YouTubeରୁ ହେବ ଜବରଦସ୍ତ ରୋଜଗାର! କମ୍ପାନୀ କରୁଛି ବଡ଼ ପ୍ରସ୍ତୁତି; ସର୍ଟସ୍‌ କ୍ରିଏଟର୍ସଙ୍କୁ ମିଳିବ ଫାଇଦା

TikTok ଏବଂ Instagram Reelsକୁ ସର୍ଟସ୍‌ ଭିଡିଓରେ ଟକ୍କର ଦେବା ପାଇଁ YouTube ଏକ ନୂଆ ପଦକ୍ଷେପ ଉଠାଇବାକୁ ଯାଉଛି। କମ୍ପାନୀର ଏହି ନିଷ୍ପତ୍ତି ଦ୍ୱାରା YouTube ସର୍ଟସ୍‌ କରୁଥିବା କ୍ରିଏଟରମାନଙ୍କୁ ସିଧା ଫାଇଦା ହେବ। ଏହାଦ୍ୱାରା କ୍ରିଏଟରମାନେ YouTube ସର୍ଟସ୍‌ରୁ ଲକ୍ଷାଧିକ ଟଙ୍କା ରୋଜଗାର କରି ପାରିବେ। ଏକ ରିପୋର୍ଟରେ କୁହାଯାଇଛି କି, ଆଗାମୀ ବର୍ଷ ଏହାକୁ ଆରମ୍ଭ କରାଯିବ। Shortsକୁ ମଧ୍ୟ YouTube ପାର୍ଟନର ପ୍ରୋଗ୍ରାମର ଅଂଶ କରି ଦିଆଯିବ, ଯାହାର ଅର୍ଥ ହେଲା, ଯେଉଁ ଲୋକମାନେ ଏଥିପାଇଁ କ୍ୱାଲିଫାଇ କରିବେ, ସେମାନଙ୍କୁ Shortsରୁ ଆଡ୍‌ ମନିର ଅଂଶ ମିଳିବ।

କିନ୍ତୁ ଅନ୍ୟପକ୍ଷରେ ଯେଉଁମାନେ ଏଥିପାଇଁ କ୍ୱାଲିଫାଇ ବି ନ କରିବେ, ସେମାନଙ୍କ ପାଇଁ ମଧ୍ୟ YouTube ଏହି ରୋଜଗାରକୁ ସହଜ କରୁଛି। ରିପୋର୍ଟ ମୁତାବକ, ଯେଉଁ ଲୋକମାନେ ଏହି ପ୍ରୋଗ୍ରାମ ପାଇଁ କ୍ୱାଲିଫାଇ ନ କରୁଛନ୍ତି, ସେମାନେ ଟିପ୍ସ, ସବ୍ସକ୍ରିପ୍ସନ ଏବଂ ମର୍ଚ ସେଲ୍‌ ଜରିଆରେ ରୋଜଗାର କରି ପାରିବେ। କମ୍ପାନୀ ଏହି ପ୍ରୋଗ୍ରାମ ଜରିଆରେ କ୍ରିଏଟରମାନଙ୍କୁ ଟିକ୍‌ଟକ୍‌ଠାରୁ ଅଧିକ ମନିଟାଇଜ୍‌ ଅପସନ ଦେଉଛି। କମ୍ପାନୀ ଆଶା ରଖିଛି ଯେ ଏହାଦ୍ୱାରା ସେ ଟିକ୍‌ଟକକୁ ପଛରେ ପକାଇ ସର୍ଟସ୍‌ ଭିଡିଓ ପ୍ଲାଟ୍‌ଫର୍ମରେ ୧ ନମ୍ବର ହୋଇପାରିବ। କହି ରଖୁଛୁ, କମ୍ପାନୀ ପାଖାପାଖି ଦେଢ଼ ବର୍ଷ ତଳେ ସର୍ଟସ୍‌ ଲଞ୍ଚ୍‌ କରିଥିଲା।

