ଦମଦାର ସାଉଣ୍ଡ କ୍ୱାଲିଟି ସହ ୧୦୦୦ ଟଙ୍କାରୁ କମ୍ ଦାମରେ ମିଳିବ ଏହି ଇୟରବଡସ୍

ଆଜିକାଲି ପ୍ରତ୍ୟେକ ସ୍ମାର୍ଟଫୋନ୍ ୟୁଜର୍ସଙ୍କ ପାଇଁ ଇୟରବଡସ୍ ଏକ ଆବଶ୍ୟକତା ପାଲଟି ଯାଇଛି । ଏଭଳି ପରିସ୍ଥିତିରେ, ଆମେ ଆପଣଙ୍କ ପାଇଁ କିଛି ବେଷ୍ଟ ଇୟରବଡସ୍ ଆଣିଛୁ, ଏହା ଭଲ ସାଉଣ୍ଡ କ୍ୱାଲିଟି ଏବଂ ଏକ୍ସପେରିଏନ୍ସ ସହିତ ୧୦୦୦ ଟଙ୍କାରୁ କମ୍ ଦାମ ମଧ୍ୟ ଅଟେ । ଆମେ ଆପଣଙ୍କୁ ଯେଉଁ ଇୟରବଡସ୍ ବିଷୟରେ କହୁଛୁ, ଆପଣ ଇ-କମର୍ସ ସାଇଟ୍ ଏବଂ କମ୍ପାନୀର ଅଫିସିଆଲ୍ ସାଇଟ୍ ରୁ କିଣି ପାରିବେ । ବ୍ୟାଟେରୀ ବ୍ୟାକଅପ୍ ବ୍ୟତୀତ, ଆପଣ ଏହି ଇୟରବଡସରେ ଅନ୍ୟାନ୍ୟ ଦମଦାର ଫିଚର୍ସ ମଧ୍ୟ ପାଇବେ ।

PTron Basspods Flare:
ମ୍ୟୁଜିକ୍ ଏବଂ ଗେମିଙ୍ଗ ଲଭର୍ସଙ୍କ ପାଇଁ PTron Basspods Flare ଇୟରବଡସ୍ ଏକ ଭଲ ଅପ୍ସନ । ଏହାର ୪୦ ଏମଏସ ଲଟେନ୍ସି ଅଛି, ଯାହା ଗେମିଙ୍ଗ ପାଇଁ ଉତ୍କୃଷ୍ଟ । ଏହି ୫. ୩ ବ୍ଲୁଟୁଥ୍ ଇୟରବଡ୍ ନଏଜ କ୍ୟାନ୍ସଲେସନ ଏବଂ HD ମାଇକ୍ ପ୍ରଦାନ କରେ । ଏହା ୩୫ ଘଣ୍ଟା ପ୍ଲେ ଟାଇମ ପ୍ରଦାନ କରିଥାଏ । ଏହାର ମୂଲ୍ୟ ୬୪୯ ଟଙ୍କା ।

Boat Immortal 121:
ଯଦି ଆପଣ ଜଣେ ଗେମର୍ ତେବେ Boat Immortal 121 ଇୟରବଡ୍ ମଧ୍ୟ ଆପଣଙ୍କ ପାଇଁ ଏକ ଭଲ ଅପ୍ସନ ହୋଇପାରେ । ଏହି ଇୟରବଡସ୍ ୪୦ ଘଣ୍ଟା ପ୍ଲେ ଟାଇମ ଦେଇଥାଏ । ଏଥିରେ ଥିବା RGB LED ଗେମିଙ୍ଗ ଏକ୍ସପେରିଏନ୍ସକୁ ଉନ୍ନତ କରିଥାଏ । ବ୍ଲୁଟୁଥ୍ ୫. ୩ ସହିତ ଆସୁଥିବା ଏହି ଇୟରବଡସ୍, ୧୦ ମିନିଟ୍ ଚାର୍ଜିଂରେ ୧୮୦ ମିନିଟ୍ ପ୍ଲେ ଟାଇମ୍ ଦେଇଥାଏ । ଏହାର ମୂଲ୍ୟ ୯୯୯ ଟଙ୍କା ।

Amazon Basics True Wireless Earbuds:
ଆମାଜନ୍ ର Basics True Wireless Earbuds ଇୟରବଡ୍ ମଧ୍ୟ ଏକ ବେଷ୍ଟ ଅପ୍ସନ, ଯାହା ୬୦ ଘଣ୍ଟା ପ୍ଲେ ଟାଇମ୍ ପ୍ରଦାନ କରେ । ଏହାର ଲୋ-ଲଟେନ୍ସି ମୋଡ୍ ଗେମିଙ୍ଗ ପାଇଁ ବହୁତ ଭଲ । ଏଥିରେ ଟଚ୍ କଣ୍ଟ୍ରୋଲ୍ ସୁବିଧା ମଧ୍ୟ ଉପଲବ୍ଧ । ଏହି ଇୟରବଡସ୍ ୧୦ ମିନିଟର ଚାର୍ଜିଂରେ ୧୦୦ ମିନିଟ୍ ପ୍ଲେ ଟାଇମ୍ ଦେଇଥାଏ । ଉତ୍କୃଷ୍ଟ ପ୍ଲେ ଟାଇମ୍ ଏବଂ ଫାଷ୍ଟ ଚାର୍ଜିଂ ସହିତ ଏହି ଇୟରବଡସର ମୂଲ୍ୟ ହେଉଛି ୯୯୯ ଟଙ୍କା ।

You might also like