ଲଞ୍ଚ ହେଲା Realmeର ସବୁଠାରୁ ଫାଷ୍ଟ ଚାର୍ଜର, ୫ ମିନିଟରେ ଫୁଲ ଚାର୍ଜ ହେବ ଫୋନ୍‌

Realme ଦୁନିଆର ସବୁଠାରୁ ଫାଷ୍ଟ ଚାର୍ଜର ଲଞ୍ଚ କରିଛି । କମ୍ପାନୀ ଦାବି କରିଛି ଯେ ଏହି ଚାର୍ଜର ସ୍ମାର୍ଟଫୋନକୁ ମାତ୍ର ୫ ମିନିଟରୁ କମ୍ ସମୟରେ ଚାର୍ଜ କରିପାରିବ। ୩୨୦W ଫାଷ୍ଟ ଚାର୍ଜିଂ କ୍ୟାପାସିଟି ଥିବା ଏହି ଚାର୍ଜର୍ କୁ ସୁପରସୋନିକ୍ ନାଁ ଦିଆଯାଇଛି । Realmeର ଏହି ଚାର୍ଜିଂ ଟେକ୍ନୋଲୋଜି ସ୍ମାର୍ଟଫୋନକୁ ୪ ମିନିଟ୍ ୩୦ ସେକେଣ୍ଡରେ ଫୁଲ୍‌ ଚାର୍ଜ କରିପାରିବ । କମ୍ପାନୀ ଏହାର ଅଫିସିଆଲ୍ ସୋସିଆଲ୍ ମିଡିଆ ହ୍ୟାଣ୍ଡଲ୍ ଦ୍ୱାରା ଏହାର ନୂଆ ଫାଷ୍ଟ ଚାର୍ଜିଂ ଟେକ୍ନୋଲୋଜିକୁ ଦେଖାଇଛି ।

ଚୀନରେ ଆୟୋଜିତ B2B ଫ୍ୟାନ୍ ଫେଷ୍ଟିଭାଲରେ Realme ଏହାର ସୁପରସୋନିକ୍ ଚାର୍ଜିଂ ଟେକ୍ନୋଲୋଜିକୁ ଦେଖାଇଛି । ୩୨୦W ସୁପରସୋନିକ୍ ଚାର୍ଜର ଡେମୋରେ କମ୍ପାନୀ କହିଛି ଯେ ଏହା ୪ ମିନିଟ ୩୦ ସେକେଣ୍ଡରେ ୪,୪୨୦ mAh ବ୍ୟାଟେରୀ ଦ୍ୱାରା ସ୍ମାର୍ଟଫୋନକୁ ଫୁଲ୍‌ ଚାର୍ଜ କରିପାରିବ । ଫୋନକୁ ୦ ରୁ ୫୦ ପ୍ରତିଶତ ଚାର୍ଜ ହେବାକୁ ମାତ୍ର ୧ ମିନିଟ୍ ୨୬ ସେକେଣ୍ଡ ସମୟ ଲାଗିବ । ଚାଇନିଜ୍ ବ୍ରାଣ୍ଡର ଏହି ଚାର୍ଜର କ୍ୱାଡ୍ ସେଲ୍ ବ୍ୟାଟେରୀ ଫିଚର ସହିତ ଆସିଥାଏ । ଏହି ଚାର୍ଜର ଗୋଟିଏ ସମୟରେ ଚାରୋଟି ବ୍ୟାଟେରୀ ଚାର୍ଜ କରିପାରିବ । Realmeର ଏହି ସୁପରଫାଷ୍ଟ ଚାର୍ଜର କମ୍ପାନୀର ଆଗାମୀ ଫ୍ଲାଗସିପ୍ ସ୍ମାର୍ଟଫୋନ୍ Realme GT 7 Proରେ ଦିଆଯାଇପାରିବ ।

Realme ର GT Neo 5 ରେ ପ୍ରଥମ ଥର ପାଇଁ ୨୪୦W ଫାଷ୍ଟ ଚାର୍ଜିଂ ଟେକ୍ନୋଲୋଜି ବ୍ୟବହାର ହୋଇଥିଲା । ଏହି ଚାର୍ଜିଂ ଟେକ୍ନୋଲୋଜି ଫୋନକୁ ୦ ରୁ ୨୦ ପ୍ରତିଶତ ଚାର୍ଜ କରିବାକୁ ମାତ୍ର ୮୦ ସେକେଣ୍ଡ ସମୟ ନେଇଥାଏ । ଏହି ୨୪୦W ଚାର୍ଜର ୦ ରୁ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ୪,୬୦୦mAh ବ୍ୟାଟେରୀ ସହିତ ସ୍ମାର୍ଟଫୋନ୍ ଚାର୍ଜ କରିବାକୁ ମାତ୍ର ୧୦ ମିନିଟ୍ ସମୟ ନେଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.