ବଜାରକୁ ଆସୁଛି ନୂଆ Hyundai EXTER, ପାଞ୍ଚଟି ଭାରିଆଣ୍ଟରେ ହେବ ଉପଲବ୍ଧ

Hyundai EXTER । ଏହି କାର ମର୍ଡେନ ଟେକ୍ନୋଲୋଜିକୁ ବ୍ୟବହାର କରି ଡିଜାଇନ କରାଯାଇଛି । ଏହି କାରରେ ସବୁଠୁ ଲାଟେଷ୍ଟ ଟେକ୍ନୋଲୋଜି ବ୍ୟବହାର କରାଯାଇଛି । ଏଥିରେ ୨୬ଟି ସେଫଟି ଫିଚର ରହିଛି । ଏହା ୫ଟି ଭାରିଆଣ୍ଟରେ ଭାରତୀୟ ବଜାରରେ ପ୍ରବେଶ କରିବାକୁ ଯାଉଛି ।

କେନ୍ୟୁଜ୍‌(ବ୍ୟୁରୋ): ଆଉଟଡୋର ଟ୍ରାଭେଲ ପାଇଁ ପସନ୍ଦର କାର ହୋଇଥାଏ Hyundai EXTER । ଏହି କାର ମର୍ଡେନ ଟେକ୍ନୋଲୋଜିକୁ ବ୍ୟବହାର କରି ଡିଜାଇନ କରାଯାଇଛି । ଏହାସହ ଆକ୍ଟିଭ ଓ ଟ୍ରେଣ୍ଡି ଲାଇଫ ଷ୍ଟାଇଲ ଆଧାରରେ ଏହାର ଡିଜାଇନ ପ୍ରସ୍ତୁତ କରାଯାଇଛି । Hyundai SUV କ୍ଷେତ୍ରରେ ଏହି କାରରେ ସବୁଠୁ ଲାଟେଷ୍ଟ ଟେକ୍ନୋଲୋଜି ବ୍ୟବହାର କରାଯାଇଛି । ଏହାସହ ଏହି କାରକୁ ଏକ ଜବରଦସ୍ତ ଲୁକ ପ୍ରଦାନ କରାଯାଇଛି । ଯାହା ଦେଖିବାକୁ ଖୁବ ଆକର୍ଷଣୀୟ ହୋଇଛି । ଏମିତି ଦେଖିଲେ Hyundai SUV ସମସ୍ତଙ୍କର ପସନ୍ଦର କାର ହୋଇଥାଏ ।

ଏହି କାରରେ ରହିଛି ଭଏସ ଏନାବେଲ ସ୍ମାର୍ଟ ଇଲେକ୍ଟ୍ରି ସନରୁଫ । ସେହିପରି ଡୁଆଲ କ୍ୟାମେରା ସହ ଡାସକ୍ୟାମ୍‌ ରହିଛି । ଏଥିରେ ଫୁଲ ଏଚଡି ଭିଡିଓର ସପୋର୍ଟ ରହିଛି । ଏହାସହ ୟୁଜର ଉଭୟ କ୍ୟାମେରା ବ୍ୟବହାର କରି ଫଟୋ କ୍ଲିକ କରିପାରିବେ । ଏଥିରେ ତିନୋଟି ଅପସନ ରହିଛି ଡ୍ରାଇଭିଂ,ଇଭେଣ୍ଟ ଓ ଭେକେସନ । ଏହା ଉଭୟ ଫ୍ରଣ୍ଟ ଓ ରିଅରରେ ରହିଛି । ଏହାସହ ଏଥିରେ 2.31 ଇଞ୍ଚର ଏଲସିଡି ଡିସପ୍ଲେ ରହିଛି । ମଲଟିପୁଲ ରେକର୍ଡିଂ ମୋଡ ସହ ସ୍ମାର୍ଟଫୋନ ଆପ ବେସ କନେକ୍ଟିଭିଟି ରହିଛି । ଏହି ଫିଚର Hyundai EXTER ସିରିଜରେ ପ୍ରଥମ ଥର ପାଇଁ ଅଣାଯାଇଛି ।

Hyundai EXTER ହେଉଛି ଭାରତର ପ୍ରଥମ ଏସୟୁଭି ଯାହା ୪ ମିଟର ରହିଛି । ଏଥିରେ ୬ଟି ଏୟାର ବେଗ ରହିଛି । ଯାହା ସୁରକ୍ଷା ଦୃଷ୍ଟିରୁ ଏକ ଭଲ ଫିଚର । ଏଥିରେ ୨୬ଟି ସେଫଟି ଫିଚର ରହିଛି । ଯେପରି ଇଲେକ୍ଟ୍ରୋନିକ ଷ୍ଟାବିଲିଟି କଣ୍ଟ୍ରୋଲ, ଭେଇକିଲ ଷ୍ଟାବିଲିଟି ମେନେଜମେଣ୍ଟ, ହିଲ ଆସିଷ୍ଟ କଣ୍ଟ୍ରୋଲ ଭିଳି ଫିଚର ରହିଛି । ଏହାସହ ଏଥିରେ କି-ଲେସ ଏଣ୍ଟ୍ରି, ଏବିଏସ, ଇବିଡି, ରିଅର ପାର୍କିଂ ସେନସର ରହିଛି । ସେହିପରି ଏଥିରେ ହେଲଲ୍ୟାମ୍ପ ଏସକର୍ଟ, ଅଟୋ ହ୍ୟାଡଲ୍ୟାମ୍ପ, ରିଅର ଡିଫଗର ଭଳି ଫିଚର ଅଛି ।

ଏଥିରେ ରହିଛି 1.2 ଲିଟର କାପା ପେଟ୍ରୋଲ ଇଞ୍ଜିନ । ଏଥିରେ 5 ସ୍ପିଡ ମାନୁଆଲ ଟ୍ରାନ୍ସ ମିଶନ ସହ ସ୍ମାର୍ଟ ଅଟୋମେଟିକ ଟ୍ରାନ୍ସ ମିଶନ ସିଷ୍ଟମ ରହିଛି । ସେହିପରି ଏହି ମଡେଲରେ ସିଏନଜି ଚାଳିତ ଇଞ୍ଜିନ ମଧ୍ୟ ରହିଛି । ଏହା ୫ଟି ଭାରିଆଣ୍ଟରେ ଭାରତୀୟ ବଜାରରେ ପ୍ରବେଶ କରିବାକୁ ଯାଉଛି । ଯଥା EX, S, SX ଓ SX(O) ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.