୧୩,୯୯୯ ଟଙ୍କାରେ ଆସିଗଲା Realmeର ନୂଆ ସ୍ମାର୍ଟଫୋନ୍‌

Realme 8iକୁ ଭାରତରେ ନିକଟରେ ଲଞ୍ଚ୍‌ କରାଯାଇଛି। Realme 8iର ଦାମ୍‌ 4GB + 64GB ଭେରିଏଣ୍ଟ୍‌ ପାଇଁ ୧୩,୯୯୯ ଟଙ୍କା ରଖାଯାଇଛି। ଗ୍ରାହକ Realme 8iକୁ ସ୍ପେସ୍‌ ବ୍ଲାକ୍‌ ଏବଂ ସ୍ପେସ୍‌ ପର୍ପଲ କଲର ଅପ୍‌ଶନରେ ୧୪ ସେପ୍ଟେମ୍ବରରୁ କିଣି ପାରିବେ। Realme 8i ଆଣ୍ଡ୍ରୋଏଡ୍‌ ୧୧ ବେସ୍‌ଡ Realme UI 2.0ରେ ଚାଲିଥାଏ।

ଏଥିରେ 120Hz ଏଡାପ୍ଟିଭ୍‌ ରିଫ୍ରେଶ୍‌ ରେଟ ସହିତ ୬.୬ ଇଞ୍ଚ ଫୁଲ୍‌ HD+ (1,080 x 2,412 ପିକ୍ସଲ) ଡିସ୍‌ପ୍ଲେ ଦିଆଯାଇଛି। ଏହି ସ୍ମାର୍ଟଫୋନରେ 6GB ପର୍ଯ୍ୟନ୍ତ LPDDR4x ର‍୍ୟାମ୍‌ ସହିତ ଅକ୍ଟା-କୋର MediaTek Helio G96 ପ୍ରୋସେସର ଦିଆଯାଇଛି।

ଫଟୋଗ୍ରାଫି ପାଇଁ ଏହାର ରିୟରରେ 50MP ପ୍ରାଇମେରୀ କ୍ୟାମେରା, 2MP ମୋନୋକ୍ରୋନ ପୋର୍ଟ୍ରେଟ୍‌ ସେନ୍ସର ଏବଂ 2MP ମାକ୍ରୋ କ୍ୟାମେରା ଦିଆଯାଇଛି। ଏହାର ବ୍ୟାଟେରୀ 5,000mAhର ଏବଂ ଏଠାରେ 18W ଫାଷ୍ଟ ଚାର୍ଜିଙ୍ଗ୍‌ର ସପୋର୍ଟ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.