ଆଜିକାଲି Online Shopping ଜରିଆରେ ହେଉଛି ଫ୍ରଡ୍, ସପିଂ ପୂର୍ବରୁ ଧ୍ୟାନରେ ରଖନ୍ତୁ ଏହିସବୁ ଜିନିଷ

ଏବେ ଆମାଜନ ଏବଂ ଫ୍ଲିପକାର୍ଟରେ ସେଲ ଚାଲିଛି ଏହି ସେଲରେ ଆପଣ ପ୍ରାୟ ସମସ୍ତ କାଟାଗୋରିର ପ୍ରଡ଼କ୍ଟ ଉପରେ ବମ୍ପର ଡିସକାଉଣ୍ଟ ପାଇଛନ୍ତି । କିନ୍ତୁ ଏହି ସମୟରେ ଅନେକ ଠକେଇ ଏବଂ ଘୋଟାଲା ମାମଲା ମଧ୍ୟ ସାମ୍ନାକୁ ଆସିଛି । ସପିଂ କରିବା ସମୟରେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖନ୍ତୁ ଯେପରି ଆପଣ ଠକାମୀର ଶିକାର ହେବେ ନାହିଁ । ଏଭଳି ପରିସ୍ଥିତିରେ, ଅନଲାଇନ୍ ସପିଂ କରିବା ସମୟରେ କିଛି ଜିନିଷ ଧ୍ୟାନରେ ରଖିବା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ।

ବିଶ୍ୱସ୍ତ ସାଇଟରୁ କିଣନ୍ତୁ:

ଆଜିକାଲି ସୋସିଆଲ ମିଡିଆରେ ଅନେକ ସପିଂ ପ୍ଲାଟଫର୍ମ ଉପଲବ୍ଧ । ଯାହା ଅନଲାଇନ୍ ସପିଂରେ ବଡ଼ ଡିସକାଉଣ୍ଟ ଦେଇଥାଏ । ଏପରି ପରିସ୍ଥିତିରେ ସାଇବର ଠକେଇକୁ ଏଡାଇବା ପାଇଁ, କେବଳ ଜଣାଶୁଣା ଏବଂ ନିର୍ଭରଯୋଗ୍ୟ ୱେବସାଇଟରୁ ସପିଂ କରନ୍ତୁ । ଅଜଣା ୱେବସାଇଟରୁ ସପିଂ କରି ଆପଣଙ୍କ ଆକାଉଣ୍ଟ ହ୍ୟାକ୍ ହେବାର ଭୟ ଅଛି । ଯେଉଁଥିପାଇଁ ଆପଣ ସାଇବର ଠକେଇର ଶିକାର ହୋଇପାରନ୍ତି ।

URL ଏବଂ ସାଇଟ୍ ଯାଞ୍ଚ କରନ୍ତୁ:

କୌଣସି ୱେବସାଇଟ୍ ଭିଜିଟ୍ କରିବା ପୂର୍ବରୁ, ଏହାର URL ଯାଞ୍ଚ କରନ୍ତୁ । ସର୍ବଦା ୱେବସାଇଟ୍ ଉପରେ କ୍ଲିକ୍ କରନ୍ତୁ ଯାହା “https” ରୁ ଆରମ୍ଭ ହୁଏ । .IN .com ପରି ୱେବସାଇଟ୍ ର ଡୋମେନ୍ ନାମ ପ୍ରତି ମଧ୍ୟ ଧ୍ୟାନ ଦିଆଯିବା ଉଚିତ । ସୋସିଆଲ ମିଡିଆରେ କିମ୍ବା ଥାର୍ଡ଼ ପାର୍ଟି ଦ୍ୱାରା ସେୟାର ହୋଇଥିବା ସପିଂ ୱେବସାଇଟରେ କ୍ଲିକ୍ କରିବା ପୂର୍ବରୁ ଆପଣଙ୍କୁ ଧ୍ୟାନ ଦେବା ଉଚିତ, କାରଣ ଏହା ଏକ ନକଲି ୱେବସାଇଟ୍ ଏବଂ URL ହୋଇପାରେ, ଯାହା ଆପଣଙ୍କର ବ୍ୟକ୍ତିଗତ ସୂଚନା ଚୋରି କରିପାରେ ।

କିଣିବା ପୂର୍ବରୁ EMI ପ୍ରତି ଧ୍ୟାନ ଦିଅନ୍ତୁ:

ଯଦି ଆପଣ ଅନଲାଇନ୍ ସପିଂ କରୁଛନ୍ତି ଏବଂ ପେମେଣ୍ଟ ପାଇଁ EMI ଅପ୍ସନ ଚଏସ କରୁଛନ୍ତି, ତେବେ ଆପଣ କିଛି ବିଶେଷ ଜିନିଷ ପ୍ରତି ଧ୍ୟାନ ଦେବା ଉଚିତ୍ । ନଚେତ୍ ଆପଣଙ୍କୁ କ୍ଷତି ସହିବାକୁ ପଡିପାରେ । EMI ରେ ସୁଧ ଦେବାକୁ ପଡିବ । ଏପରି ପରିସ୍ଥିତିରେ, ନୋ କଷ୍ଟ EMIର ଅପ୍ସନ ଚଏସ କରାଯିବା ଉଚିତ ।

ରିଟର୍ନ ପଲିସି:

ଯଦି ଆପଣ ଅନଲାଇନରେ କୌଣସି ଆଇଟମ୍ କିଣୁଛନ୍ତି, ତେବେ ନିଶ୍ଚିତ ଭାବରେ ରିଟର୍ନ ପଲିସି ବିଷୟରେ ଯାଞ୍ଚ କରନ୍ତୁ । ଅନ୍ୟଥା, ଯଦି ଆପଣ ଏହାକୁ କିଣିବା ପରେ ପ୍ରଡ଼କ୍ଟକୁ ପସନ୍ଦ କରନ୍ତି ନାହିଁ, ତେବେ ଆପଣ ଏହାକୁ ରିଟର୍ନ କରି ପଇସା ପାଇପାରିବେ ।

ଡ଼ିଫେକ୍ଟିଭ ପ୍ରଡକ୍ଟ କିଣନ୍ତୁ ନାହିଁ:

ଆଜିକାଲି ଫ୍ଲିପକାର୍ଟ, ଆମାଜନ କମ୍ପାନୀଗୁଡିକ ପ୍ରଡ଼କ୍ଟ ରିସିଭ କରିବା ପୂର୍ବରୁ ଓପନ ବକ୍ସ ଡେଲିଭରୀ ସୁବିଧା ପ୍ରଦାନ କରନ୍ତି । ସପିଂ ସମୟରେ ଯଦି ଏକ ଡ଼ିଫେକ୍ଟିଭ ପ୍ରଡ଼କ୍ଟ ଆପଣଙ୍କୁ ପ୍ରଦାନ କରାଯାଏ, ତେବେ ଆପଣ ସେହି ସମୟରେ ପ୍ରଡ଼କ୍ଟକୁ ଡେଲିଭରି ମ୍ୟାନକୁ ଫେରାଇ ଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like