ଅକ୍ଟୋବର ପ୍ରଥମ ସପ୍ତାହରେ ସ୍ମାର୍ଟଫୋନ୍ ବ୍ରାଣ୍ଡ Lava Agni 3 5G ଭାରତରେ ଲଞ୍ଚ ହେବାକୁ ଯାଉଛି । ଏହି ଫୋନର ଲଞ୍ଚ ରବିବାର ଦିନ ସୋସିଆଲ ମିଡ଼ିଆ ଆକାଉଣ୍ଟ X ରେ ଘୋଷଣା କରାଯାଇଥିଲା । ଏହା ସହିତ ଲଞ୍ଚ ହେବାକୁ ଥିବା ସ୍ମାର୍ଟଫୋନର ଅଫିସିଆଲ୍ ଟିଜର ଏବଂ ଏହାର କିଛି ଫିଚର୍ସ ପ୍ରକାଶ କରିଛି, ଯେଉଁଥିରେ ବ୍ୟାକ୍ ଡିଜାଇନ୍ ଏବଂ କ୍ୟାମେରା ଡିଟେଲ୍ସ ରହିଛି । ଲାଭା ସ୍ମାର୍ଟଫୋନ୍ ୫୦MP ବ୍ୟାକ କ୍ୟାମେରା ସେଟଅପ୍ ସହିତ ଦୁଇଟି କଲର ଅପ୍ସନରେ ଆସିବାକୁ ଯାଉଛି ବୋଲି ଟିଜ୍ ହୋଇଛି ।
ଏହା ଆମାଜନ ମାଧ୍ୟମରେ ୟୁଜର୍ସମାନଙ୍କ ପାଇଁ ଉପଲବ୍ଧ ହେବ ବୋଲି ନିଶ୍ଚିତ କରାଯାଇଛି । କୁହାଯାଉଛି ଯେ Lava Agni 3 5G ମିଡିଆଟେକର ଡାଇମେନସିଟି 7300 SoC ରେ ଚାଲିପାରିବ । Lava Agni 3 5G ର କ୍ୟାମେରା ଆଇଲାଣ୍ଡ ଉପରେ ’50MP OIS’ ଲେଖା ଅଛି, ଯାହା ଅପ୍ଟିକାଲ୍ ଇମେଜ୍ ଷ୍ଟାବିଲାଇଜେସନ ସପୋର୍ଟ ସହିତ ଏକ ପ୍ରାଇମେରୀ ସେନ୍ସରକୁ ସୂଚିତ କରେ । ହ୍ୟାଣ୍ଡସେଟରେ ୧୨୦Hz ରିଫ୍ରେସ ରେଟ ସହିତ ୬.୭୮-ଇଞ୍ଚ ଫୁଲ୍- HD ଡିସପ୍ଲେ ରହିବ ବୋଲି ଶୁଣିବାକୁ ମିଳୁଛି ।
ଏହା ରିୟର ପ୍ୟାନେଲରେ ଏକ ସେକେଣ୍ଡାରୀ ଡିସପ୍ଲେ ହେବ ବୋଲି ଆଶା କରାଯାଏ ଏବଂ ମିଡିଆଟେକର ଡାଇମେନସିଟି 7300 SoC ଦ୍ୱାରା ଚାଳିତ ହୋଇପାରେ । Lava Agni 3 5G ସମ୍ଭବତଃ Lava Agni 2 5G ର ଏକ ଅପଗ୍ରେଡ୍ ହୋଇପାରେ, ଯାହା ଗତ ବର୍ଷ ମେ ମାସରେ ୮GB RAM ୨୫୬GB ଷ୍ଟୋରେଜ୍ ମଡେଲ୍ ପାଇଁ ୨୧,୯୯୯ ଟଙ୍କା ମୂଲ୍ୟରେ ଲଞ୍ଚ କରାଯାଇଥିଲା । ଏହାକୁ Viridian କଲର ଅପ୍ସନରେ ଲଞ୍ଚ କରାଯାଇଛି । ଏହି ଫୋନରେ ୬୬W ଚାର୍ଜିଂ ସହିତ ୪,୭୦୦mAh ବ୍ୟାଟେରୀ ଅଛି ।
ଭାରତରେ Lava Agni 3 5G ଲଞ୍ଚ ଅକ୍ଟୋବର ୪ ରେ ୧୨:୦୦ PM IST ରେ ହେବ । ଏହା ସହିତ, ଆପଣଙ୍କୁ କହି ରଖୁଛୁ ଯେ ଏହି ଲଞ୍ଚ ଇଭେଣ୍ଟ ୟୁଟ୍ୟୁବରେ ଲାଇଭଷ୍ଟ୍ରିମ ହେବ । ଏଥି ସହିତ, ବ୍ରାଣ୍ଡ ଦ୍ୱାରା ସେୟାର ହୋଇଥିବା ଟିଜର ଭିଡିଓରେ ଫୋନ୍ ଦୁଇଟି କଲରରେ ପ୍ରଦର୍ଶିତ ହୋଇଛି । ରିୟର ପ୍ୟାନେଲର ଉପର ବାମ କୋଣରେ ଏକ ବର୍ଗ ଆକୃତିର କ୍ୟାମେରା ମଡ୍ୟୁଲ୍ ମଧ୍ୟ ଦେଖିବାକୁ ମିଳିଛି ।