ଟେକ୍

ପୁରୁଣା ସ୍ମାର୍ଟଫୋନରେ ବଦଳାନ୍ତୁ ଏହି ୫ଟି ସେଟିଙ୍ଗସ୍‌, DSLR କ୍ୱାଲିଟିରେ ଫଟୋ ଉଠିବ ଏକଦମ ଜବରଦସ୍ତ

ଫଟୋ ଉଠାଇବା କାହାର ବା ପସନ୍ଦ ନୁହେଁ। ପ୍ରାୟତଃ ଫୋନ କିଣିବା ସମୟରେ ଫଟୋ ପ୍ରେମୀ ସୁନ୍ଦର ଫଟୋ ଉଠୁଥିବା ଫୋନକୁ ହିଁ ପ୍ରଥମେ ବାଛିଥାନ୍ତି। ଦାମ ଯାହା ହେଉ ଥାଉ ନା କାହିଁକି.. ତେବେ ସବୁ ଫୋନ କିନ୍ତୁ ଭଲ ଫଟୋ କ୍ୟାପଚର କରିପାରେ ନାହିଁ। ଏମିତିକି ନୂଆ ଫୋନରେ ଭଲ ଫଟୋ ଉଠୁଥିବା ବେଳେ ସେହି ଫୋନ ଯେତେବେଳେ ପୁରୁଣା ହୋଇଯାଏ ସେତେବେଳେ ଫଟୋ କ୍ୱାଲିଟି ଏକଦମ ଖରାପ ହୋଇଯାଏ। ଆଉ ଯେଉଁଥିପାଇଁ ଗ୍ରାହକ ନୂଆ ଫୋନ କିଣିବାକୁ ଚାହିଁଥାନ୍ତି।

କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ସିକ୍ରେଟ ଟିପ୍ସ ସମ୍ପର୍କରେ କହିବୁ । ଯାହାକୁ ଫଲୋ କଲେ ପୁରୁଣା ଫୋନ ରେ ବି ଏକଦମ ବଢ଼ିଆ ଫଟୋ ଉଠାଇହେବ। ଯଦି ଆପଣଙ୍କ ପୁରୁଣା ସ୍ମାର୍ଟଫୋନ ର କ୍ୟାମେରା ରେ ଭଲ ଫଟୋ ଉଠାଇ ହେଉ ନାହିଁ ତେବେ ଆଉ ଚିନ୍ତା କରନ୍ତୁ ନାହିଁ। ଏମିତିରେ ଆପଣ ନୂଆ ଫୋନ କିଣିବାର ଭୁଲ କରନ୍ତୁ ନାହିଁ। ଆମେ ଆପଣଙ୍କୁ ଫୋନର ଏପରି ସେଟିଙ୍ଗସ୍‌ ସମ୍ପର୍କରେ କହିବୁ ଯାହାକୁ ମାନିଲେ ଆପଣ ନିଜ ପୁରୁଣା ଫୋନରେ ସ୍ମାର୍ଟଫୋନ କ୍ୟାମେରା ଠୁ ବି ଆହୁରି ଭଲ ଫଟୋ କ୍ଲିକ କରିପାରିବେ।

ସର୍ବପ୍ରଥମେ ଆପଣ ନିଜ ସ୍ମାର୍ଟଫୋନର କ୍ୟାମେରାରୁ ଫଟୋ କ୍ଳିକ କରିବା ପୂର୍ବରୁ ଏଥିରେ ଷ୍ଟାବଲାଇଜେସନ ମୋଡ କୁ ଅନ କରନ୍ତୁ । ଏଥିରେ ଫଟୋ କ୍ୱାଲିଟି ଆପଣଙ୍କର ଭଲ ଆସିବ।

ଆପଣ ଯଦି କୌଣସି ଅନ୍ଧାର ଜାଗାରେ ଫଟୋ ଉଠାଉଛନ୍ତି ତେବେ ମନେ ରଖନ୍ତୁ ଫ୍ଲାଶ ଲାଇଟ ଫୋନର ଅନ୍‌ କରନ୍ତୁ। ଏମିତିରେ ଆପଣଙ୍କ ଫଟୋ ବହୁତ ଭଲ ଉଠିବ। ଫୋନରେ ଅନ୍ଧାର ସ୍ଥାନରେ ଫଟୋ ଉଠିବା ପାଇଁ ହିଁ ଫ୍ଳାଶ ଲାଇଟ ଦିଆଯାଇଥାଏ। କେତେକ ଏହାକୁ ଟର୍ଚ୍ଚ ଆକାରରେ ବ୍ୟବହାର କରିଥାନ୍ତି।

ଯଦି ଆପଣ ରାତିରେ ଫଟୋଗ୍ରାଫି କରୁଛନ୍ତି ତେବେ ନାଇଡ ମୋଡକୁ ବାଛନ୍ତୁ। ଏହା କରିବାକୁ ପ୍ରାୟତଃ ଭୁଲିଯାଅନ୍ତି। ଏହାର ବ୍ୟବହାର ମଧ ସମସ୍ତେ କରିନଥାନ୍ତି। କିନ୍ତୁ ଏହାକୁ ଅନ କଲେ ରାତି ରେ ପିକ୍ଚର କ୍ୱାଲିଟି ଭଲ ଆସିଥାଏ। ଏଥିରେ ଆପଣ ଯେତେ ଫଟୋ କ୍ଲିକ କରନ୍ତୁ ସେଥିରେ ଏକ ଭଲ ଲାଇଟି ଂ ଆସିବ।

ଯେତେବେଳେ ବି ନିଜ ପୁରୁଣା ଫୋନରୁ ଫଟୋ କ୍ଲିକ କରୁଛନ୍ତି ତେବେ ଏହାର ଧ୍ୟାନ ରଖିବା ଉଚିତ ଯେ ଆପଣ ପ୍ରଫେସନାଲ ମୋଡ କୁ ଅନ କରନ୍ତୁ। ଏମିତିରେ ମଧ୍ୟ ଆପଣଙ୍କର ଫଟୋ କ୍ୱାଲିଟି ଭଲ ଆସିବ।
ସବୁବେଳେ ଫଟୋ କ୍ଲିକ କରିବା ସମୟରେ ଲାଇଟ ଆଡଜେଷ୍ଟ କରିବା ପାଇଁ ନଭୁଲନ୍ତୁ। ଏମିତି କଲେ ଲାଇଟ ବାଲାନ୍ସ ଭଲ ରହିବ। ଫଟୋ କ୍ୱାଲିଟି ଭଲ ଆସିବ ।

D Sonali

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago