ୍ରତିବର୍ଷ ପରି, ଏହି ବର୍ଷ ମଧ୍ୟ କମ୍ପାନୀ ଭାରତ ନିର୍ଦ୍ଦିଷ୍ଟ ନୂଆ ସର୍ଭିସ, ପ୍ରଡ଼କ୍ଟ ଏବଂ ଇଭେଣ୍ଟ ଇତ୍ୟାଦି ବିଷୟରେ ସୂଚନା ବାଣ୍ଟିବ । ଏହା ବ୍ୟତୀତ ଲୋକାଲ ବିଜନେସ ସପୋର୍ଟ ପାଇଁ AI ପାୱାର୍ଡ ଟୁଲର ଅଗ୍ରଗତି ଏବଂ ଗୁଗୁଲର ଆଣ୍ଡ୍ରଏଡ୍ ଇକୋସିଷ୍ଟମ ଠାରୁ ଆରମ୍ଭ କରି ଦେଶରେ ଘଟୁଥିବା ଡିଜିଟାଲ୍ ଟ୍ରାନ୍ସଫରମେସନ ବିଷୟରେ ଅନେକ ବଡ଼ ଘୋଷଣା ମଧ୍ୟ କରାଯାଇପାରେ ।
ମେକ୍ ଇନ୍ ଇଣ୍ଡିଆ Pixel 9:
ଗୁଗୁଲ ଏହି ଘଟଣା ସହ ଜଡିତ କୌଣସି ସୂଚନା ସାର୍ବଜନୀନ କରି ନାହିଁ । ଗୁଗୁଲର ଏହି ଇଭେଣ୍ଟ କମ୍ପାନୀର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ଲାଇଭ୍ ଷ୍ଟ୍ରିମ୍ ହେବ । ଗତ ବର୍ଷ ଅନୁଷ୍ଠିତ ଏହି ଇଭେଣ୍ଟରେ କମ୍ପାନୀ Google pixel 8ଭାରତରେ ତିଆରି କରିବାକୁ ଘୋଷଣା କରିଥିଲା । ଏହି ବର୍ଷ କମ୍ପାନୀ ଏହାର ପରବର୍ତ୍ତୀ ମଡେଲ ଯଥା Pixel 9 ସମ୍ବନ୍ଧରେ ଏପରି ଘୋଷଣା କରିପାରିବ ।
Google Pay:
ଗୁଗୁଲ୍ I / O 2024 ରେ, କମ୍ପାନୀ ଅନେକ ନୂଆ AI ସମାଧାନ ବିଷୟରେ ଉଲ୍ଲେଖ କରିପାରେ । ଏହି ଇଭେଣ୍ଟରେ AI ଟୁଲଗୁଡ଼ିକର ସମ୍ପ୍ରସାରଣ ବିଷୟରେ ମଧ୍ୟ ଘୋଷଣା କରାଯାଇପାରେ । ଗୁଗୁଲ୍ ପେ ପାଇଁ ଭାରତ ଏକ ବଡ ବଜାର । ଗୁଗୁଲର ଏହି ପେମେଣ୍ଟ ପ୍ଲାଟଫର୍ମ ହେଉଛି ଭାରତରେ ବ୍ୟବହୃତ ଅଗ୍ରଣୀ UPI ପ୍ଲାଟଫର୍ମ । କେବଳ ଏତିକି ନୁହେଁ ଗୁଗୁଲ ଭାରତରେ ଗୁଗୁଲ ୱାଲେଟ ମଧ୍ୟ ଲଞ୍ଚ କରିଛି । ଏହି ଇଭେଣ୍ଟରେ ଗୁଗୁଲ୍ ପେ ବିସ୍ତାର ବିଷୟରେ ମଧ୍ୟ ଘୋଷଣା କରାଯାଇପାରେ ।
ଡାଟା ପ୍ରାଇଭେସି:
ଡିଜିଟାଲ ଦୁନିଆରେ ଡାଟା ଚୋରି ଏବଂ ସାଇବର ଠକେଇ ୟୁଜର୍ସଙ୍କ ପାଇଁ ସବୁଠୁ ବଡ ଟେନସନ ପାଲଟିଛି । ଏହି ଇଭେଣ୍ଟରେ ଗୁଗୁଲ ଭାରତୀୟ ଯୁଜର୍ସଙ୍କ ପାଇଁ ଡିଜିଟାଲ ସେପ୍ଟି ଟୁଲ୍ସ ମଧ୍ୟ ଘୋଷଣା କରିପାରିବ । ଏହା ବ୍ୟତୀତ ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟବହୃତ ଟେକ୍ନୋଲୋଜି ମଧ୍ୟ ଘୋଷଣା କରାଯାଇପାରେ ।