ଫୋନ କିଣିବା ପାଇଁ ଭାବୁଛନ୍ତି କି ? ତାହେଲେ ଶୁଣନ୍ତୁ Oppo କମାଇଦେଲା ନିଜର ଏହି ୪ଟି ସ୍ମାର୍ଟଫୋନର ଦାମ

Oppo ଏହାର ଚାରୋଟି ସ୍ମାର୍ଟଫୋନର ମୂଲ୍ୟ ଏକାସାଙ୍ଗରେ ହ୍ରାସ କରିଛି । ଓପୋ ନିଜର ଯେଉଁ ଫୋନ୍ ଗୁଡିକର ମୂଲ୍ୟ 2,000 ଟଙ୍କା ହ୍ରାସ କରିଛି ତାହା ହେଉଛି Oppo F17, Oppo A15, Oppo A12 ଏବଂ Oppo Reno 3 Pro । ଏହି ଚାରୋଟି ଫୋନର ମୂଲ୍ୟ ସ୍ଥାୟୀ ଭାବରେ ହ୍ରାସ କରାଯାଇଛି । ଏହି ଫୋନଗୁଡିକ ଉଭୟ ଅଫଲାଇନ୍ ଏବଂ ଅନ୍ଲାଇନ୍ ଷ୍ଟୋରରୁ ନୂତନ ମୂଲ୍ୟ ସହିତ କ୍ରୟ କରାଯାଇପାରିବ । ତାହେଲେ ଏବେ ଆସନ୍ତୁ ଜାଣିବା Oppo F17, Oppo A15, Oppo A12 ଏବଂ Oppo Reno 3 Pro ର ନୂଆ ମୂଲ୍ୟ କଣ ରହିଛି ।

Top 5 Best Oppo New Smartphones 2019 | You Should Buy! - YouTube

Oppo F17 ବର୍ତ୍ତମାନ 18,490 ଟଙ୍କାରେ କିଣାଯାଇପାରିବ । ପୂର୍ବରୁ ଏହାର ମୂଲ୍ୟ ହେଉଛି 18,990 ଟଙ୍କା ରହିଥିଲା । ଏହି ମୂଲ୍ୟ 8 GB RAM ଏବଂ 128 GB ଷ୍ଟୋରେଜ୍ ଭାରିଆଣ୍ଟ ଅଟେ । Oppo A15 ର 2 GB RAM ଏବଂ 32 GB ଭାରିଆଣ୍ଟ ବର୍ତ୍ତମାନ 8,990 ଟଙ୍କାରେ କିଣାଯାଇପାରିବ, ଏହା ପୂର୍ବରୁ ଏହାର ମୂଲ୍ୟ 9,490 ଟଙ୍କା ଥିଲା । ଏଥି ସହିତ, 3 GB RAM ଏବଂ 32 GB ମଡେଲଗୁଡିକ ବର୍ତ୍ତମାନ 9,990 ଟଙ୍କାରେ କିଣାଯାଇପାରିବ ।

Oppo's new Reno3 models add 5G but remove a familiar feature - PhoneArena

Oppo A12 ର 3 GB RAM ଏବଂ 32 GB ମଡେଲର ମୂଲ୍ୟ ବର୍ତ୍ତମାନ 8,990 ଟଙ୍କା ହୋଇଯାଇଛି । ଯାହା ପୂର୍ବରୁ 9,490 ଟଙ୍କା ଥିଲା। ଶେଷରେ Oppo Reno 3 Proର 8 ଜିବି ରାମ୍ ଏବଂ 128 ଜିବି ମଡେଲ୍ ବର୍ତ୍ତମାନ 24,990 ଟଙ୍କାରେ କିଣାଯାଇପାରିବ । ଏହାପୂର୍ବରୁ ଏହାର ମୂଲ୍ୟ 25,990 ଟଙ୍କା ଥିଲା । ସେହିପରି 256 GB ଭାରିଆଣ୍ଟ ବର୍ତ୍ତମାନ 2,000 ଟଙ୍କା ହ୍ରାସ ସହିତ 27,990 ଟଙ୍କାରେ କିଣାଯାଇପାରିବ ।

 

 

Leave A Reply

Your email address will not be published.