WhatsAppରେ ମେସେଜ୍ ଟାଇପ୍ କରିବାର ଆଉ ଆବଶ୍ୟକ ପଡ଼ିବ ନାହିଁ, ସହଜରେ ଅନ୍ୟ ଭାଷାରେ ହୋଇଯିବ ଟ୍ରାନ୍ସଲେଟ୍
ହ୍ଵାଟସ୍ଆପ ଦୁଇଟି ଖାସ୍ ଫିଚର୍ସ ଉପରେ କାମ କରୁଛି। ସେଥି ମଧ୍ୟରୁ ଗୋଟିଏ ଫିଚର ଆଣ୍ଡ୍ରୋଏଡ୍ ଏବଂ iOS ଦୁଇଟି ହିଁ ପ୍ଲାଟଫର୍ମରେ ସପୋର୍ଟ କରିବ। ହ୍ଵାଟସ୍ଆପ Voice Message Transcription ଫିଚରର ଟେଷ୍ଟିଙ୍ଗ୍ କରୁଛି। ଏଥି ସହିତ କ୍ଲାଉଡ୍ ବ୍ୟାକ୍ଅପ ପାଇଁ ୟୁଜର୍ସଙ୍କୁ end-to-end encryption ସପୋର୍ଟ ବି ଦେବ।
ହ୍ଵାଟସ୍ଆପର ଅପଡେଟ୍ସ ଉପରେ ନଜର ରଖୁଥିବା WABetaInfoର ଏକ ରିସେଣ୍ଟ ପୋଷ୍ଟ ଅନୁସାରେ, କ୍ଲାଉଡ୍ ବ୍ୟାକଅପ ପାଇଁ end-to-end encryption ସପୋର୍ଟ ସମସ୍ତ ୟୁଜରଙ୍କ ପାଇଁ ରହିବ। Voice Message Transcription ଫିଚର କେବଳ iOS ୟୁଜରଙ୍କ ପାଇଁ ହିଁ ଉପଲବ୍ଧ ହେବ। ଯଦିଓ ପରେ ଏହାକୁ ଆଣ୍ଡ୍ରୋଏଡ୍ ୟୁଜର୍ସଙ୍କ ପାଇଁ ମଧ୍ୟ କମ୍ପାନୀ ନେଇକି ଆସିପାରେ।
ହ୍ଵାଟସ୍ଆପର ଅପ୍କମିଙ୍ଗ୍ ପିଚର Voice Message Transcription ଜରିଆରେ ୟୁଜର୍ସଙ୍କ କାମ ବହୁତ ସହଜ ହୋଇଯିବ। ଏହି ଫିଚର ସାହାଯ୍ୟରେ ୟୁଜର୍ସଙ୍କୁ ମେସେଜ ଟାଇପ୍ କରିବାର ଆଉ ଆବଶ୍ୟକ ପଡ଼ିବ ନାହିଁ। ଆପଣ ମେସେଜକୁ ପାଟିରେ କହି ଗୋଟିଏ ଭାଷାରୁ ଅନ୍ୟ ଭାଷାକୁ ଟ୍ରାନ୍ସଲେଟ୍ କରିପାରିବେ।
ତେବେ ଏହି ଫିଚରକୁ ଲଞ୍ଚ୍ କରିବା ପୂର୍ବରୁ କମ୍ପାନୀ କହିଛି କି, ୟୁଜର୍ସଙ୍କ ଭଏସ୍ ଡାଟାକୁ ପ୍ୟାରେଣ୍ଟ କମ୍ପାନୀ ଫେସ୍ବୁକ ସହିତ ସେୟାର କରାଯିବ ନାହିଁ। ଏହାକୁ Apple ଟ୍ରାନ୍ସକ୍ରିପ୍ଟ କରିବ। WABetaInfoର କହିବା ହେଲା, ଯେତେବେଳେ କୌଣସି ମେସେଜକୁ ପ୍ରଥମ ଥର ଟ୍ରାନ୍ସକ୍ରିପ୍ଟ କରାଯିବ, ତ ଟ୍ରାନ୍ସକ୍ରିପ୍ଶନ ହ୍ଵାଟସ୍ଆପ ଡାଟାବେସ୍ରେ ଲୋକାଲ ଲେବଲ୍ରେ ସେଭ୍ ହୋଇଯିବ। ଏମିତିରେ ଏହାକୁ ଦ୍ୱିତୀୟ ଥର ପାଇଁ ଟ୍ରାନ୍ସକ୍ରିପ୍ଟ କରିବାର ଆବଶ୍ୟକ ପଡ଼ିବ ନାହିଁ। ଯଦିଓ ଏଥିପାଇଁ ୟୁଜରଙ୍କୁ ପରମିଶନ ଦେବାକୁ ହେବ।