ଖରାରୁ ଆସିବା ପରେ ଏସି ତଳେ ଟିକେ ବସିଗଲେ ଥକା ମେଣ୍ଟିଯାଏ । ଏସିର ଥଣ୍ଡା ଥଣ୍ଡା ପବନ ଟିକେ ଦେହରେ ବାଜିଗଲେ ନିଦ ବି ଆସିଯାଏ । ଦିନକୁ ଦିନ ଖରାର ପ୍ରକୋପ ବଢ଼ିଚାଲିଛି । ଦେଶର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୪୫ ଡିଗ୍ରୀ ପାଖାପାଖି ପହଞ୍ଚିଲାଣି । ଲୋକମାନେ ଏସି ଏବଂ ପଙ୍ଖା ଚଲାଇ ଗରମରୁ ମୁକ୍ତି ପାଇବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଏସିରୁ ଅଧିକ ବିଦ୍ୟୁତ୍ ବିଲ୍ ଆସିଥାଏ । ଯାହାକୁ ନେଇ ମଧ୍ୟବିତ୍ତ ପରିବାର ଚିନ୍ତାରେ ପଡ଼ୁଛନ୍ତି । ବିଦ୍ୟୁତ ବିଲକୁ କମାଇବା ପାଇଁ ଏସି କମ୍ ଚଲାନ୍ତି ଲୋକେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଏସି ବିଷୟରେ କହିବାକୁ ଯାଉଛୁ, ଯାହାକୁ ବ୍ୟବହାର କଲେ ଆପଣଙ୍କର ବିଦ୍ୟୁତ ବିଲ୍ ଆସିବ ନାହିଁ ।
ବଜାରରେ ଏପରି ଏକ ଏସି ଉପଲବ୍ଧ, ଯାହାକୁ ଆପଣ ସାରା ରାତି ଚଲାଇଲେ ମଧ୍ୟ ଆପଣଙ୍କର ବିଦ୍ୟୁତ୍ ବିଲ୍ ଆସିବ ନାହିଁ । ଏହି ACର ନାମ ହେଉଛି Solar AC । ସୋଲାର ଏସିର ନାଁରୁ ହିଁ ଜାଣି ସାରିଥିବେ, ଏହି ଏସି ସୌରଶକ୍ତି ସହିତ ଜଡିତ । ସୌରଶକ୍ତିରେ ଚାଲୁଥିବା ଏସିକୁ ସୋଲାର ଏସି କୁହାଯାଏ । ଆଉ ଏହି ଏସି ପାଇଁ ବିଦ୍ୟୁତ୍ ଆବଶ୍ୟକ ନାହିଁ । ସୂର୍ଯ୍ୟକିରଣରେ ଏହା ପ୍ରଥମେ ଚାର୍ଜ ହୁଏ । ପରେ ଏହା ସାରା ରାତି ଚାଲିଥାଏ । ସୋଲାର ଏସି ସୌର ପ୍ୟାନେଲ ଏବଂ ବ୍ୟାଟେରୀ ଦ୍ୱାରା ଚାଲିଥାଏ । ସୋଲାର ଏସି ସିଧାସଳଖ ପ୍ୟାନେଲ ସହିତ କନେକ୍ଟ ହୋଇଥାଏ ।
