ବ୍ଲୁଟୁଥ ଗ୍ୟାଜେଟର ବ୍ୟବହାର କରୁଛନ୍ତି କି ହୋଇଯାଆନ୍ତୁ ସାବଧାନ, ଚୋରି ହୋଇପାରେ ପର୍ସନାଲ ଡାଟା

ଆଜିକାଲି ଫିଟନେସ ଟ୍ରେକର, ସ୍ମାର୍ଟୱାଚ, ସ୍ମାର୍ଟ ସ୍ପିକର ଏବଂ ସ୍ମାର୍ଟ ହୋମ ଭଳି ଗ୍ୟାଜେଟ ଗୁଡିକ ବହୁତ ଲୋକପ୍ରିୟ ହେବାରେ ଲାଗିଛି । ତେବେ ବର୍ତ୍ତମାନ ଏକ ନୂଆ ଷ୍ଟଡି ସାମ୍ନାକୁ ଆସିଛି ଯେଉଁଥିରେ ଏହି ସମସ୍ତ ଡିଭାଇସକୁ ହ୍ୟାକ କରିବାର ବିପଦ ଅଧିକ ମାତ୍ରାରେ ରହିଛି । ଏଥିରୁ ଜଣାପଡିଛି ଯେ ଲୋ ଏନର୍ଜି ବ୍ଲୁଟୁଥ ଡିଭାଇସକୁ ହ୍ୟାକ କରାଯିବାର ଆଶଙ୍କା ଅଧିକ ରହିଛି । କମ୍ପ୍ୟୁଟର ଆଣ୍ଡ କମ୍ୟୁନିକେସ ସିକ୍ୟୁରିଟିରେ ଲଣ୍ଡନରେ ଚାଲୁଥିବା ଏକ କନଫରେନ୍ସରେ ଏପରି ତଥ୍ୟ ସାମ୍ନାକୁ ଆସିଛି ।

Image result for these Bluetooth devices may leak your personal data

ରିପୋର୍ଟରେ କୁହାଯାଇଛି ଯେ କୌଣସି ମୋବାଇଲ ଆପରୁ ଡିଭାଇସକୁ ବ୍ଲୁଟୁଥ ଦ୍ୱାରା ପେୟାର କରାଯିବା ସମୟରେ ହ୍ୟାକ ହେବାର ଆଶଙ୍କା ବଢ଼ିଯାଇଥାଏ । ଏହାପରେ ଡିଭାଇସ ଯେତେବେଳେ ଅପରେଟ କରାଯାଇଥାଏ ସେତେବେଳେ ମଧ୍ୟ ଏହାକୁ ହ୍ୟାକ କରାଯିବାର ଆଶଙ୍କା ରହିଥାଏ । ଷ୍ଟଡିରେ କୁହାଯାଇଛି ଯେ ବ୍ଲୁଟୁଥ ଦ୍ୱାରା କନେକ୍ଟ ହେଉଥିବା ସ୍ମାର୍ଟ ଡିଭାଇସକୁ ହ୍ୟାକ ହେବାର ଅଧିକ ଆଶଙ୍କା ରହିଥିବା ବେଳେ ଫିଟନେସ ଟ୍ରେକର, ସ୍ମାର୍ଟୱାଚ, ସ୍ମାର୍ଟ ସ୍ପିକର କିମ୍ବା ସ୍ମାର୍ଟ ହୋମ ହ୍ୟାକିଂ ପାଇଁ ଅଧିକ ସମ୍ବେଦନଶୀଳ ହୋଇଥାଏ ।

ଏହାସହ ପଢନ୍ତୁ ସାବଧାନ ! ଫେସବୁକ ଗୁପ୍ତଭାବେ କରୁଛି ଆପଣଙ୍କ ଫୋନ କ୍ୟାମେରାର ବ୍ୟବହାର, ଦେଖନ୍ତୁ ଭିଡିଓ

ୟୁଜର୍ସମାନଙ୍କ ଡାଟାର ଅପବ୍ୟବହାର ପୂର୍ବରୁ ହୋଇଆସୁଛି । ଏହାସହିତ କୁହାଯାଉଛି ଯେ ଷ୍ଟ୍ରିମିଂ ସର୍ଭିସର ଅଧିକ ବ୍ୟବହାର ଆପଣଙ୍କ ପ୍ରାଇଭେସିକୁ ମଧ୍ୟ ବିପଦରେ ପକାଇଥାଏ । ନିକଟରେ ଏକ ଗବେଷଣାରୁ ଜଣାପଡିଛି ଯେ ୟୁଜର୍ସମାନେ ଅନେକ ସମୟରେ ନିଜର ତଥ୍ୟକୁ ଲୁଚାଇବା ପାଇଁ ଚେଷ୍ଟା କରିଥାନ୍ତି । ଏହା ସତ୍ତ୍ୱେ ମଧ୍ୟ ସେମାନଙ୍କର ଅନୁମତି ବିନା ଡାଟା ସଂଗ୍ରହ କରାଯାଇ ଫେସବୁକ, ଗୁଗଲ ଓ ନେଟଫ୍ଲିକ୍ସ ଭଳି କମ୍ପାନୀ ଗୁଡିକ ସହିତ ସେୟାର କରାଯାଇଥାଏ । E-marketର ଆନାଲିସିଷ୍ଟଙ୍କ କହିବା ଅନୁଯାୟୀ ବର୍ତ୍ତମାନ ଲୋକଙ୍କ ଆଟେନ୍ସନ ପାଇବା ଆଗଠାରୁ ଆହୁରି ଅଧିକ ମୁସ୍କିଲ ଅଟେ ସେଥିପାଇଁ ଅନେକ ଡାଟାର ଆବଶ୍ୟକତା ରହିଛି ।

Leave A Reply

Your email address will not be published.