BSNL ର ଏହି ପ୍ରିପେଡ୍ ପ୍ଲାନ୍ ଜିଓ,ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ଠାରୁ ବି ଭଲ

ବର୍ତ୍ତମାନ କିଛି ଦିନ ଭିତରେ ସବୁଠାରୁ ଅଧିକ ଶସ୍ତା ଥିବା ଜିଓ ପ୍ରିପେଡ୍ ପ୍ଲାନ୍ ମହଙ୍ଗା ହୋଇଛି। ଏମିତିକି ଏହାର ପ୍ଲାନ୍ ସବୁ ଏୟାରଟେଲ ସହିତ ଯେମିତି ଟକ୍କର ଦେବାପରି ଲାଗୁଛି।
ଖାସ କରି କୋଭିଡ ପରେ ସବୁ କ୍ଷେତ୍ରରେ ଚାହିଦା ବଢିବା ପରେ ଭାରତୀୟ ଟେଲିକମ୍ କ୍ଷେତ୍ରରେ ମଧ୍ୟ ଏହାର ପ୍ରଭାବ ପଡ଼ିଥିଲା। ଏବେ ଜିଓ ପ୍ଲାନ୍ ମଧ୍ୟ ବଢ଼ିଯାଇଛି।

ତିନିଟି ଘରୋଇ କମ୍ପାନୀ ରିଲାଏନ୍ସ ଜିଓ, ​​ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆ, ଭାରତୀୟ ଟେଲିକମ୍ ଦୁନିଆରେ ନିଜର ପ୍ରାଧାନ୍ୟ ବିସ୍ତାର କରିଚାଲିଛନ୍ତି। ଅବଶ୍ୟ, ସରକାରୀ ମାଲିକାନାରେ ଥିବା ଟେଲକୋ ବିଏସ୍ଏନ୍ଏଲ୍ ମଧ୍ୟ ଅନ୍ୟ ଅପରେଟର ଭଳି ଭଲ ପ୍ରିପେଡ୍ ପ୍ଲାନ୍ ମଧ୍ୟ ଯୋଗାଇଥାଏ। ଆପଣ ବର୍ତ୍ତମାନ Jio, Airtel ଓ Vodafone ଠାରୁ ଭଲ ପ୍ରିପେଡ୍ ପ୍ଲାନ୍ BSNL ରେ ପାଇପାରିବେ କମ୍ ଖର୍ଚ୍ଚରେ।

ତେବେ ଆସନ୍ତୁ ଜାଣିବା BSNL ର କିଛି ପ୍ରିପେଡ ପ୍ଲାନ୍ ଯେଉଁଥିରେ ଅନ୍ୟ ଟେଲିକମ୍ କମ୍ପାନୀ ତୁଳନାରେ କମ୍ ଖର୍ଚ୍ଚ ହୁଏ। କହିବାକୁ ଗଲେ BSNL ର ପ୍ରଥମ ପ୍ଲାନ୍ ହେଉଛି STV_185 ପ୍ଲାନ୍। BSNL ର STV_185 ପ୍ରିପେଡ୍ ପ୍ଲାନ୍ ୧୮୫ ଟଙ୍କାରେ ମିଳିଥାଏ ଏବଂ ଏହା ଅସୀମିତ ବା ଅନଲିମିଟେଡ ଭଏସ୍ କଲ୍ ସହିତ ଦୈନିକ ୧ ଜିବି ଡାଟା, ୧୦୦ ଦିନର SMS ପ୍ୟାକ ଓ ୨୮ ଦିନର ଭାଲିଡିଟି ଯୋଗାଇଥାଏ ।

bsnl prepaid plan
Picture Credit – India Today

ଏହି ପ୍ଲାନରେ BSNL ଟ୍ୟୁନ୍ସର ଆକ୍ସେସ ମଧ୍ୟ ମିଳିଥାଏ। ଟେଲକୋ STV_298 ନାମକ ଅନ୍ୟ ଏକ ପ୍ଲାନ୍ ମଧ୍ୟ ଅଛି ଯାହା ପ୍ରତିଦିନ 1GB ଡାଟା ମଧ୍ୟ ପ୍ରଦାନ କରେ, ଏହି ପ୍ଲାନର ମୂଲ୍ୟ ହେଉଛି ୨୯୮ ଟଙ୍କା। ଏଥିରେ ୫୬ ଦିନର ଭାଲିଡିଟି ରହିଛି।

