ସାମ୍ନାକୁ ଆସିଲା iPhone SE 4ର ଦାମ, କମ୍ ଦାମରେ ମିଳିବ ବଢିଆ ଫିଚର୍ସ

ଗତ କିଛି ଦିନ ହେବ ଆପଲର ଆଗାମୀ ସ୍ମାର୍ଟଫୋନ୍ ଆଇଫୋନ୍ SE 4 ବିଷୟରେ ଅନେକ ଲିକ୍ ଆସୁଛି । ଆପଲ୍ ଫ୍ୟାନ୍ସମାନେ ଏହି ଆଇଫୋନ୍ ପାଇଁ ଅତି ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହା କମ୍ପାନୀର ଏକ ଶସ୍ତା ତଥା ସୁଲଭ ଆଇଫୋନ୍ ହେବାକୁ ଯାଉଛି । ଏଥର ଆପଲ୍ ଅନେକ ନୂଆ ଅପଗ୍ରେଡ୍ ସହିତ ଭାରତୀୟ ବଜାରରେ SE 4 ଭାରିଆଣ୍ଟ ଲଞ୍ଚ କରିବାକୁ ଯାଉଛି । ତଥାପି ଆଇଫୋନ୍ SE 4 ଲଞ୍ଚ ହେବା ପାଇଁ ବହୁତ ସମୟ ଅଛି । କିନ୍ତୁ ଏହି ଫୋନ୍ ବିଷୟରେ ଏବେ ଖୁବ ଚର୍ଚ୍ଚା ଚାଲିଛି ।

ଏହା SE ସିରିଜର ନେକ୍ସଟ୍ ଜେନେରେସନ ସ୍ମାର୍ଟଫୋନ୍ ହେବ । ଆପଲ୍ ଏହାକୁ ଆସନ୍ତା ବର୍ଷ ମାର୍ଚ୍ଚରୁ ମେ ମାସ ଭିତରେ ଲଞ୍ଚ କରିପାରେ । ବର୍ତ୍ତମାନ ଆଇଫୋନ୍ SE 4ର ଦାମ ବିଷୟରେ ଏକ ବଡ ସୂଚନା ସାମ୍ନାକୁ ଆସିଛି । ପ୍ରାୟ ଦୁଇ ବର୍ଷ ପୂର୍ବେ ଆପଲ୍ ଆଇଫୋନ୍ SE 3 ଲଞ୍ଚ କରିଥିଲା । ଟିପଷ୍ଟର Ice Universe ଚାଇନିଜ୍ ମେସେଜିଂ ୱେବସାଇଟ୍ Weiboରେ ଆଇଫୋନ୍ SE 4ର ଦାମ ଲିକ୍ କରିଛି । କମ୍ପାନୀ ଏହାକୁ ୪୯୯ରୁ ୫୪୯ ଡଲାରରେ ବଜାରରେ ଲଞ୍ଚ କରିପାରେ । କହି ରଖୁଛୁ, ପୂର୍ବରୁ ଆରମ୍ଭ ହୋଇଥିବା SE ମଡେଲର ୬୪GB ଭାରିଆଣ୍ଟର ମୂଲ୍ୟ ପ୍ରାୟ ୪୨୯ ଡଲାର ଥିଲା ।

iPhone SE 4 ଫିଚର୍ସ:
ଆଇଫୋନ୍ SE 4ରେ ଏକ ଜବରଦସ୍ତ ଚିପସେଟ ସହିତ ଆପଲ୍ ଅନେକ ଦମଦାର ଫିଚର୍ସ ଦେବାକୁ ଯାଉଛି । ଯଦି ଲିକ୍ସ ବିଶ୍ୱାସ କରାଯାଏ, ଏଥିରେ A18 ଚିପସେଟ୍ ଦିଆଯାଇପାରେ ଏବଂ ଏହା ସହିତ ୪୮ ମେଗାପିକ୍ସେଲର ଏକ ପାୱାରଫୁଲ କ୍ୟାମେରା ମଧ୍ୟ ପାଇପାରିବ । ଆଇଫୋନ୍ SE 4 ସାଇଜରେ ମଧ୍ୟ କମ୍ପାକ୍ଟ ହେବ । ଏଥିରେ ଆପଣ ୬.୬ ଇଞ୍ଚର ଡିସପ୍ଲେ ପାଇପାରିବେ । ଡିସପ୍ଲେ ପ୍ୟାନେଲ ବିଷୟରେ କହିବାକୁ ଗଲେ ଏହା OLED ହେବ ଯେତେବେଳେ ଏହା ୬୦Hz ର ରିଫ୍ରେସ ରେଟ ପାଇପାରିବ ।

ଯଦି ଲିକ୍ ବିଶ୍ୱାସ କରାଯାଏ, ଆପଲ୍ ଦୁଇଟି ଭରିଆଣ୍ଟ ସହିତ ଆଇଫୋନ୍ SE 4କୁ ମାର୍କେଟରେ ଲଞ୍ଚ କରିପାରେ ଯେଉଁଥିରେ ଗ୍ରାହକମାନେ ୬GB RAM ଏବଂ ୮GB RAM ର ଅପ୍ସନ ପାଇବେ । ଆଇଫୋନ୍ 15 ସିରିଜ୍ ପରି, ଏହି ଆଗାମୀ ଶସ୍ତା ଦାମର ଆଇଫୋନରେ ଆପଣଙ୍କୁ USB ଟାଇପ୍ ସି ଚାର୍ଜିଂ ପୋର୍ଟ ମଧ୍ୟ ମିଳିବାକୁ ଯାଉଛି ।