ଆଜି ହିଁ ଡାଉନଲୋଡ କରନ୍ତୁ ଏହି ସରକାରୀ ଆପ୍‌, ଆଉ ସରକାରୀ ଅଫିସରେ କରିବାକୁ ପଡିବନି ଲାଇନ୍‌

ସରକାରୀ କାମରେ ସବୁଠୁ ବଡ ସମସ୍ୟା ହେଉଛି ଏହା ଟିକେ ଅଧିକ ସମୟ ଦେଇଥାଏ। ଆପଣ ଦେଖନ୍ତୁ କୌଣସି ବି ସରକାରୀ ଅଫିସରେ ସକାଳୁ ସନ୍ଧ୍ୟା ଯାଏଁ ଲୋକଙ୍କର ଭିଡ ଲାଗିଥାଏ। ଏହି କାରଣରୁ ସ୍ପିଡ ସାମାନ୍ୟ ସ୍ଲୋ ରହିଥାଏ କିନ୍ତୁ କାମ ନିଶ୍ଚୟ ହୋଇଥାଏ। ତେବେ ଯଦି ଆପଣଙ୍କ ପାଖରେ ସମୟ ନାହିଁ କିନ୍ତୁ ଆପଣଙ୍କୁ କାମ କରିବାର ଅଛି ତାହେଲେ ଏଥିପାଇଁ ଆଉ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ। କାହିଁକିନା ଏବେ ଆପଣ ସହଜରେ ନିଜା ସରକାରୀ କାମ ଘରେ ବସି ହିଁ କରିପାରିବେ। ଏଥିପାଇଁ ଆପଣଙ୍କୁ କେବଳ କିିଛି ସରକାରୀ ଆପକୁ ଡାଉନଲୋଡ କରିବାକୁ ପଡିବ। ତେବେ ଜାଣନ୍ତୁ ସେହି ସରକାରୀ ଆପ୍‌ ବିଷୟରେ।

mParivahan

ରୋଡ ଟ୍ରାନ୍ସପୋର୍ଟ ଏବଂ ଭେଇକିଲ ଡିପାର୍ଟମେଣ୍ଟ ସହ ଜଡିତ ସରକାରୀ କାମ ପାଇଁ ଏହି ଆପ୍‌ ଏକଦମ୍‌ ବେଷ୍ଟ। ଡ୍ରାଇଭିଙ୍ଗ ଲାଇସେନ୍ସ ବନାଇବା ଠାରୁ ନେଇ, ଗାଡି ରେଜିଷ୍ଟ୍ରେସନ ଡେଟ, ରେଜିଷ୍ଟ୍ରେସନ ଅଥରିଟୀ, ଭେଇକିଲ ଏଜ୍‌, ଭେଇକିଲ କ୍ଲାସ, ଇନସୁରାନ୍ସ ଭ୍ୟାଲିଡିଟୀ, ଫିଟନେସ ଭ୍ୟାଲିଡିଟୀ ଆଦି କାମ ପାଇଁ ଆପଣ ଏହି ଆପର ବ୍ୟବହାର କରିପାରିବେ। ଏହି ଆପ୍‌ ଆପଣଙ୍କୁ ବହୁତ ପସନ୍ଦ ଆସିବ ଏବଂ ଆପଣଙ୍କୁ ସରକାରୀ ଅଫିସର ବି ଚକ୍କର କାଟିବାକୁ ପଡିବନି।

mPassport Seva

ଯଦି ଆପଣ ପାସପୋର୍ଟ ବନାଇବାକୁ ଚାହୁଁଛନ୍ତି କିମ୍ବା ଏହାସହ ଜଡିତ ଅନ୍ୟାନ୍ୟ ସେବାର ଲାଭ ଉଠାଇବାକୁ ଚାହୁଁଛନ୍ତି ତାହେଲେ ଏମପାସପୋର୍ଟ ଆପ୍‌ ଆପଣଙ୍କ ବଡ କାମରେ ଆସିବ। ଏହାସାହାଯ୍ୟରେ ଆପଣ ପାସପୋର୍ଟ ପାଇଁ ଅନଲାଇନ୍‌ ଆପ୍ଲାଏ କରିପାରିବେ। ଏହାସହିତ ଅନେକ ଗୁଡିଏ ସେବାର ଲାଭ ମଧ୍ୟ ଉଠାଇପାରିବେ। ଏହି ଆପ୍‌ ଆପଣଙ୍କ କାମକୁ ବହୁତ ମାତ୍ରାରେ ସହଜ କରିଦେବ। ଯଦି ଆପଣଙ୍କୁ ଏହା ବିଷୟରେ ଜଣାନଥିଲା ତାହେଲେ ଏବେ ଆପଣ ଏହାର ବ୍ୟବହାର କରି ନିଜ ସରକାରୀ କାମ ସହଜରେ କରିପାରିବେ।

MyGov App

MyGov App ଏକ ବହୁତ ପପୁଲାର ଆପ୍‌। ଯାହାକୁ ବର୍ଷ ୨୦୧୪ରେ ଆରମ୍ଭ କରାଯାଇଥିଲା। ଏହି ଆପ୍‌ ସାହାଯ୍ୟରେ ଆପଣ ନିଜର ବହୁତ ଗୁଡିଏ ସରକାରୀ କାମକୁ ପୂରା କରିପାରିବେ। ଏହି ପ୍ଲାଟଫର୍ମରେ ଆପଣ ସରକାରୀ ଯୋଜନା ସମ୍ପର୍କରେ ଏବଂ ତାର ଲାଭ ବିଷୟରେ ଜାଣିପାରିବେ। ଏହାବ୍ୟତୀତ ସରକାରୀ ପରାମର୍ଶ ବି ମିଳିବ ଏଠାରେ ଆପଣଙ୍କୁ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଆପ୍‌ ଭାରତୀୟଙ୍କୁ ସରକାରଙ୍କ ସହିତ ସିଧାସଳଖ ଯୋଡିବାର ମଉକା ଦେଉଛି। ଏହି ଆପରେ ମଧ୍ୟ ଆପଣ ଭିଜିଟ୍‌ କରିପାରିବେ ଏବଂ ସୂଚନା ହାସଲ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.