LG ଫ୍ଲେକ୍ସିବଲ୍ ଡିସପ୍ଲେ ଟେକ୍ନୋଲୋଜିକୁ ରିଡିଫାଇନ୍ କରିଛି । କମ୍ପାନୀ ଦୁନିଆର ପ୍ରଥମ ଷ୍ଟ୍ରେଚେବଲ୍ ଡିସପ୍ଲେ ଲଞ୍ଚ କରିଛି, ଯାହାକୁ ଆପଣ ଟାୱେଲ ପରି ମୋଡ଼ି ପାରିବେ । ସାଉଥ କୋରିଆନ୍ କମ୍ପାନୀ ପୂର୍ବରୁ ଷ୍ଟ୍ରେଚେବଲ୍ ଡିସପ୍ଲେ ଟେକ୍ନୋଲୋଜି ଆଣିସାରିଛି, ଯେଉଁଥିରେ ଡିସପ୍ଲେ ଷ୍ଟ୍ରେଚ୍ ଏବଂ ଲମ୍ୱା ହୋଇପାରିବ । କିନ୍ତୁ ଏହି ଟେକ୍ନୋଲୋଜି ପ୍ରୋଟୋଟାଇପ୍ ଷ୍ଟେଜ୍ ରେ ଅଛି, ଏହା ଫୋଲଡେବଲ୍ ଡିସପ୍ଲେ ତିଆରି କରୁଥିବା ଲିଡିଂ କମ୍ପାନୀ ସାମସଙ୍ଗର ଟେନସନକୁ ବଢ଼ାଇଛି ।
LG ଦାବି କରିଛି ଯେ ଏହି ଷ୍ଟ୍ରେଚେବଲ୍ ଡିସପ୍ଲେ ଇମେଜ୍ କ୍ବାଲିଟିକୁ ଖରାପ ନକରି ଏହାର ଆକାରକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇ ପାରିବ । କମ୍ପାନୀ କହିଛି ଯେ ୧୨ ଇଞ୍ଚର ଡିସପ୍ଲେକୁ ୧୮ ଇଞ୍ଚ ପର୍ଯ୍ୟନ୍ତ ବଢ଼ାଇ ହେବ ଏବଂ ଏହା ପ୍ରତି ଇଞ୍ଚ ୧୦୦ ପିକ୍ସେଲର ରିଜୋଲ୍ୟୁସନ ଦେବ । ଏହାପୂର୍ବରୁ କମ୍ପାନୀ ୨୦୨୨ରେ ଏହାର ଏକ ଷ୍ଟ୍ରେଚେବଲ୍ ଡିସପ୍ଲେର ଏକ ପ୍ରୋଟୋଟାଇପ୍ ସୋକେସ୍ କରିଥିଲା ।
କମ୍ପାନୀ ଦାବି କରିଛି ଯେ ଏହି ଷ୍ଟ୍ରେଚେବଲ୍ ଡିସପ୍ଲେ ସମ୍ପୂର୍ଣ୍ଣ ଭିନ୍ନ, ଯାହାକୁ ଅଲ୍ଟିମେଟ୍ ଡିସପ୍ଲେ ଟେକ୍ନୋଲୋଜି କୁହାଯାଇପାରେ । ଅନ୍ୟ ଫ୍ଲେକ୍ସିବଲ୍ ଡିସପ୍ଲେ ପରି ଏହା କେବଳ ବଙ୍କା କିମ୍ବା ଫୋଲଡ୍ ହୋଇପାରିବ ତା ନୁହେଁ ବରଂ ଆପଣ ଏହାକୁ ଟାୱେଲ ପରି ମୋଡ଼ି ପାରିବେ ଓ ବଢ଼ାଇ ପାରିବେ ।
LG ର ଏହି ଫ୍ଲେକ୍ସିବଲ୍ ଡିସପ୍ଲେ ମାଇକ୍ରୋ ଏଲଇଡିରେ ନିର୍ମିତ, ଯାହା ଲଗାତାର ଭାବରେ ୧୦ ହଜାର ଥର ଷ୍ଟ୍ରେଚ୍ ହୋଇପାରିବ । ଏହା ବ୍ୟତୀତ ଏହି ଡିସପ୍ଲେ ମଧ୍ୟ ଅତ୍ୟଧିକ ତାପମାତ୍ରାରେ କାମ କରେ ବୋଲି ଦାବି କରାଯାଇଛି । ଏହି ପ୍ରୋଟୋଟାଇପ୍ ଆଣିବା ସମୟରେ କମ୍ପାନୀ ଏହାର ଅନେକ ଫିଚର ବିଷୟରେ କହିଛି । ଏହି ଡିସପ୍ଲେକୁ ଟଚ୍ ଜେସ୍ଚର୍ ଦ୍ବାରା କଣ୍ଟ୍ରୋଲ୍ କରାଯାଇପାରିବ । କେବଳ ଏତିକି ନୁହେଁ ଆପଣ ଏହାକୁ ନିଜ ହାତରେ ମଧ୍ୟ ପିନ୍ଧିପାରିବେ ।
LG ର ଏହି ଷ୍ଟ୍ରେଚେବଲ୍ ଡିସପ୍ଲେ ବହୁତ ପତଳା ଏବଂ ଏହାର ଓଜନ ବହୁତ କମ୍ । ଅନ୍ୟାନ୍ୟ କମ୍ପାନୀଗୁଡ଼ିକୁ ଟକ୍କର ଦେବା ପାଇଁ କମ୍ପାନୀ ଏହାର ଷ୍ଟ୍ରେଚେବଲ୍ ଡିସପ୍ଲେ ଡିଜାଇନ୍ କରୁଛି । ଭବିଷ୍ୟତରେ ଲଞ୍ଚ ହେବାକୁ ଥିବା ଅନେକ ଫ୍ଲାଗସିପ୍ ସ୍ମାର୍ଟଫୋନ୍, ଟ୍ୟାବଲେଟ୍ କିମ୍ବା ୱେୟରବେଲ୍ ଡିଭାଇସ୍ ରେ LG ର ଏହି ଫ୍ଲେକ୍ସିବଲ୍ ଡିସପ୍ଲେକୁ ବ୍ୟବହାର କରାଯାଇପାରିବ ।