ଫେବୃଆରୀ ୬ରେ ବଜାରରେ ମିଳିବ Poco X5 Pro, Poco India ପକ୍ଷରୁ ଟ୍ଵିଟକରି ସୂଚନା

କେନ୍ୟୁଜ୍‌(ବ୍ୟୁରୋ): ଖୁବଶୀଘ୍ର ଭାରତୀୟ ବଜାରରେ ମିଳିବ Poco X5 Pro । ଫେବୃଆରୀ ୬ରେ ଏହା ବଜାରକୁ ଆସିବାକୁ ଯାଉଛି । Poco India ର ଅଫିସିଆଲ ଟ୍ଵିଟର ଆକାଉଣ୍ଟରେ ଏହି ସୂଚନା ଦିଆଯାଇଛି । ହଳଦିଆ ରଙ୍ଗରେ ଏହା ବଜାରକୁ ଆସିବାକୁ ଯାଉଛି । ଯାହା ଫୋନକୁ ଏକ ଅଲଗା ଲୁକ ଦେଉଛି । ହାର୍ଦିକ ପାଣ୍ଡ୍ୟା ଏହାର ଷ୍ଟାର କେମ୍ପେନର ରହିଛନ୍ତି । ଏହା ପୂର୍ବରୁ ତାଙ୍କୁ ରିଲିଜ ହୋଇ ନଥିବା ଫୋନରେ କଲ କରୁଥିବାର ଦେଖିବାକୁ ମିଳିଥିଲା । ଯାହା ୨ ସପ୍ତାହ ପୂର୍ବରୁ ସାମନାକୁ ଆସିଥିଲା । Poco ପକ୍ଷରୁ ଟ୍ଵିଟକରି କୁହାଯାଇଛି କି ‘ଆମେ ଆପଣଙ୍କୁ ପାଗଳାମି କରିବା ପାଇଁ ଅନୁମତି ଦେଉଛୁ’ । ଏହାସହ ଲେଖିଛି ‘ଖରାପକୁ ଲାତ ମାର’ ।

ଏବେ ଆସନ୍ତୁ ଜାଣିବା ଏହାର ଫିଚର କଣ ସବୁ ରହିଛି । ଏଥିରେ ରହିଛି Snapdragon 778G ଚିପ୍‌ସେଟ । ଏହା ଆପଣଙ୍କୁ ଦୁଇଟି ଭାରିଆଣ୍ଟରେ ମିଳିବ । ଗୋଟିଏରେ ରହିଛି 6 ଜିବି RAM ସହ 128 ଜିବି ଷ୍ଟୋରେଜ । ଅନ୍ୟଟିରେ 8 ଜିବି RAM ସହ 256 ଜିବି ଷ୍ଟୋରେଜ ମିଳିବ । ଏହା ଆପଣଙ୍କୁ ପ୍ରିମିୟମ ସ୍ମାର୍ଟଫୋନର ଅନୁଭବ ଦେବ । ଗେମିଙ୍ଗ ପାଇଁ ଏହା ବହୁତ ଭଲ ଚାଲିବ । 5ଜି ଗେମ୍‌ ଖେଳିବା ପାଇଁ ଏହା ବହୁତ ବଢିଆ ରହିବ । ଏହାସହ ଏହାର ବ୍ୟାଟେରି ଲାଇଫ ବି ବହୁତ ବଢିଆ ରହିବ । ଅଧିକ ଷ୍ଟୋରେଜ ମିଳୁଥିବାରୁ ଏହା ସ୍ପିଡ ଭଲ ରହିବ ।

ଏହି ସ୍ମାର୍ଟଫୋନରେ ଆପଣଙ୍କୁ ଆଣ୍ଡ୍ରଏଡ 12 ସହ MIUI 14ର ଅପରେଟିଂ ସିଷ୍ଟମ ମିଳିବ । ଯାହା ଫଳରେ ଏହା ଅଧିକ ସୁରକ୍ଷିତ ରହିବା ସହ ବହୁତ ଫାଷ୍ଟ କାମ କରିବ । ଏଥିରେ ଆପଣଙ୍କୁ ନୂଆ ପ୍ରାଇଭେସି ଫିଚର ମିଳିବ । ଏହାକୁ ଅତି ସରଳ ଭାବେ ଡିଜାଇନ କରାଯାଇଛି । ଯାହା ୟୁଜରକୁ ଫୋନ ଚଳାଇବାରେ ଅତି ସହଜ ହୋଇଥାଏ । ଏଥିରେ ଆପଣଙ୍କୁ ଡାଇନାମିକ କଲର ଦେଖିବାକୁ ମିଳିବ । ଯାହା ଓ୍ଵାଲ ପେପରକୁ ଏକ ଭଲ ଲୁକ ଦେବ । ଯେଉଁ ମାନଙ୍କର ଲୋ ଭିଜନ ସମସ୍ୟା ରହିଛି ସେମାନଙ୍କୁ ଏହି ଫୋନରେ କୌଣସି ଅସୁବିଧା ହେବନାହିଁ ।

ସେହିପରି 6.67 ଇଞ୍ଚର AMOLED ଡିସପ୍ଲେ ରହିଛି । ଏଠାରେ 1080/2400 ରିଜୋଲୁସନ ମିଳିବ । ଏହା ହେଉଛି ଏକ ପ୍ରକାରର OLED ଡିସପ୍ଲେ । ଯାହା ଥିନ ଫିଲ୍ମ ଡିସପ୍ଲେ ଟେକ୍ନୋଲୋଜିରେ ତିଆରି ହୋଇଛି । ଏଥିରେ ଆପଣଙ୍କୁ ବ୍ରାଇଟର କଲର ମିଳିବ । ଏହି ଡିସପ୍ଲେ ଖୁବ କମ ଶକ୍ତି ଖର୍ଚ୍ଚ କରିବ ।

କ୍ୟାମେରା କଥା ଯଦି ଦେଖିବା, ଏହାର ରିଅରରେ 108 ମେଗା ପିକ୍ସେଲ, 8 ମେଗା ପିକ୍ସେଲ ଅଲଟ୍ରା ଓ୍ଵାଇଡ୍‌ ଓ ୨ ମେଗା ପିକ୍ସେଲ ମାକ୍ରୋ ସୁଟର କ୍ୟାମେରା ରହିଛି । ସେହିପରି ଫ୍ରଣ୍ଟରେ 16 ମେଗା ପିକ୍ସେଲ ସେଲଫି କ୍ୟାମେରା ରହିଛି । ଏଥିରେ ଆପଣଙ୍କୁ ଏକ ଭଲ କ୍ୟାମେରା ଫିଚର ମିଳିବାକୁ ଯାଉଛି । ଏହାସହ ଏଥିରେ ଆପଣଙ୍କୁ 5000 mAh ବ୍ୟାଟେରି ସହ 67 ଓ୍ଵାଟ ଚାର୍ଜର ମିଳିବ । ଯେଉଁଥି ପାଇଁ ଫାଷ୍ଟ ଚାର୍ଜିଂର ସୁବିଧା ପାଇ ପାରିବେ । ଏହାସହ ବ୍ୟାଟେରି ବ୍ୟାକଅପ ମଧ୍ୟ ଭଲ ମିଳିବ ।

Leave A Reply

Your email address will not be published.