ସୋଲାର ଏସି ଦୁଇଟି ଉପାୟରେ କାମ କରେ । ଗୋଟିଏ ଅନ୍ ଗ୍ରୀଡ୍ରେ ଥାଏ ଏବଂ ଅନ୍ୟଟି ଅଫ୍ ଗ୍ରୀଡ୍ ମୋଡ୍ ରେ ଥାଏ । ରାତି ବେଳେ ଏସି ଚଲାଇବା ପାଇଁ ବ୍ୟାଟେରୀ ଆବଶ୍ୟକ ହୋଇଥାଏ, ଏହାକୁ ଅଫ୍ ଗ୍ରୀଡ୍ ମୋଡ୍ କୁହାଯାଏ । ଅନ୍ୟପଟେ ଅନ୍ ଗ୍ରୀଡ୍ ମୋଡ୍ ରେ ସୌର ପ୍ୟାନେଲ୍ ଏସି ସହିତ ସିଧାସଳଖ କନେକ୍ଟ ହୋଇଥାଏ ଏବଂ ଏଥିପାଇଁ ଏକ ଇନଭର୍ଟର ଆବଶ୍ୟକ ହୁଏ ।
ସୋଲାର ଏସିରେ ଥରେ ହିଁ ଇନଭେଷ୍ଟ କରିବାକୁ ପଡ଼େ । ଏଥିରେ ଆପଣଙ୍କୁ ଏସି ଏବଂ ପ୍ୟାନେଲ କିଣିବା ପାଇଁ ଥରେ ଟଙ୍କା ନିବେଶ କରିବାକୁ ପଡିବ । କିନ୍ତୁ ଇଲେକ୍ଟ୍ରିକ୍ ଏସି ପାଇଁ ଆପଣଙ୍କୁ ବିଦ୍ୟୁତ୍ ବିଲ୍ ଦେବାକୁ ପଡିଥାଏ । ଗରମ ଦିନେ ଦିନରାତି ଏସି ଚଲାଇବା ପାଇଁ ଆପଣଙ୍କୁ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । କିନ୍ତୁ ସୋଲାର ଏସି ଆପଣଙ୍କ ଟଙ୍କା ବଞ୍ଚାଇବ । ସୋଲାର ଏସି ତୁଳନାରେ ଇଲେକ୍ଟିକ୍ ଏସିର ଅଧିକ ରକ୍ଷଣାବେକ୍ଷଣ କରିବାକୁ ପଡ଼େ ।
ସୋଲାର ଏସିର ଦାମ୍ ସାଧାରଣ ଏସି ତୁଳନାରେ ସାମାନ୍ୟ ଅଧିକ ରହିଛି । ଅବଶ୍ୟ ଏଥିରେ ଅଧିକ ଭାବିବା ଆବଶ୍ୟକ ନାହିଁ କାରଣ ଏହି ଖର୍ଚ୍ଚ ଆପଣଙ୍କୁ କେବଳ ଥରେ କରିବାକୁ ପଡିବ । ଏହି ଏସିରେ ନା ଅଛି ମେଣ୍ଟେନାନ୍ସ ନା କୌଣସି ବିଦ୍ୟୁତ ଖର୍ଚ୍ଚ । ଏହାବ୍ୟତୀତ ବ୍ୟାଟେରୀର ଖର୍ଚ୍ଚ ମଧ୍ୟ ଆପଣଙ୍କୁ ଦେବାକୁ ହେବ ।
ଭିଡିଓକନ ଏବଂ ଏଲଜି ଭଳି କମ୍ପାନୀ ଗୁଡିକ ସୋଲାର ଏସି ପ୍ରସ୍ତୁତ କରୁଛନ୍ତି । ଆପଣ ଏହି ଏସିକୁ ଅନଲାଇନରେ ମଧ୍ୟ କିଣିପାରିବେ । ୧ ଟନ କ୍ଷମତା ବିଶିଷ୍ଟ ଏସି ପାଇଁ ୮ଟି ସୋଲାର ପ୍ୟାନେଲ ଲଗାଇବାକୁ ହେବ । କମ୍ପାନୀ ସୋଲାର ପ୍ୟାନେଲ, ଡିସି ଟୁ ଏସି କନଭର୍ଟର ସହିତ ଇନଷ୍ଟଲେସନ ପର୍ଯ୍ୟନ୍ତ ସମସ୍ତ ସୁବିଧା ଉପଲବ୍ଧ କରାଉଛି ।
Also Read:ଏବେ AC ରେ ମିଳିବ AI ଫିଚର୍ସ! Haier ଆଣିଲା ନୂଆ ଜେନେରେସନ୍ ଏୟାର କଣ୍ଡିସନର୍