ଟେକ୍

କ’ଣ ଆପଣଙ୍କ ମୋବାଇଲ ଫୋନ୍‌ ବି ହେଉଛି ବାରମ୍ବାର ହ୍ୟାଙ୍ଗ୍‌? ତ ଏହି ସହଜ ଟ୍ରିକ୍‌ ଆପଣାଇ ଚୁଟ୍‌କିରେ କରି ପାରିବେ ସମସ୍ୟାର ସମାଧାନ

ଆଜିର ଏହି ଡିଜିଟାଲ ଯୁଗରେ ପ୍ରତ୍ୟେକ ବ୍ୟକ୍ତିଙ୍କ ହାତରେ ମୋବାଇଲ ଫୋନ ରହିଛି। ଆମ ପାରମ୍ପରିକ ଦୁନିଆକୁ ନୂଆ ଜମାନାର ଏହି ସ୍ମାର୍ଟଫୋନ୍‌ଗୁଡ଼ିକ ଏକ ଡିଜିଟାଲ ରଙ୍ଗ ଦେଇଛି। ସ୍ମାର୍ଟଫୋନ ଆସିବା ଦ୍ୱାରା ଆମର ଅନେକ କାମ ସହଜ ହୋଇ ଯାଇଛି। ଏମିତି ଭାବେ ଆମେ ଆଜି ସ୍ମାର୍ଟଫୋନର ଉପଯୋଗିତାକୁ ବୁଝି ପାରୁଛେ। ଯଦିଓ ସ୍ମାର୍ଟଫୋନ୍‌ଗୁଡ଼ିକର ବି ନିଜର ଫାଇଦା ଏବଂ କ୍ଷତି ରହିଛି। ପ୍ରାୟତଃ ଅନେକ ସମୟରେ ଦେଖାଯାଏ କି, କିଛି ଲୋକ ମୋବାଇଲ୍‌ ଫୋନ ହ୍ୟାଙ୍ଗ୍‌ ହେବା ସମସ୍ୟାକୁ ସାମ୍ନା କରିଥାଆନ୍ତି। କେବେ କେବେ ଏମିତି ବି ହୁଏ, ଆମେ କୌଣସି ଜରୁରୀ କାମ କରୁଥିବା ସମୟରେ ହଠାତ୍‌ ଆମର ମୋବାଇଲ୍‌ ଫୋନ୍‌ ହ୍ୟାଙ୍ଗ୍‌ ହୋଇଯାଏ, ଯେଉଁ କାରଣରୁ ଆମକୁ କ୍ଷତି ମଧ୍ୟ ସହିବାକୁ ପଡ଼ିଥାଏ। ଏହି ପ୍ରସଙ୍ଗରେ ଆଜି ଆମେ ଆପଣଙ୍କୁ କିଛି ଟ୍ରିକ୍ସ ବିଷୟରେ କହିବୁ, ଯାହାକୁ ଆପଣାଇଲେ ଆପଣଙ୍କର ଫୋନ୍‌ ହ୍ୟାଙ୍ଗ୍‌ ହେବା ସମସ୍ୟାରୁ ବର୍ତ୍ତି ପାରିବ। ଏହି ଟ୍ରିକ୍ସ ଫଲୋ କରିବା ପରେ ଫୋନ୍‌ର ପ୍ରୋସେସିଙ୍ଗ୍‌ ସ୍ପୀଡ୍‌ ମଧ୍ୟ ବହୁତ ବଢ଼ିଯିବ। ଆସନ୍ତୁ ଜାଣିବା କେତେଗୁଡ଼ିଏ ଟ୍ରିକ୍‌ ବିଷୟରେ।