ତା’ପରେ BSNL ଏକ ଭଏସ୍_187 ପ୍ୟାକ୍ ଯୋଗାଇଥାଏ ଯାହା ୨୮ ଦିନର ଭାଲିଡିଟି ପାଇଁ ପ୍ରତିଦିନ ୧୦୦ ଟି SMS କରିବା ସୁବିଧା ଯୋଗାଇବା ସହିତ ଅସୀମିତ ଭଏସ୍ କଲ୍ ମଧ୍ୟ ଦେଇଥାଏ।ଯାହା ୧୮୭ ଟଙ୍କାରେ ପ୍ରତିଦିନ 2GB ଡାଟା ପ୍ରଦାନ କରିଥାଏ।

ଟେଲକୋ ୫୬ ଦିନର ଭାଲିଡିଟି ପାଇଁ ସମାନ 2GB ଡାଟା ପ୍ଲାନ୍ ଦୈନିକ ପ୍ରଦାନ କରେ। ୩୪୭ ଟଙ୍କାରେ STV_347 ପ୍ୟାକରେ ଅସୀମିତ ଭଏସ, ପ୍ରତିଦିନ ୧୦୦ SMS ଏବଂ 2GB ଡାଟା ଯୋଗାଇଥାଏ।

ଟେଲକୋ ଏହାର STV_299 ପ୍ଲାନରେ ୩୦ ଦିନର ଭାଲିଡିଟି ପ୍ଲାନ ପାଇଁ ପ୍ରତିଦିନ 3GB ଡାଟା ଦେଇଥାଏ। ଏହି ଯୋଜନାରେ ଅସୀମିତ ଭଏସ୍ କଲ୍ ଏବଂ ପ୍ରତିଦିନ ୧୦୦ SMS କରିବା ସୁବିଧା ଉପଲବ୍ଧ। ଏହା ବ୍ୟତୀତ, BSNL ର ଅନ୍ୟ ଏକ ପ୍ଲାନ୍ ହେଉଛି STV_247 । କିନ୍ତୁ ଏହା ଡେଲି ଡାଟା ପ୍ଲାନ ନୁହେଁ କିନ୍ତୁ STV_247 ପ୍ଲାନ୍ ସମୁଦାୟ ୫୦ ଜିବି ଡାଟା ସହିତ
ଅନଲିମିଟେଡ ଭଏସକଲ୍ ଏବଂ ୨୪୭ ଟଙ୍କାରେ ପ୍ରତିଦିନ ୧୦୦ SMS କରିବାର ସୁଯୋଗ ଦେଉଛି। ଏଥିରେ, ଉପଭୋକ୍ତାମାନେ EROS Now ଏବଂ BSNL ଟ୍ୟୁନ୍ସର ଆକ୍ସେସ ମଧ୍ୟ ମିଳିଥାଏ।

ତେବେ ଲଙ୍ଗ ଟର୍ମ ପ୍ଲାନ ବିଷୟରେ କହିବାକୁ ଗଲେ, BSNL ର STV_429 ପ୍ଲାନ୍ ୪୨୯ ଟଙ୍କାରେ ଆସୁଛି ଓ ୮୧ ଦିନର ଭାଲିଡିଟି ପାଇଁ ପ୍ରତିଦିନ 1GB ଡାଟା ପ୍ରଦାନ କରିଥାଏ।
ଏହି ପ୍ଲାନରେ ଅସୀମିତ ଭଏସ୍ କଲ୍ ଏବଂ ପ୍ରତିଦିନ ୧୦୦ SMS ର ସୁବିଧା ରହିଛି।

ତେବେ ଏହାର ଅନ୍ୟ ଏକ ଲଙ୍ଗ ଟର୍ମ ପ୍ଲାନ୍ ହେଉଛି STV_499 ଯୋଜନା, ଯାହାର ଦାମ୍ ୪୯୯ ଟଙ୍କା ରହିଛି। ଏହା ପ୍ରାୟ ୯୦ ଦିନ ପାଇଁ ଅସୀମିତ ଭଏସ୍ କଲ୍, SMS ସହିତ 2GB ଡାଟା ପ୍ରଦାନ କରିଥାଏ। ଶେଷରେ, BSNL ର ଆଉ ଏକ ପ୍ଲାନ୍ STV_WFH_599 ପ୍ଲାନ୍ ରହିଛି। ଏହାର ପ୍ରାଇସ ରହିଛି ୫୯୯ ଟଙ୍କା। ଏଥିରେ ଅସୀମିତ ଭଏସ୍ କଲ୍ ଏବଂ ଦୈନିକ ୧୦୦ ଟି SMS ର ସୁବିଧା ସହିତ 5GB ଡାଟା ଯୋଗାଇଥାଏ। ତେବେ ବର୍ତ୍ତମାନ ଆପଣ ଏହି BSNL ପ୍ଲାନ୍ ବାଛି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.