କିଛି ଦିନ ତଳେ କମ୍ପାନୀ ସୂଚନା ଦେଇଥିଲା କି, Shorts ପାଇଁ ଲଙ୍ଗ୍‌ ଟର୍ମ ମନିଟାଇଜେସନ ପ୍ରୋଜେକ୍ଟ ଉପରେ କାମ କରାଯାଉଛି। କମ୍ପାନୀର କ୍ରିଏଟର ପ୍ରଡକ୍ଟସ୍‌ର ଭାଇସ୍‌ ପ୍ରେସିଡେଣ୍ଟ କହିଥିଲେ, ଏହି ଫିଚର ବହୁତ ଦ୍ରୁତ ଗତିରେ ବଢ଼ି ଚାଲିଛି। ଏହା ଉପରେ ଗୋଟିଏ ଦିନରେ ୩୦ ବିଲିୟନ ଭ୍ୟୁଜ୍‌ ଆସୁଛି। ସେ ଆହୁରି କହିଥିଲେ ଯେ ୧.୫ ବିଲିୟନ ଲୋକ ଏହାକୁ ପ୍ରତ୍ୟେକ ମାସରେ ଦେଖୁଛନ୍ତି। ଏ ପର୍ଯ୍ୟନ୍ତ YouTube, ସର୍ଟସ୍‌କୁ ଛୋଟ ଉପାୟରେ ମନିଟାଇଜ୍‌ କରି ଆସୁଥିଲା। ଏହାକୁ କ୍ରିଏଟର ଫଣ୍ଡସ୍‌, ଶପିଂ ଏବଂ ଟିପ୍ସ ଜରିଆରେ ମନିଟାଇଜ୍‌ କରାଯାଉଥିଲା।

ଏହିଭଳି ଟିକ୍‌ଟକ୍‌ ଏବଂ ଇନ୍‌ଷ୍ଟାଗ୍ରାମ ମଧ୍ୟ ନିଜ ଭର୍ଟିକାଲ ଭିଡିଓକୁ ମନିଟାଇଜ୍‌ କରିଥାଏ। ଏହାକୁ ନେଇ ଅଧିକାଂଶ କ୍ରିଏଟର ଭାବନ୍ତି କି, ଏହା ଯଥେଷ୍ଟ ନୁହେଁ, ଯେଉଁ କାରଣରୁ YouTube ସର୍ଟସ୍‌ର ଏହି ମନିଟାଇଜେସନ ପ୍ରୋଗ୍ରାମ ଅଧିକ ହିଟ୍‌ ହୋଇପାରେ ଏବଂ ଏହାର ଫାଇଦା କମ୍ପାନୀକୁ ମିଳିପାରେ।

କହି ରଖୁଛୁ, ଭାରତରେ ଟିକ୍‌ଟକ୍‌ ବ୍ୟାନ୍‌ ହେବା ପରେ ଲୋକମାନଙ୍କ ପାଖରେ ସର୍ଟ ଭିଡିଓ କରିବାକୁ ଆଉ କିଛି ଭଲ ପ୍ଲାଟଫର୍ମ ନ ଥିଲା। ସେହି ସମୟରେ ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ୟୁଟ୍ୟୁବ୍‌ ପକ୍ଷରୁ ୟୁଟ୍ୟୁବ୍‌ ସର୍ଟସ୍‌ ଆରମ୍ଭ ହୋଇଥିଲା। ସେତେବେଳେ ସୂଚନା ଦିଆଯାଇଥିଲା କି, ୟୁଟ୍ୟୁବ୍‌ ସର୍ଟସ୍‌ ଲଞ୍ଚ୍‌ ହେବାର ମାତ୍ର ୨ ବର୍ଷ ଭିତରେ ୧.୫ ବିଲିୟନ୍‌ ବା ୧୫୦ କୋଟିରୁ ବି ଅଧିକ ଲୋକ ପ୍ରତି ମାସ ସର୍ଟସ୍‌ ଦେଖୁଛନ୍ତି। ରିପୋର୍ଟ ମୁତାବକ, ମାତ୍ର ଅଳ୍ପ ସମୟ ଭିତରେ ୟୁଟ୍ୟୁବ୍‌ ଟିକ୍‌ଟକ୍‌ର ରେକର୍ଡକୁ କାଟିଛି। ଏବେ ଅଧିକାଂଶ ଲୋକ ୟୁଟ୍ୟୁବ୍‌ ସର୍ଟସ୍‌ ବ୍ୟବହାର କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.