ଜୀବନ ସାରା ର ସମସ୍ତ ଫଟୋକୁ ସାଇତି ରଖିବା ହେଲା ସହଜ, ଆସିଗଲା ଦୁନିଆର ୬TB ହାର୍ଡ ଡ୍ରାଇଭ୍

ୱେଷ୍ଟର୍ଣ୍ଣ ଡିଜିଟାଲ୍ ଭାରତରେ ଏହାର WD, WD ବ୍ଲାକ୍ ଏବଂ ସାନଡିସ୍କ ପ୍ରଫେସନାଲ୍ ପ୍ରଡକ୍ଟ ଲାଇନଗୁଡିକରେ ନୂଆ ୬TB ପୋର୍ଟେବଲ୍ ହାର୍ଡ ଡିସ୍କ ଡ୍ରାଇଭ୍ (HDD) ଆଣିଛି, ଯାହାକି ୨.୫-ଇଞ୍ଚ ଫର୍ମ ଫ୍ୟାକ୍ଟରରେ ବିଶ୍ୱର ସବୁଠାରୁ ଅଧିକ ଷ୍ଟୋରେଜ୍‌ କ୍ୟାପାସିଟି ଦେଉଛି । WD ମାଏ ପାସପୋର୍ଟ ଏବଂ ସାନଡିସ୍କ ପ୍ରଫେସନାଲ୍ ଜି-ଡ୍ରାଇଭ୍ ଆର୍ମୋରାଟଡି ସିରିଜରେ ବର୍ତ୍ତମାନ ୬ TB ମଡେଲ୍ ସାମିଲ ହୋଇଛି ।

WD My Passport ୬TBର ଦାମ୍‌ ୧୫,୪୯୯ ଟଙ୍କା । ଏଥିରେ USB-C କନେକ୍ଟିଭିଟି, ପାସୱାର୍ଡ ସୁରକ୍ଷା ସହିତ ୨୫୬-ବିଟ୍ AES ହାର୍ଡୱେର ଏନକ୍ରିପସନ୍ ଏବଂ ଏକ ମେଟାଲ ଡିଜାଇନ୍ ରହିଛି । USB-C କମ୍ପାଟିବଲ୍‌ ଭର୍ସନ ୧୫,୯୯୯ ଟଙ୍କାରେ ଉପଲବ୍ଧ ।

ପ୍ରୋଫେସନାଲମାନଙ୍କ ପାଇଁ ୨୦,୯୯୯ ଟଙ୍କାର ସାନଡିସ୍କ ପ୍ରଫେସନାଲ୍ G-DRIVE ArmorATD ୬TB ହାର୍ଡ ଡିସ୍କ ରହିଛି । ଏହା ପାଣି ଏବଂ ଧୂଳିରୁ ସୁରକ୍ଷା ଦେବ । ଆପଣଙ୍କ ଜରୁରୀ ଡାଟାକୁ ସୁରକ୍ଷିତ ରଖିବା ପାଇଁ ଏହି ଡିସ୍କ ତିଆରି କରାଯାଇଛି । ଏହି ଡିସ୍କଗୁଡ଼ିକର ୱାରେଣ୍ଟି ୨ ରୁ ୩ ବର୍ଷ ରହିଛି । WD ଏବଂ WD ଏଲିମେଣ୍ଟ୍ ଡିସ୍କଗୁଡ଼ିକ ବର୍ତ୍ତମାନ ସିଲେକ୍ଟ ଷ୍ଟୋର, ଅନଲାଇନ୍ ଷ୍ଟୋର ଏବଂ ୱେଷ୍ଟର୍ନ ଡିଜିଟାଲ୍ ଷ୍ଟୋରରେ ମିଳିବ । ସାନଡିସ୍କ ପ୍ରଫେସନାଲ୍ G-DRIVE ArmorATD ଜୁଲାଇ ୨୦୨୪ ଶେଷ ସୁଦ୍ଧା ମିଳିବ ।