୧. ଯେତେବେଳେ ଫୋନ୍‌ର ର‍୍ୟାମ୍‌ ବହୁତ କମ୍‌ ଥାଏ, ସେହି ସମୟରେ ପ୍ରାୟତଃ ଆମେ ଫୋନ୍‌ ହ୍ୟାଙ୍ଗ୍‌ ହେବା ସମସ୍ୟାକୁ ସାମ୍ନା କରିଥାଉ। ଏମିତିରେ ଆମକୁ ଜରୁରୀ ନ ଥିବା ଆପ୍‌ଗୁଡ଼ିକୁ ଅନ୍‌ଇନ୍‌ଷ୍ଟଲ କରି ଦେବା ଉଚିତ। ଏହାଛଡ଼ା ମଝିରେ ମଝିରେ ନିଜ ଫୋନ୍‌ର Cache memoryକୁ ବି କ୍ଲିଅର କରୁଥିବା ଦରକାର।

୨. ଏକ ସାଥୀରେ ବ୍ୟାକ୍‌ଗ୍ରାଉଣ୍ଡରେ କିଛି ଆପ୍‌ ରନ୍‌ ହେବା କାରଣରୁ ବି ଫୋନ୍‌ଗୁଡ଼ିକ ବହୁତ ହ୍ୟାଙ୍ଗ୍‌ ହୁଅନ୍ତି। ଏମିତିରେ ଆପ୍‌କୁ ବନ୍ଦ କରିବା ପରେ ଏହାର ଟ୍ୟାବ୍‌କୁ କ୍ଲିୟର କରିବାକୁ ଭୁଲନ୍ତୁ ନାହିଁ। ଏହା କରିବା ଦ୍ୱାରା ଆପଣଙ୍କ ଫୋନ୍‌ ଫାଷ୍ଟ୍‍ ଚାଲିବ। କୌଣସି ବି ସମସ୍ୟା ବିଶେଷ କରି ଉପୁଜିବନି।

୩. ଏତଦ୍‌ ବ୍ୟତୀତ ଆପଣଙ୍କୁ ମଝିରେ ମଝିରେ ନିଜ ଫାଇଲ ମ୍ୟାନେଜରର ମେମୋରୀରୁ ମଧ୍ୟ ଅଦରକାରୀ ଜିନିଷଗୁଡ଼ିକୁ ଡିଲିଟ୍‌ କରି ଦେବା ଉଚିତ। ଏମିତି କଲେ ଆପଣଙ୍କ ଫୋନର ହ୍ୟାଙ୍ଗ୍‌ ହେବା ସମସ୍ୟା ଦୂର ହୋଇଯିବ। ଯଦି ଆପଣ ଏହି ସବୁ ଦିଗ ପ୍ରତି ଧ୍ୟାନ ରଖୁଛନ୍ତି, ତା’ ହେଲେ ଆପଣଙ୍କ ଫୋନ୍‌ର ପ୍ରୋସେସିଙ୍ଗ୍‌ ସ୍ପୀଡ୍‌ ଅନେକ ଗୁଣା ବଢ଼ିଯିବ।

୪. କମ୍ପାନୀଗୁଡ଼ିକ ବ୍ରାଉଜର ଅପଡେଟ୍‌ ବିକଳ୍ପ ଦେଇ ଥାଆନ୍ତି। ପୁରୁଣା ବ୍ରାଉଜର ଯୋଗୁ ଅନେକ ବାର ଫୋନ୍‌ ସ୍ଲୋ ହୋଇ ଯାଇଥାଏ। ଯେତେବେଳେ ଆପଣ ବ୍ରାଉଜରକୁ ଅପଡେଟ୍‌ କରିବେ, ତ ଫୋନ୍‌ର ଛୋଟ ଛୋଟ ସମସ୍ୟା ଆପେ ଦୂର ହୋଇଯିବ। କହି ରଖୁଛୁ, ବ୍ରାଉଜରରେ ମଧ୍ୟ Cache ଆଇଟମ୍ସ ଜମା ହୋଇ ରହିଥାଏ।

Roshni

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

21 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

22 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago